No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୩୧ ଜୁଲାଇ ଶନିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରର ୱାର୍ଡ ନମ୍ବର ୧ରେ ସୁବାସନଗର ଠାରେ ଗୁଣି ଗାରେଡି ସନ୍ଦେହକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା । ଗତକାଲି ବିଳମ୍ବିତ ରାତ୍ରରେ ସମୟରେ ସ୍ଥାନୀୟ ଏହି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଅଞ୍ଚଳରେ ଜଣେ ସ୍ତ୍ରୀ ଲୋକ ଗୁଣି ଗାରେଡି କରି ଲୋକମାନଙ୍କୁ ବିଭିନ୍ନ ଭାବେ ହଇରାଣ କରୁଥିବା ସହ କେତେକଙ୍କ ମୃତ୍ୟୁର କାରଣ ସାଜି ଥିବା ଅଭିଯୋଗ କରି ସେହି ଅଞ୍ଚଳରେ ହୋହାଲ୍ଲା ସହ ଚାପାଉତ୍ତେଜନା ଦେଖାଦେଇଥିଲା ।
ଏହାକୁ ନେଇ ଅଞ୍ଚଳବାସୀ ଉତ୍ତେଜିତ ହୋଇ ଏକତ୍ରିତ ଭାବେ ଗୁଣିଗାରେଡି ସନ୍ଦେହ କରୁଥିବା ବ୍ୟକ୍ତିଙ୍କ ଘରେ ପହଞ୍ଚି ଭଙ୍ଗାରୁଜା କରିଥିଲେ । ଏଥିରେ ଲୋକେ ଉତ୍ତ୍ୟକ୍ତ ହୋଇ ମୋଟରସାଇକେଲ ଓ ଅଟୋରିକ୍ସାକୁ ଭଙ୍ଗାରୁଜା କରିଥିଲେ । ଏହା ସହ ଜଣେ ନାବାଳିକା ଉପରେ ଗୁଣି କରିଥିବା ଅଭିଯୋଗ ମଧ୍ୟ କରି ହୋହାଲ୍ଲା କରିଥିଲେ । ଘଟଣା ସମ୍ପର୍କରେ ପାରଳାଖେମୁଣ୍ଡି ଆଦର୍ଶ ପୋଲିସ ଖବର ପାଇ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପୋଲିସ ମୁତୟନ କରି ପରିସ୍ଥିତିକୁ ଆୟତ୍ତ କରିଥିଲେ । ଘଟଣା ନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ୧୪୭/୨୧ରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲୁ ରହିଥିବା ଆଜି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି । (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result