• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସବୁ ସାରିଦିଅନି ଭବିଷ୍ୟତର ସୁରକ୍ଷା ପାଇଁ ବଞ୍ଚାଇ ରଖ – ପ୍ରଫୁଲ୍ଲ ସାମନ୍ତରା

Proprietor Abhimanyu Maharana by Proprietor Abhimanyu Maharana
July 29, 2021
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ସବୁ ସାରିଦିଅନି ଭବିଷ୍ୟତର ସୁରକ୍ଷା ପାଇଁ ବଞ୍ଚାଇ ରଖ – ପ୍ରଫୁଲ୍ଲ ସାମନ୍ତରା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୯ ଜୁଲାଇ ଗୁରୁବାର ) ଭୁବନେଶ୍ୱର :- ଆଜି ସମଗ୍ର ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଏକ ମହା ସଂକଟ ରୂପେ ସ୍ୱୀକୃତି ପାଇଛି । ଏହାର ପ୍ରତିରୋଧ ଓ ପ୍ରତିକାର ପାଇଁ ମଧ୍ୟ ମନୁଷ୍ୟକୃତ କାରଣ ଗୁଡ଼ିକର ନିରାକରଣ କରାଯିବା ପାଇଁ ମଧ୍ୟ ସ୍ୱୀକାର କରାଯାଇଛି ବୈଜ୍ଞାନିକମାନଙ୍କ ମତକୁ ସମ୍ମାନ ଦେଇ । କାରଣ ଗୁଡ଼ିକ ଜୀବାଶ୍ମ ଜାଳେଣି ବା ଫସିଲ ଫୁଏଲର ଅତ୍ୟଧିକ ବ୍ୟବହାର ଅବିଚାରିତ ଖଣିଖନନ ଓ ବିକାଶ ନାମରେ ପ୍ରଦୂଷଣକାରୀ ଶିଳ୍ପକାରଖାନା, ଜଙ୍ଗଲ ଧ୍ୱଂସ ସହ ଅତ୍ୟାଧିକ ଉପଭୋକ୍ତା ବାଦର ସଂପ୍ରସାରଣ ଓ ଅତ୍ୟଧିକ ରାସାୟନିକ କୃଷିର ବ୍ୟାପକତାର ପ୍ରତିହତ ଏକାନ୍ତ ଜରୁରୀ ଏବଂ ଏ ସବୁ କାରଣ ଦ୍ୱାରା ସୃଷ୍ଟି ହେଉଥିବା ପ୍ରଦୂଷଣ ଓ ଜଳବାୟୁସଂକଟରୁ ମୁକ୍ତିପାଇଁ ସତର୍କତା ମୂଳକ କାର୍ଯ୍ୟାନୁଷ୍ଠାନ ଓ ପ୍ରତିକାର ମୂଳକ ଯୋଜନା କରିବା ପାଇଁ ଏକ ସିମୀତ ବୁଝାମଣା (ପ୍ୟାରିସ ଏଗ୍ରିମେଣ୍ଟ ୨୦୧୫ ଚୁକ୍ତି) ସ୍ୱାକ୍ଷର କରିଛି ।

