No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୩୧ ଜୁଲାଇ ଶନିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଗୋଷାଣୀ ବ୍ଲକରେ ବିଜୁ ଜନତା ଦଳର ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । । ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପାରଳା ସ୍ୱାଭିମାନ ମଞ୍ଚର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀଙ୍କ ପୁଅ ରୂପେଶ ପାଣିଗ୍ରାହୀ ଗତ କିଛି ଦିନ ତଳେ ବିଜେଡିରେ ସାମିଲ ହୋଇଥିଲେ । ଡ. ତିରୁପତି ପାଣିଗ୍ରାହୀ ଗତ ବିଧାନ ସଭା ନିର୍ବାଚନରେ ପାରଳା ବିଧାନ ସଭା ଆସନରୁ ସ୍ୱାଧିନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ ।
ଡ.ପାଣିଗ୍ରାହୀଙ୍କ ଗୋଷାଣୀ ବ୍ଲକରେ ରହିଥିବା ସମର୍ଥକମାନେ ଏହି ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହୋଇଥିଲେ । ନୂତନ ଭାବେ ବିଜେଡିରେ ଯୋଗ ଦେଇଥିବା ରୂପେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ସମସ୍ତ ତୁଙ୍ଗନେତା ଉପସ୍ଥିତଥିଲେ । ସଭାର ପରିଚାଳନା କରିଥିଲେ ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ପାରଳାଖେମୁଣ୍ଡି ନଗର ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ ।
ଏହି ମହାମିଶ୍ରଣ ପର୍ବରେ ହାଇଟେକ୍ ଗ୍ରୁପର ଅଧକ୍ଷ ଡ.ତିରୁପତି ପାଣିଗ୍ରାହୀ ପ୍ରଥମ ଥରପାଇଁ ବିଜେଡ଼ିର ଦଳୀୟ ସଭାରେ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତଥିଲେ । ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ପାରଳା ରାଜକୁମାରୀ କଲ୍ୟାଣୀଦେବୀ, ଜିଲ୍ଲା ଯୁବ ବିଜେଡି ସଭାପତି ଏସ୍.ଲିଙ୍ଗରାଜୁ, ବରିଷ୍ଠ ବିଜେଡି ନେତା ବସନ୍ତ ଦାସ, ଲକ୍ଷ୍ମୀକାନ୍ତ ପରିଚ୍ଛା ପ୍ରମୁଖଉପସ୍ଥିତଥିଲେ (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result