No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୨୯ ଜୁଲାଇ ଗୁରୁବାର) କଳାହାଣ୍ଡି :- ନର୍ଲା ବ୍ଲକ ଅନ୍ତର୍ଗତ ମାଣ୍ଡେଲ ଗ୍ରାମ ପଂଚାୟତ ଅଧିନସ୍ତ ମାଣ୍ଡେଲ ଗ୍ରାମର ଶତ୍ରୁଘ୍ନ ଦୀପ(ବାପା)ଙ୍କ ଝିଅ(୧୯) ଭବାନୀ ଦୀପ ଦୀର୍ଘ ଦିନରୁ ଅସାଧ୍ୟ କର୍କଟ ରୋଗରେ ପୀଡିତ ହୋଇ ମାନସିକ ଦୁଃଶ୍ଚିନ୍ତାରେ ଜୀବନ କାଟୁଛନ୍ତି । ମଦନପୁର ରାମପୁର ସ୍ଥିତ ଯୁକ୍ତ ତିନି କଲେଜରେ ସେ ଅଧ୍ୟୟନରତ ଥିଲେ । ଏହି ଅସାଧ୍ୟ ରୋଗରେ ପୀଡିତ ହୋଇ ତାଙ୍କର ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥିବା ବେଳେ ବାପାଙ୍କ ସ୍ୱଳ୍ପ ଆୟରେ ପରିବାରର ପ୍ରତିପୋଷଣ ଓ ଝିଅର ଚିକିତ୍ସା ପାଇଁ ଅର୍ଥ ବାଧକ ସୃଷ୍ଟି କରିଛି । ନିଜ ଝିଅର ଚିକିତ୍ସା ପାଇଁ ଜମି, ସୁନାଗହଣାକୁ ବିକ୍ରି କରିଦେଇ ଝିଅକୁ ପ୍ରଥମେ ବିଷମକଟକ ହସ୍ପିଟାଲ ପରେ ବ୍ରହ୍ମପୁରର ବାଲାଜି ହସ୍ପିଟାଲରେ ତାପରେ ବିଶାଖାପାଟଣାର କେ.ଜି.ଏଚ. ହସ୍ପିଟାଲରେ ଚିକିତ୍ସା କରାଇ ସର୍ବସ୍ୱ ହରାଇଥିଲେ ମଧ୍ୟ ସ୍ବାସ୍ଥ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା ।
ଏହି ଖବର ସୋସିଆଲ ମେଡିଆରେ ପ୍ରସାରଣ ହେବା ପରେ ବିଜୁ ମହିଳା ଜନତା ଦଳର ବଲାଙ୍ଗୀର ଜିଲ୍ଲାର ଜୋନ୍ ସଭାନେତ୍ରୀ କଲ୍ୟାଣୀ ନାଏକ ନିକଟରେ ଥିବା ଯୁବ ସ୍ଵେଚ୍ଛାସେବୀ ହେମସାଗର ସାହୁଙ୍କୁ ଜଣାଇଥିଲେ । ଉକ୍ତ ଖବର ପାଇଁ ଯୁବ ସ୍ବେଚ୍ଛାସେବୀ ହେମସାଗର ସାହୁ କର୍କଟରେ ପିଡିତା ଘରକୁ ଯାଇ ସବୁ କଥା ବୁଝିଥିଲେ । ପରେ କେମିତି ତାଙ୍କର ଫ୍ରିରେ ଚିକିତ୍ସା କରାଯାଇପାରିବ ବୋଲି ସେ ବିଷୟରେ ଜଣାଇଥିଲେ । ଓଡିଶା ସରକାରଙ୍କ ବିଜୁ କଲ୍ୟାଣ ସ୍ୱାସ୍ଥ୍ୟ ଯୋଜନାରେ ସାମିଲ ହୋଇ ମାଗଣା ଚିକିତ୍ସା ପାଇଁ ରାୟପୁର ସ୍ଥିତ ରାମକୃଷ୍ଣ କେୟାର ହସ୍ପିଟାଲକୁ ପଠାଯାଇଛି । ବର୍ତ୍ତମାନ ଏବେ ସେ ସେହି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଓ ଶୀଘ୍ର ଭଲ ହୋଇ ଫେରିବେ ବୋଲି ଆଶା କରୁଛୁ ବୋଲି ଯୁବ ସ୍ଵେଚ୍ଛାସେବୀ ଜଣକ କହିଛନ୍ତି । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result