No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୦ ଜୁଲାଇ ଶୁକ୍ରବାର ) ବରଗଡ଼:-ସ୍ବାସ୍ଥ୍ୟ କ୍ଷେତ୍ରରେ ପଶ୍ଚିମ ଓଡ଼ିଶା କୁ ରାଜ୍ୟ ସରକାର ସବୁବେଳେ ଅବହେଳା କରିଆସୁଥିବା ବେଳେ ବରଗଡ଼ ଜିଲ୍ଲା ର ମଧ୍ୟ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ସେହିପରି ଭିମସାର ବୁର୍ଲାରେ ଇକମୋ ମେସିନ ଲଗେଇବା ଦାବି ରେ ଆଜି ଭାଜପା ପକ୍ଷରୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ ଙ୍କ ନେତୃତ୍ବରେ ଶତାଧିକ ମହିଳା ପୁରୁଷ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ କୁ ଘେରାଉ କରିଥିଲେ। ଜିଲ୍ଲା ର ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଡ଼ାକ୍ତର ଏବଂ ପାରା ମେଡିକାଲ ଷ୍ଟାଫ୍ ଅଭାବ ଯୋଗୁଁ ଲୋକେ ଆବଶ୍ୟକ ଚିକିତ୍ସା ସୁବିଧା

ପାଇବାରୁ ବଞ୍ଚିତ ହେଉଛନ୍ତି। ଜିଲ୍ଲା ରେ ସରକାରୀ ଭାବେ ୩୦୦ ଜଣ ଡାକ୍ତର ପଦବୀ ଥିବା ବେଳେ ୧୪୮ ଜଣ ଡାକ୍ତର ରହିଛନ୍ତି । ସେହିପରି ପାରା ମେଡିକାଲ ଷ୍ଟାଫ୍ ନଥିବାରୁ ଅସ୍ଥାୟୀ କର୍ମଚାରୀଙ୍କ ଦ୍ବାରା ଏବଂ ଡେପୁଟେସନ ରେ ଅଣାଯାଇ କାର୍ଯ୍ୟ ଚଳାଯାଉଥିବା ଜଣାଯାଏ। ଏ ସଂକ୍ରାନ୍ତରେ ଏକ ଦାବି ପତ୍ର ଚିକିତ୍ସାଧିକାରୀ ଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସୁରେଶ୍ଵର ଶତପଥୀ,ରବି ନାରାୟଣ ଦାଶ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସଂଗୀତ ଅଗ୍ରୱାଲ, ଅବନୀ ପଣ୍ଡା,ଅକୁର ମଲ୍ଲିକ, କୁଶ କଲେତ ପ୍ରମୁଖ ଉପସ୍ଥିତ ଥିଲେ। ବରଗଡ଼(ସତ୍ୟ ନାରାୟଣ ପ୍ରଧାନ)
No Result
View All Result