No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୩୧ ଜୁଲାଇ ଶନିବାର) ନୟାଗଡ଼ :- ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଡ ପ୍ରମୋଦ କୁମାର ନାୟକ ଆଜି ସରକାରୀ ଚାକିରିରୁ ଅବସର ନେଇଛନ୍ତି | ଏହି ପରିପ୍ରେକ୍ଷୀରେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ କୋଭିଡ ଆଇନ ଅନୁଯାୟୀ ସୀମିତ ସଂଖ୍ୟକ କର୍ମଚାରୀଙ୍କୁ ନେଇ ସିଦ୍ଧାର୍ଥ ଦେ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ଅବସର କାଳୀନ ବିଦାୟ କାଳୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | କାର୍ଯ୍ୟାଳୟ ପକ୍ଷରୁ ଡ ନାୟକଙ୍କୁ ଫୁଲତୋଡ଼ା ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା |

ତେବେ ଜଣେ ସାଧୁ, କର୍ତ୍ତବ୍ୟନିଷ୍ଠ, ବ୍ୟକ୍ତି ଭାବେ ପରିଚିତ ଡ ନାୟକଙ୍କର ଓଡ଼ିଆ ସାହିତ୍ୟ ଉପରେ ଗଭୀର ଜ୍ଞାନ ରହିଛି | ଜଣେ ସାହିତ୍ୟିକ ଭାବେ ତାଙ୍କର ଲେଖା ପାଠକୀୟ ସ୍ୱୀକୃତି ଲାଭ କରିଛି |

ଓଡ଼ିଆ ସଂସ୍କୃତି ଉପରେ ଗଭୀର ଦଖଲ ରଖିଥିବା ଡ ନାୟକଙ୍କର ସମାଜକୁ ସଂସ୍କାର କରିବାପାଇଁ ବିଭିନ୍ନ ବାର୍ତ୍ତା ବେଶ ଉପାଦେୟ ବହନ କରେ | ତେବେ ଜଣେ ଅମାୟିକ, ଧର୍ମପରାୟଣ ବ୍ୟକ୍ତି ଭାବେ ସମଗ୍ର ଜିଲ୍ଲାରେ ବେଶ ଆଦୃତ୍ତି ଲାଭ କରିଥିବା ଡ ନାୟକଙ୍କ ଜଣେ ଓଡିଶା ସୂଚନା ଅଧକାର ସେବାର ଜଣେ ବରିଷ୍ଠ ଅଧିକାରୀ ଥିଲେ | (ରିପୋର୍ଟ -ରାମକୃଷ୍ଣ ରଥ)
No Result
View All Result