No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୩୧ ଜୁଲାଇ ଶନିବାର ) ଖୋର୍ଦ୍ଧା ଜିଲ୍ଲା,ତାରାଦେଇ :- ଖୋର୍ଦ୍ଧା ଜିଲ୍ଲାର ଐତିହାସିକ ତଥା ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ ‘ମା’ ଉଗ୍ରତାରା (ତାରାଦେଇ) ପୀଠ ର ପାର୍ଶ୍ଵ ରେ ଥିବା ପୋଖରୀର ଚାରି ପାର୍ଶ୍ଵ ପ୍ରାଚୀର ନିର୍ମାଣ ନିମନ୍ତେ ସାଂସଦ ଅପରଜିତା ଷଡ଼ଙ୍ଗୀଙ୍କ ପାଣ୍ଠିରୁ ପାଞ୍ଚ ଲକ୍ଷ ଟଙ୍କା ଅନୁଦାନ ରାଶି ପ୍ରଦାନ କରାଯାଇଥିଲା । ପ୍ରାଚୀର ନିର୍ମାଣ କାର୍ଯ୍ୟ କୁ ବର୍ଷେ ନପୁରୁଣୁ ନବ ନିର୍ମିତ ପାଚେରୀ ଭୁଷୁଡି ପଡିଛି । ପାଣିରେ ପଡିଲା ସାଂସଦ ଙ୍କ ପାଞ୍ଚ ଲକ୍ଷ ଟଙ୍କା । ଏବେ ପୋଖରୀ ର ନବ ନିର୍ମିତ ପାଚେରୀ ଭୁଷୁଡ଼ି ଯାଇ ପାଣିରେ …. । ଠିକାଦାର ଙ୍କ ଖାମଖିଆଲ ମନୋବୃତ୍ତି ଓ ନିମ୍ନମାନର କାମରୁ ପାଚେରୀ ଭୁଷୁଡି ପଡିଛି ବୋଲି ଜନସାଧାରଣ ରେ ପ୍ରଚାର ହେଉଛି ।
ପୂର୍ବରୁ ଏହି ପାଚେରୀ ଖନନ କାର୍ଯ୍ୟର ଅଭିଯୋଗ ନେଇ ସ୍ଥାନୀୟ ଜନସାଧାରଣ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭୁବନେଶ୍ୱର ସାଂସଦ ଅପରଜିତା ଷଡ଼ଙ୍ଗୀ ଙ୍କୁ ଦାବି ପତ୍ର କରାଯାଇଥିଲା । ହେଲେ ଏହା ପରେ ଏହାର ହେୟଜ୍ଞାନ କରି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବାରୁ ପ୍ରାଚୀର କାର୍ଯ୍ୟ ସେହି ଠିକାଦାର ଙ୍କ ଯୋଗେ ପାଚେରୀ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା ତେବେ ପାଚେରୀ ନିର୍ମାଣ କରିବାର କିଛି ଦିନ ନପୁରୁଣୁ ପୋଖରୀ ପାଣିରେ ପଡ଼ିଲାଣି ପାଚେରୀ । ଏଥିରେ ସାଂସଦ ଙ୍କ ସଚ୍ଚୋଟ ପଣିଆ ରେ ପୂର୍ଣ୍ଣଛେଦ ଲାଗିଲା ବୋଲି ଶୁଣିବାକୁ ମିଳୁଛି ।
ମନ୍ଦିର ପରିସର ର ଉନ୍ନୟନ ମୂଳକ କାର୍ଯ୍ୟ ରେ ସାଂସଦ ଅପରାଜିତା ଷଡ଼ଙ୍ଗି ପାଞ୍ଚ ଲକ୍ଷ ଟଙ୍କାର ଅନୁଦାନ ରାଶି ଦେଲେ ସତ ହେଲେ ତାଙ୍କ ପ୍ରତିନିଧି ଓ ଠିକାଦାର ଙ୍କ ଦ୍ଵାରା ହେଉଥିବା ନିମ୍ନମାନର କାର୍ଯ୍ୟ ପ୍ରତି ତାଙ୍କୁ ଦୃଷ୍ଟିଗୋଚର କରାଇବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ଜାଣି ଶୁଣି ଅଜଣା ରହିଲେ ସାଂସଦ ଫଳତଃ ବିଡ଼ିଓ , ଜେଇ ଙ୍କ ର ହରିଲୁଟ୍ …….ଆସିଲା ପାଞ୍ଚ ଲକ୍ଷ ଲାଗିଲା ଏକ ଲକ୍ଷ ଆଉ ଚାରି ଲକ୍ଷ ର ହିସାବ ନାହିଁ। ଜନସାଧାରଣ ଙ୍କ ତଥ୍ୟନୁସାରେ ସାଂସଦ ଙ୍କ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଅନୁଦାନ ରାଶି ଆସିଲା ହେଲେ ଏକ ଲକ୍ଷ ଟଙ୍କାର କାମ କାରାଯାଇଛି ।
ଅବଶିଷ୍ଟ ଟଙ୍କା ହରିଲୁଟ କରି ନିମ୍ନ ମାନର କାମ କରି ଜନସାଧାରଣ ଙ୍କୁ ଠିକାଦାର ଠକି ଆସୁଥିଲେ ବୋଲି ସ୍ଥାନୀୟ ବାସିନ୍ଦା ମତ ଦେଇଛନ୍ତି । ସାଂସଦ ପ୍ରତିନିଧି ଙ୍କ ପ୍ରଲୋଚନା ରେ କଣ୍ଟ୍ରାକ୍ଟର ଙ୍କୁ ଏହି କାର୍ଯ୍ୟ ଟି ହସ୍ତାନ୍ତର କରାଯାଇଥିଲା । ଯେଉଁଟା କି ଅତି ନିମ୍ନ ମାନର କାର୍ଯ୍ୟ କରାଗଲା ଯାହା ଫଳରେ ବର୍ଷା ରେ ପ୍ରାଚୀର ଟି ସମ୍ପୂର୍ଣ୍ଣ ଭୁଷୁଡି ପଡି ଧୂଳିସାତ୍ ହୋଇଛି । ତେବେ ଅକ୍ଷୟ କୁମାର ବଳିଆରସିଂ ଙ୍କ ନାମରେ ୱାର୍କ ଅର୍ଡର ହୋଇଥିଲା । ଜେଇ ଙ୍କ ଅନୁଧ୍ୟାନ ପରେ ପ୍ରାଚୀର ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା ।
ଏହାକୁ ନେଇ ପ୍ରଥମ ରୁ ଗ୍ରାମବାସୀ ଙ୍କ ଠାରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଠିକାଦାର ଙ୍କ ନିମ୍ନ ମାନର କାର୍ଯ୍ୟ ବିରୁଧରେ ସାଂସଦ ଅପରାଜିତା ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା ହେଲେ ହେଁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇନଥିଲା ଏବେ ପ୍ରାଚୀର ନିର୍ମାଣ ର ତିନି ମାସ ମଧ୍ୟରେ ପ୍ରାଚୀର ଭୁଷୁଡି ଯିବା ଏକ ନିନ୍ଦନୀୟ ଏବଂ ଅମାନୁଷିକ କାର୍ଯ୍ୟ ବୋଲି ଚର୍ଚ୍ଚା ହେଉଛି । (ରିପୋର୍ଟ /ଆକୁଳି କୁମାର ଜେନା )
No Result
View All Result