ଏହାର କାର୍ଯ୍ୟକାରିତାରେ ଡେରି ହେଉଥିବା ପରିଲକ୍ଷ୍ୟ କରି ଏବେ ନିକଟରେ ଜଳବାୟୁ ପରିବର୍ତ୍ତନ ବୃଦ୍ଧିରେ ଚିନ୍ତିତ ୧୨୦୦ ବୈଜ୍ଞାନିକ, ଗବେଷକ ଓ ଶିକ୍ଷାବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରି ପୁଣି ବିଶ୍ୱର ବିଭିନ୍ନ ରାଷ୍ଟ୍ରର ନେତା ତଥା ଶାସକମାନଙ୍କୁ ନିବେଦନ ସହ ପରାମର୍ଶ ଦେଇଛନ୍ତି ଯେ ତୁରନ୍ତ ଫସିଲ ଫୁଏଲ (କୋଇଲା, ଗ୍ୟାସ ଓ ତେଲ) ବ୍ୟବହୃତ ଶିଳ୍ପ, କରଖାନାର ପ୍ରସାରଣ ବନ୍ଦ କରାଯାଇ ବର୍ତ୍ତମାନ ଅବସ୍ଥିତ ଫସିଲ ଫୁଏଲ ନିର୍ଭରଶୀଳ ବା ସବୁଜଗୃହ ଗ୍ୟାସ ସୃଷ୍ଟି କରୁଥିବା ଶିଳ୍ପଗୁଡ଼ିକ ପର୍ଯ୍ୟାୟ କ୍ରମେ ହଟାଇ ଶତ ପ୍ରତିଶତ ସବୁଜ ବା ନବୀକରଣୀୟ ଶକ୍ତି ବ୍ୟବହାର ପାଇଁ ଯଥାଶୀଘ୍ର କାର୍ଯ୍ୟକାରାଯାଉ ବିଶ୍ୱତାପ ବୁଦ୍ଧିକୁ ଚଳିତ ଶତାବ୍ଦୀର ଅନ୍ତ ବେଳକୁ ୧.୫ ସେଣ୍ଟିଗ୍ରେଡ଼ ଡିଗ୍ରୀରେ ସିମୀତ ରଖିବାକୁ । ନଚେତ୍ ପ୍ରଚଣ୍ଡ ପ୍ରାକୃତିକ ବିପର୍ଯ୍ୟୟ ଅନିବାର୍ଯ୍ୟ ।

ତେଣୁ ଜଳବାୟୁ ଜନିତ ନ୍ୟାୟ ସହ ବର୍ତ୍ତମାନ କୋଟି କୋଟି ସାଧାରଣ ଜନତାଙ୍କ ଜୀବନ ଜୀବିକା ଓ ଭବିଷ୍ୟତ ପିଢ଼ିର ଅଧିକାରର ସୁରକ୍ଷା ପାଇଁ ଜଙ୍ଗଲ ଜମି ଓ ଜଳର ସରଂକ୍ଷଣ ଏକାନ୍ତ ଜରୁରୀ, ସେଥିପାଇଁ ଜନତାଙ୍କ ଅପେକ୍ଷା ଜନତାଙ୍କୁ ନେଇ ଜାଗରଣ ସୃଷ୍ଟି କରିବାକୁ ସମସ୍ତ ରାଜନୈତିକ ଦଳ, ଜନ ଅଧିକାର ତଥା ଜନବାଦୀ ଗଣ ସଂଗଠନଗୁଡ଼ିକର କର୍ମକର୍ତ୍ତା ମାନେ ଅନ୍ତତଃ ନିଜ ନିଜ ଅଞ୍ଚଳର ଏବଂ ରାଜ୍ୟର ପ୍ରାକୃତିକ ସଂପଦର ସଦ୍ ବିନିଯୋଗ ସହ ତାର ସରଂକ୍ଷଣ ଓ ସୁରକ୍ଷା ପ୍ରତି ଧ୍ୟାନ ଦେବା, ସେଥିପାଇଁ ସ୍ପଷ୍ଟମତ ପ୍ରକାଶ କରିବା ଓ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଥିବା ଅଧିକାରକୁ ସାବ୍ୟସ୍ତ କରିବା ପରମ କର୍ତ୍ତବ୍ୟ ।

