No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୦ ଜୁଲାଇ ଶୁକ୍ରବାର ) ରାୟଗଡ (ଗଜପତି) :- ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରୁ ଜିଲ୍ଲା ରେପାଲ ସ୍ଥିତ ଏକ ଚିଙ୍ଗୁଡ଼ି ଫାକ୍ଟ୍ରି ରେ ବିଦ୍ୟୁତ ସଟ ସର୍କିଟ ଘଟି ଛଅ ଜଣ ଓଡ଼ିଆ ଶ୍ରମିକ ମୃତ୍ୟୁ ବରଣ କରିଥିବା ବେଳେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ର ଜଣେ ଦଶମ ଶ୍ରେଣୀ ଛାତ୍ର ମୃତ୍ୟୁ ହୋଇଯାଇଛି. ଘଟଣାରୁ ପ୍ରକାଶଯେ ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରୁ ଜିଲ୍ଲା ରେପାଲ ସ୍ଥିତ ଏକ ଚିଙ୍ଗୁଡ଼ି ଫେକ୍ଟ୍ରି ରେ ଓଡିଶା ର ଶ୍ରମିକ ମାନେ କାମ କରୁଥିଲେ. ଗତକାଲି ରାତିରେ ସେମାନେ ରହୁଥିବା ଅସ୍ଥାୟୀ ଶିବିରରେ ଖାଇସାରି ଶୋଇଥିଲେ.

କୋଣସି କାରଣରୁ ବିଦ୍ୟୁତ ସଟ ସର୍କିଟ ଘଟି ନିଆଁ ଲାଗିରାୟଗଡା ଜିଲ୍ଲା ଗୁଣୁପୁରଅଂଚଳର ଶ୍ରମିକଙ୍କ ସହ ଗଜପତି ଜିଲ୍ଲା ରାୟଗଡ ବ୍ଲକ ସାନତୁଣ୍ଡି ପଂଚାୟତ ସାନତୁଣ୍ଡି ଗ୍ରାମର ଜିତେନ୍ଦ୍ର ଶବରଙ୍କ ପୁଅଦଶମ ଶ୍ରେଣୀ ଛାତ୍ର ମହେନ୍ଦ୍ର ଶବର ନିଆଁରେ ପୋଡି ଜୀବନ୍ତ ଦଗ୍ଧ ଘଟି ମୃତ୍ୟୁ ବରଣ ହୋଇଯାଇଛି. ଘଟଣା ସ୍ଥଳରେ ଗୁଣ୍ଟୁରୁ ଏସ ପି ଵିଶାଲ ଗୁନି ଓ ସାଇଣ୍ଟିଫିକ ଟିମ ପହଂଚି ଦୁର୍ଘଟଣା କେମିତି ହେଲା ତଦନ୍ତ କରୁଥିବା ବେଳେ ଗତକାଲି ରାତିରେ ଶୋଇବା ସମୟରେ ମଶା ବତୀ ଜାଳି ଶୋଇଥିଲେ କୌଣସି କାରଣରୁ ମଶାବତୀ ନିଆଁ ବିଦ୍ୟୁତ ସଂପର୍ଶରେ ଆସି ନିଆଁ ଲାଗି ଥିବା ଅନୁମାନ କରୁଥିବା ଓ ଘଟଣା ର ସବୁଦିଗକୁ ଅନୁଧ୍ୟାନ କରି ତଦନ୍ତ ଚାଲୁ ରହିଥିବା ପ୍ରକାଶ କରିଛନ୍ତି.

ଘଟଣାର ଖବର ଶୁଣି ପରିବାର ଲୋକେ ସେଠାକୁ ଯାଇଛନ୍ତି. ଶବ ବ୍ୟବଛେଦ ପରେ ଶବ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି SP ଶ୍ରୀଗୁନି ପ୍ରକାଶ କରିଛନ୍ତି. ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଘଟଣା ସମ୍ପର୍କରେ ଶୁଣି ଦୁଃଖ ପ୍ରକାଶ କରିବା ସହ ମୃତ୍ତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି . (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି)
No Result
View All Result