No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୨୯ ଜୁଲାଇ ଗୁରୁବାର) କନ୍ଧମାଳ :- ତିନି ଦିନିଆ କନ୍ଧମାଳ ଜିଲା ଗସ୍ତରେ ଆସିଥିବା ରାଜ୍ୟ ପଞ୍ଚାୟତ ରାଜ,ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କନ୍ଧମାଳ ଗ୍ରସ୍ତ ରେ ଆସି ଫୁଲବାଣୀ ଠାରେ ପହଞ୍ଚିବାପରେ ଜିଲ୍ଲା ବିଜୁ ଜନତା ଦଳ , ଜିଲ୍ଲା ମହିଳା ବିଜୁ ଜନତା ଦଳ ପକ୍ଷରୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଧାୟକ ଅଙ୍ଗଦ କହଁର, ରାଜ୍ୟ ସଂଖ୍ୟାଲଘୁ ସଂପ୍ରଦାୟ ସଂପାଦକ ତଥା ବିଜେଡି ନେତା ୟାସିନ ବେଗ,ଜିଲ୍ଲା ବିଜୁ ଜନତା ଦଳ ସଭାପତି ସରୋଜ କର୍ଣ୍ଣ,ନଗର ବିଜୁ ଜନତା ଦଳ ସଭାପତି ସୁଧୀର କହଁର,ଦାରୁଣ ବେହେରା , ମହିଳା ଶାଖା ସଭାପତି ପୁନମ କହଁର , ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ପୂର୍ବତନ ମହିଳା ଶାଖା ସଭାନେତ୍ରୀ ଅନିମା କହଁର, ମହିଳା ନେତ୍ରୀ ସଂଯୁକ୍ତା ବେହେରା , ଙ୍କ ସମେତ ବହୁ ଦଳୀୟ କର୍ମୀ ଓ ନେତା ଉପସ୍ଥିତ ଥିଲେ । ପରେ ପରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗକୁ ଯାଇ ଜଗାକୁ ଭେଟିଛନ୍ତି ।
ଚିକିତ୍ସା ଦାୟିତ୍ଵରେ ଥିବା ଡାକ୍ତରମାନଙ୍କୁ ତାର ସ୍ୱାସ୍ଥ୍ୟ ବିଷୟରେ
ପଚାରି ବୁଝିଥିଲେ ମନ୍ତ୍ରୀ । ଜଗା ଭଲ ଥିବା ଦେଖି ମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହିତ ଜଗା ଶୀଘ୍ର ସଂପୂର୍ଣ୍ଣ ସୁସ୍ଥ ହୋଇ ସାଧାରଣ ପିଲାଙ୍କ ପରି ସ୍କୁଲ ଯାଉ ବୋଲି ଜଗନ୍ନାଥଙ୍କ ନିକଟରେ କାମନା କରିଛନ୍ତି ଶ୍ରୀ ଜେନା।ସୂଚନାଯୋଗ୍ୟ, ପ୍ରତାପ ଜେନା ସ୍ବାସ୍ଥ୍ୟ ମନ୍ତ୍ରୀ ଥିବା ବେଳେ ଫିରିଙ୍ଗିଆ ବ୍ଲକ ମିଲୁପଡାର ଯୋଡାମୁଣ୍ଡ ଶିଶୁ ଜଗା ବଳିଆଙ୍କ ଦିଲ୍ଲୀ ଏମସରେ ଏକ ଅତି ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ସେମାନଙ୍କ ମୁଣ୍ଡକୁ ଅଲଗା କରାଯାଇଥିଲା ।
ସେହି ସମୟରେ ପ୍ରତାପ ଜେନାଙ୍କ ଉଦ୍ୟମ ଓ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଯୋଗୁଁ ରାଜ୍ୟ ସରକାର ଏହି ଅସ୍ତ୍ରୋପଚାର ପାଇଁ ଏକ କୋଟି ଟଙ୍କା ଯୋଗାଇ ଦେଇଥିଲେ । ସେଠାରେ ସୁସ୍ଥ ହୋଇ ଫେରିବା ପରେ ସେମାନେ କଟକ ଏସସିବିକୁ ସ୍ଥାନାନ୍ତର ହୋଇଥିଲେ ।ତେବେ କିଛି ଦିନ ପରେ ବଳିଆ ସେଠାରେ ମୃତ୍ୟୁ ବରଣ କରିଥିଲା । ପରେ ଜଗାକୁ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ସେ ଏବେ ଚିକିତ୍ସାଧୀନ ଅଛି । ଜଗାକୁ ମନେ ପକାଇ ଆଜି ମନ୍ତ୍ରୀ ଶ୍ରୀ ଜେନା ତାକୁ ଦେଖା କରିଥିବାରୁ ତାର ବାପା ମାଙ୍କ ସମେତ ସ୍ଥାନୀୟ ଲୋକେ ତାଙ୍କୁ ସାଧୁବାଦ ଜଣାଇଛନ୍ତି । (ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ)
No Result
View All Result