ଏହି ପରିପ୍ରେକ୍ଷୀରେ ଆମ ଦେଶରେ ମଧ୍ୟ ନିଚ୍ଛକ ଭାବେ ପ୍ରାକୃତିକ ସଂପଦର ସୁରକ୍ଷା ସହ ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବା ପାଇଁ ଆର୍ôଥକ ଓ ପରିବେଶୀୟ ନୀତିରେ ଆବଶ୍ୟକ ପରିବର୍ତ୍ତନ ପାଇଁ ଶାସକ ଓ ମୁଖ୍ୟ ସ୍ରୋତରେ ବିତରାଧୀ ଦଳ ଗୁଡ଼ିକ ପ୍ରସ୍ତୁତ ନୁହଁନ୍ତି । ବରଂ ଚାଲୁଥିବା ନୀତିକୁ ଅଧିକ ଆକ୍ରମକ କରାଯାଇ ଫସିଲ୍ ଫୁଏଲ୍ ତଥା ପ୍ରଦୂଷଣକାରୀ ଓ ବିନାଶକାରୀ ନୂଆ ପ୍ରକଳ୍ପବୃଦ୍ଧି କରାଯାଉଛି । ଗତ ୬୦ ବର୍ଷର ସାଂଘାତିକ ପ୍ରଦୂଷଣର ଶିକାର ହୋଇଥିବା ଅନୁଗୁଳ ତାଳଚେର ଅଞ୍ଚଳର ଲକ୍ଷ ଲକ୍ଷ ଜନତା ଓ ତାର ଚାଷ ଜମି, ନଦୀଜଳ ଓ ବିଧ୍ୱଂସିତ ଜଙ୍ଗଲର ବିକାଶର ମୂଲ୍ୟାୟନ କରା ନ ଯାଇ ପୁନଃ ଆଠଟି କୋଇଲା ଖଣି ଖନନ ଦ୍ୱାରା ଛେଣ୍ଡିପଦା ଅଞ୍ଚଳର ଓ ଝାରସୁଗୁଡ଼ା ଲଖନପୁର ଅଞ୍ଚଳର ୪୦ ହଜାର କୃଷି ଜମି ଓ ଜଙ୍ଗଲ ବିଲୋପ ହେବ । ପୁଣି ଏକ ବର୍ଷ ପରେ ରାଜ୍ୟ ସରକାର ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି ୧୧ ଗୋଟି ଖଣି ନିଲାମ ହେବ ।

ସେଥିମଧ୍ୟରୁ ନୂତନ ଭାବେ ୬ଟି କୁଆଁରୀ ଲୁହା ଖଣି ଓ ଗୋଟିଏ କୁଆଁରୀ ବକ୍ସାଇଟ ଖଣି ଯାହାଦ୍ୱାରା ୪୨୦୦ ଏକର ଜଙ୍ଗଲ ଓ ତାର ସଂଲଗ୍ନ ଜମି ମରୁଭୂମି ହେବ ଏବଂ ଏଥି ମଧ୍ୟରୁ କେନ୍ଦୁଝର ଜୋଡ଼ା ବ୍ଲକର ବଉଳି ପଞ୍ଚାୟତର ଗନ୍ଧଲପଡ଼ାର ଅକ୍ଷତ ପୂରାତନ ଘଞ୍ଚ ଜଙ୍ଗଲ ଓ କଳାହାଣ୍ଡିର କର୍ଲାପାଟ ଜଙ୍ଗଲ ଧ୍ୱଂସ ଏକ ଭୟଙ୍କର ବିପର୍ଯ୍ୟୟକୁ ଡାକି ଆଣିବ । ଗଂଧଲପଡ଼ାର ୨୪୧.୫୫୮ ହେକ୍ଟର ଖଣି ଅଞ୍ଚଳ ମଧ୍ୟରୁ ୧୮୨ ଏକର ଜମିରେ ସବୁଜ ବନାନୀ ଅଛି ଯେଉଁଠି ପ୍ରାୟ ୯ ଲକ୍ଷ ବୃକ୍ଷ ମଧ୍ୟରେ ୭୩% ଶାଳ । ଏହାକୁ ଅତି ମୂଲ୍ୟବାନ ଶାଳବଣ ବୋଲି କୁହାଯାଏ ଯେଉଁଠି ମୁଣ୍ଡା ସମାଜର ଆଦିବାସୀ ବସତି ରହିଛି ଓ ସେମାନଙ୍କ ଜୀବନ-ଜୀବିକାର ମୁଖ୍ୟ କେନ୍ଦ୍ର ହେଉଛି ଏହି ଜଙ୍ଗଲ । ଶାଳ ଗଛର ୩୦ ଇଞ୍ଚ ଗୋଲାଇ ବୃଦ୍ଧି ହେବାକୁ ପ୍ରାୟ ୫୦ ବର୍ଷ ଲାଗିଯାଏ ଏବଂ ସଂପୂର୍ଣ୍ଣ ପରିପକ୍ୱ ହେବା ପାଇଁ ପ୍ରାୟ ୧୦୦ ବର୍ଷ ଲାଗିଯାଏ ।

ଏପରି ଏକ ଅତି ବିରଳ ଘଞ୍ଚ ଜଙ୍ଗଲକୁ ଶେଷ କରିଦେବା ପରେ ନିକଟରେ ଆଉ ଏକ ନୂଆ ଜଙ୍ଗଲ ସୃଷ୍ଟି ଅସମ୍ଭବ । ଆସନ୍ତା ୫୦୦ ବର୍ଷ ପର୍ଯ୍ୟନ୍ତ ଏପରି ଏକ ନୂତନ ଜଙ୍ଗଲର ଆବିର୍ଭାବ ସମ୍ଭବପର ନୁହଁ । କଂପାନୀ ବୋଲକରା ଜଙ୍ଗଲ ଅଧିକାରୀମାନେ ବୃକ୍ଷ ସଂଖ୍ୟାକୁ କମାଇ ଦେବେ ଗୋଲେଇ ୩୦ ଇଞ୍ଚରୁ କମ ଥିବା ବୃକ୍ଷମାନଙ୍କୁ ବାଦ ଦେଇ । ଏକ ଶାଳ ଗଛର ଗୋଲେଇ ୧୫ ଇଞ୍ଚ ବୃଦ୍ଧି ହେବା ପାଇଁ ୧୫ ରୁ ୨୦ ବର୍ଷରୁ ଅଧିକ ଲାଗିଯାଏ । ୧୦ ବର୍ଷ ଊର୍ଦ୍ଧ୍ୱ ବୃକ୍ଷଗୁଡ଼ିକ ମଧ୍ୟ ଅତି ମୂଲ୍ୟବାନ ଓ ଭବିଷ୍ୟତ ବଂଶଧରମାନଙ୍କ ପାଇଁ ସଂରକ୍ଷିତ ରଖିବା ପାଇଁ ସମ୍ଭବପର । ଏହା ପରେ ଆଉ ତିନୋଟି ବଡ଼ ଜଙ୍ଗଲ , ଆଉ ୩ ଟି ଲୁହା ଖଣି ପାଇଁ କାଶିଆ, ଝୁମୁକା ପଥର ପଶି ଓ ଚାନ୍ଦିପୋସିର ୪୦୩ ହେକ୍ଟର ଜଙ୍ଗଲ ଧ୍ୱଂସ ପାଇବ ।

ସେହିପରି କଳାହାଣ୍ଡିର ନିୟମଗିରିପରି କର୍ଲାପାଟ ମଧ୍ୟ ଜଳ, ଜଙ୍ଗଲ, ଜୈବବିଧିତା ତଥା ଜଙ୍ଗଲବାସୀଙ୍କ ବାସସ୍ଥାନ ପାଇଁ ଅତି ମହତ୍ତ୍ୱପୂର୍ଣ୍ଣ ପ୍ରାକୃତିକ ସଂପଦ । ସଦ୍ୟ ତଥ୍ୟ ସଂଗ୍ରହରରୁ ଜଣାପଡ଼ିଛି ସେଠାରେ ୫୩ଟି ଗ୍ରାମଦେଇ ୩୦୦ଟି ଛୋଟବଡ଼ ଝରଣା ବହୁଛି । ଯେଉଁଠି ବକ୍‌ସାଇଡ଼୍ ସେଇଠି ନିରନ୍ତର ଝରଣାମାନଙ୍କର ଉପସ୍ଥିତି ଯାହାକି ପ୍ରକୃତିଦତ୍ତ ଉପହାର ମଣିଷ ସମାଜ ପାଇଁ । ଶତାଧିକ ଗ୍ରାମର କୁଟିଆ କନ୍ଧ ଓ ଅନ୍ୟ ଜଙ୍ଗଲବାସୀଙ୍କ ଜୀବନ ଜୀବିକା ତଥା ସେମାନଙ୍କ ଆର୍ଥିକ, ସାମାଜିକ ଓ ସଂସ୍କୃତି ଅସ୍ମିତା ଯୋଡ଼ି ହୋଇ ରହିଛି କର୍ଲାପାଟ ଘଞ୍ଚ ଜଙ୍ଗଲ ସହ । ଏହି ଜଙ୍ଗଲ ବନ୍ୟପ୍ରାଣୀ ଅଭୟାରଣ୍ୟ ରୂପେ ଘୋଷିତ । କିନ୍ତୁ ଖଣିଖନନ ଅନୁମତି ପାଇବାକୁ ଅଭୟାରଣ୍ୟର ଭୌଗଳିକ ସୀମାକୁ ହ୍ରାସ କରିଦେବାକୁ ଚକ୍ରାନ୍ତ ଚାଲିଛି । ଏଠି ହାତୀମାନଙ୍କର ୪ଟି ଯାତାୟତ ପଥ ତଥା କରିଡର ରହିଛି । ଅନେକ ପ୍ରଜାତିର ପଶୁ ପକ୍ଷୀ ଓ ବୃକ୍ଷଲତାର ବାସସ୍ଥଳି । ଏଠି ଖଣି ଖନନ ନିଷେଧ ହେବା ଏକାନ୍ତ ଜରୁରୀ ପୂର୍ବଘାଟର ଅନୁକୂଳ ମୌସୁମୀ ପାଇଁ ।

ନିୟମଗିରିର ସୁରକ୍ଷା ଗ୍ରାମ ସଭା ଉପରେ ଛାଡ଼ିଦିଆଗଲା ସୁପ୍ରିମ କୋର୍ଟ ଦ୍ୱାରା ଜଙ୍ଗଲ ଅଧିକାର ଆଇନ, ପେସା ଆଇନ ଓ ସଂବିଧାନର ପଞ୍ଚମ ପରିଚ୍ଛେଦରେ ଥିବା ଆଦିବାସୀମାନଙ୍କ ଅଧିକାରକୁ ଆଧାର କରି । ସେହି ଆଇନର ପ୍ରୟୋଗ ଆଜି କର୍ଲାପାଟ ଠାରୁ ଆରମ୍ଭ କରି ଗଂଧାଲପଡ଼ା ଜଙ୍ଗଲ ସମେତ ରାଷ୍ଟ୍ରର ସମସ୍ତ ଆଦିବାସୀ ଅଞ୍ଚଳରେ ଅନିବାର୍ଯ୍ୟ । ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ : ଏ ସବୁ ଖଣିଜ ସଂପଦ, ଜଙ୍ଗଲ ସଂପଦ ଓ ଜଳ ସଂପଦକୁ ଶେଷ କରିଦେବାର ଜରୁରୀ ଅଛି କି? ଗୋଟିଏ ସରକାର କିଂବା ଗୋଟି ପିଢ଼ି ବର୍ତ୍ତମାନର ପ୍ରାକୃତିକ ସଂବଳକୁ ଶେଷ କରି ଦେବା ଅଧିକାର ନାହିଁ । ସରକାର ମାଲିକ ନୁହନ୍ତି କେବଳ ଟ୍ରଷ୍ଟି । ଏକଶତ ବର୍ଷରୁ ଅଧିକ ସମୟରୁ ରାଜ୍ୟରେ କେନ୍ଦୁଝର, ଯାଜପୁର, ମୟୁରଭଂଜ, ସୁନ୍ଦରଗଡ଼ ଜିଲ୍ଲାରେ ଖଣିଜନନ ଚାଲିଛି । ପରବର୍ତ୍ତି ସମୟରେ ନବ ଉଦାରବାଦୀ ଅର୍ଥନୀତି ଦ୍ୱାରା ଘରୋଇ କଂପାନୀ ହାତରେ ଖଣିଖନନ ବ୍ୟାପକ ପରିମାଣରେ ଅନ୍ୟ ଜିଲ୍ଲା ମାନଙ୍କରେ ମଧ୍ୟ ହେଉଛି ।

କିଂତୁ ଯେଉଁଠି ଖଣିଖନନ ଚାଲିଛି ସେଠାର ଆଦିବାସୀସମେତ ସ୍ଥାନୀୟ ଦଳିତ, ଛୋଟ ଚାଷୀ ଗରୀବ ହୋଇ ରହିଛନ୍ତି । ଏକଥା ଦେଶର ସମସ୍ତ ଖଣିଖନନ ଜିଲ୍ଲାମାନଙ୍କରେ ଦେଖିବାକୁ ମିଳିଛି ବୋଲି ଦିଲ୍ଲୀର ‘ସେଣ୍ଟର ଫାର ସାଇନସ ଏଣ୍ଡ ଏନଭିରୋନମେଣ୍ଟ’ ତାର ଅଧ୍ୟୟନ ରିପୋର୍ଟ ରିଚଲେଣ୍ଡସ୍ ପୁଅର ପିପୁଲ (ଧନୀ ରାଜ୍ୟ ଓ ଗରୀବ ଜନତା) ରେ ତଥ୍ୟ ରଖିଛି । ଆଜିର ଦିନରେ ଖଣି ଖନନ ଅବିଚାରିତ ଭାବରେ ଚାଲିଛି । ୨୦୧୫ ସୁଦ୍ଧା ଯେତିକି ଜଙ୍ଗଲ ଧ୍ୱଂସ ହୋଇଥିଲା ତା ଠାରୁ ଅଧିକ ବେଗରେ ଏବେ ନୂଆ ସଂଶୋଧିତ ଖଣି ଆଇନ ଦ୍ୱାରା ହେଉଛି । କଂପାନୀମାନଙ୍କୁ ୨୦ ବର୍ଷ ବଢ଼ାଇ ୫୦-୬୦ ବର୍ଷ ପାଇଁ ମଧ୍ୟ ଲିଜ ଦିଆଯାଇଛି । ଶିଳ୍ପମାନଙ୍କ ପାଇଁ ସରଂକ୍ଷିତ ଖଣି ଦିଆଯାଇଥିଲେ ସୁଦ୍ଧା ଏବେ ନିଲାମ ଜରିଆରେ ଦେଶ-ବିଦେଶ ବଜାରରେ ବିକ୍ରି କରିବା ପାଇଁ ଖଣି ଲିଜ୍ ଦିଆଯାଉଛି । ତାହା ଅତି ସାଂଘାତିକ ସ୍ଥିତି ସୃଷ୍ଟି କରିବ ।

ଲୁହାପଥର ବକ୍‌ସାଇଟ୍‌, କୋଇଲା ପରି ପୁନଃ ନବୀକରଣ ହୋଇ ପାରୁ ନ ଥିବା ଖଣିଜ ପାଦାର୍ଥଗୁଡ଼ିକ ଅଳ୍ପ ସମୟରେ ମଧ୍ୟରେ ଶେଷ ହୋଇ ଯିବ । ମାତ୍ର ୩୦-୪୦ ବର୍ଷ ମଧ୍ୟରେ ଗୋଟିଏ କିଂବା ୩ଟି ସରକାର ଅମଳରେ ରାଜ୍ୟରେ ଇସ୍ପାତ ହବ୍ ପାଇଁ ସମସ୍ତ ଲୁହା ପଥର ସାରି ଦେବା ଭବିଷ୍ୟତ ପିଢ଼ିମାନଙ୍କ ପାଇଁ ଅନ୍ୟାୟ ଏବଂ ରାଜ୍ୟକୁ ସମ୍ବଳହୀନ କରିବା ଭବିଷ୍ୟତ ଓଡ଼ିଶା ପାଇଁ ଅଭିଶାପ । ଖଣିଜ ପଦାର୍ଥରୁ ଯେଉଁ ରାଜସ୍ୱ ଆସୁଛି ତାହା ବଜାର ମୂଲ୍ୟରେ ବିକ୍ରିରୁ ନୁହଁ, ରୟାଲଟିରୁ । ଆଠ ମାସ ପୂର୍ବେ ଲୁହାପଥର (ଉଚ୍ଚମାନ) ପ୍ରତି ଟନର ବଜାର ଦର ୮୯ ଡଲାର ଥିବାବେଳେ ଆଜିର ଦିନରେ ଅଛି ୨୦୭ ଡଲାର ଅର୍ଥାତ୍ ୧୪ ହଜାର ଟଙ୍କା । କେବଳ ଗଂଧଲପଡ଼ା ଖଣିରେ ଅଛି ୩୪ କୋଟି ଟନ ଲୁହାପଥର । ଆଜିର ବଜାର ଦରରେ ତାର ମୂଲ୍ୟ ୪୭,୬୦୦୦ କୋଟି ଟଙ୍କାରୁ ଅଧିକ । କିଂତୁ ସରକାର ପାଇବେ ରୟଲଟି ଟନ ପିଛା ନିର୍ଦ୍ଧାରିତ ୩୮୧ ଟଙ୍କା ୨୫ ପଇସା । ନିଲାମ ଜରିଆରେ ମୂଲ୍ୟ ମିଶ୍ରଣ କରି ଯେଉଁମାନେ ଲିଜ୍ ପାଇବେ ସେମାନେ ଖଣିଖନନ କଲାବେଳେ ଖଣିଜ ପଦାର୍ଥର ମାନକୁ ହ୍ରାସ କରି କମ ମୂଲ୍ୟ ଦେବେ । ଅନେକ ସମୟରେ ପ୍ରଥମେ ପ୍ରଥମେ ଖଣି ଖନନ କରି ଅଧିକ ମୁନାଫା ଅର୍ଜନ କଲା ପରେ କମ ମୁନାଫ ବେଳକୁ ଛାଡ଼ି କରି ଚାଲିଯାଆନ୍ତି ।

ଏହାର ଏକମାତ୍ର ସମାଧାନ ରାଜ୍ୟ ସରକାର ପୂର୍ବେ ଓଏମସିଦ୍ୱାରା ଖଣିଜ ପଦାର୍ଥ ଖନନ କରି ବିକ୍ରି କରୁଥିବା ପ୍ରକ୍ରିୟାକୁ ପୁନଃ ବ୍ୟାପକ ଆକାରରେ ଚାଲୁ କରିବା । ସେଥିପାଇଁ ପୁଞ୍ଜି ନିବେଶ ପାଇଁ ଖଣିଜ ପଦାର୍ଥ ଗ୍ରାହକମାନଙ୍କ ଠାରୁ ଅଗ୍ରୀମ ପୁଞ୍ଜି ସଂଗ୍ରହ କରାଯାଇପାରେ । ସେମାନଙ୍କୁ ପ୍ରଥମିକତା ଦେଇ କଞ୍ଚାମାଲ ଯୋଗାଇବା ଚୁକ୍ତି କରାଯାଇପାରେ । ଖଣିଜ ପଦାର୍ଥ ବ୍ୟବହାର କରୁଥିବା ଶିଳ୍ପକୁ ଓ ଖୋଲାବଜାରରେ ବଜାର ଦରରେ ବିକ୍ରି କରିବା ଦ୍ୱାରା କମ ଖଣିଖନନ କରି ଅଧିକ ରାଜସ୍ୱ ରୋଜଗାର କରାଯାଇପାରିବ । ବର୍ତ୍ତମାନ ଶେଷ ହୋଇ ଯାଉଥିବା ଖଣିଜ ପଦାର୍ଥକୁ କୌଣସି ବାଟରେ ରତ୍ପାନୀ ଉପରେ ନିଷେଧ ଜାରି ହେବା ଉଚିତ୍ । ସେହିପରି ବକ୍‌ସାଇଟ୍ ଖଣି ନାଲକୋକୁ, ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନଲକୁ ଓ ବେଦାନ୍ତକୁ ଯଥାକ୍ରମେ ପଞ୍ଚପଟମାଳି, ବାଫିଲିମାଳି ଓ କୋଡ଼ିଙ୍ଗା ମାଳି ଲିଜ ଦିଆଯାଇଛି ଯାହାକି ବର୍ତ୍ତମାନର ଆବଶ୍ୟକତା ଠାରୁ ଅଧିକ । ଅଧିକ ବକ୍‌ସାଇଟ୍ ଖନନ କରି ନିଲାମରେ ଦେବା ଅର୍ଥ ବଜାରରେ ବ୍ରକ୍ରି କରି ଅଜସ୍ର ମୁନାଫା କମାଇବା ପାଇଁ ।

ବକ୍‌ସାଇଟ୍‌ର ବଜାର ମୂଲ୍ୟ ଏ ପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ । ଏ ସବୁ ନିଲାମ ଓ ଲିଜ କାରବାର ଚଲାଇ ଶାସକ ଦଳମାନେ ଅଜସ୍ର ଅର୍ଥ ସଂଗ୍ରହ କରୁଛନ୍ତି । ଆମେ ନିର୍ବାଚନ ବେଳେ ଦେଖିପାରୁଛେ ହଜାର ହଜାର କୋଟି ଟଙ୍କାର କଳାଧନ ଆସୁଛି କେଉଁଠୁ । ଖଣି କଂପାନୀ ମାଲିକମାନେ କେନ୍ଦ୍ର ଓ ରାଜ୍ୟ ଶାସକଦଳ ଗୁଡ଼ିକର ଟ୍ରେଜେରୀ । ଗତ ୬୦ ବର୍ଷର ଖଣିଖନନର ପରିଣାମକୁ ସମୀକ୍ଷା କଲେ ଜଣାପଡ଼ୁଛି ଯେଉଁ ଜଙ୍ଗଲ ଶେଷ ହୋଇ ଗଲା ତାହା ବର୍ଜ୍ୟସ୍ଥଳ; ସେଠାରେ ପୁନଃ ବନୀକରଣ ହୋଇନାହିଁ । ଯଦି କେଉଁଠି ହେବାର ଦେଖାଦେଇଛି ତାହା ବ୍ୟବସାୟିକ ବୃକ୍ଷରୋପଣ । ପ୍ରକୃତ ଜଙ୍ଗଲ ସୃଷ୍ଟି କରାଯାଇ ପାରିନାହିଁ । ସରକାରମାନଙ୍କ ଦ୍ୱାରା ସୁରକ୍ଷା ପାଇ କଂପାନୀମାନେ ଠକି କରି ଚାଲିଯାଇଛନ୍ତି । ତେଣୁ ଆଜିର ଆହ୍ୱାନ -ରାଜ୍ୟର ପ୍ରାକୃତିକ ସଂପଦର ସଂରକ୍ଷଣ ଓ ଭବିଷ୍ୟତ ପାଇଁ ରକ୍ଷଣ ବେକ୍ଷଣ ଏକ ସଂବିଧାନିକ ଓ ନୈତିକ କର୍ତ୍ତବ୍ୟ ।

ସରକାର ୫୦ ରୁ ଅଧିକ ଇସ୍ପାତ କାରଖାନା ଆଲୁମିନିୟମ କାରଖାନରୁ ଜାତ ଷ୍ଟିଲ ଓ ଆଲୁମିନିୟକକୁ କେନ୍ଦ୍ର କରି ଆନୁସାଙ୍ଗିକ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ କଂପାନୀମାନଙ୍କୁ କାହିଁକି ବାଧ୍ୟ କରୁ ନାହାନ୍ତି? ଆଜିର ଉତ୍ତାପ ବୃଦ୍ଧି ପରିପ୍ରେକ୍ଷୀରେ ଜଙ୍ଗଲର ସଂରକ୍ଷଣ ଓ ସୁରକ୍ଷା ମଣିଷ ପାଇଁ ଅତି ମୂଲ୍ୟବାନ । ହାତୀ, ବାଘଙ୍କ ବାସସ୍ଥଳୀ ଭାଙ୍ଗି ଦେବାରୁ ମଣିଷ ବାସସ୍ଥଳି ଉପରେ ସେମାନଙ୍କ ଦୌରାତ୍ମ୍ୟ ସ୍ୱାଭାବିକ । ପୁଣି ବାୟୁମଣ୍ଡଳରେ ୩୮୦ରୁ ଅଧିକ ପାର ହେଲାଣି ଛିଦ୍ର ଅଣୁକଣିକା (ପିପିଏମ୍‌) । ବୃକ୍ଷ ଦ୍ୱାରା କାର୍ବନଡାଇଅକ୍ସାଇନ୍‌, ଅମ୍ଲଜାନ ନିଃଶରଣ ପାଇଁ ବହୁ ପରିମାଣର ଜଙ୍ଗଲର ଆବଶ୍ୟକତା ରହିଛି । ୨ଟି ପରିପକ୍ୱ ବୃକ୍ଷ ୪ ଜଣଙ୍କ ପାଇଁ ଅମ୍ଲଜାନ ଯୋଗାଇପାରେ । ପ୍ରତ୍ୟେକ ବୃକ୍ଷ ବାର୍ଷିକ ୨୬୦ ପାଉଣ୍ଡ ଅମ୍ଳଜାନ ଛାଡ଼େ ଓ ୪୮ ପାଉଣ୍ଡ ଅଙ୍ଗାରକାମ୍ଳ ନିଏ । ପ୍ରତ୍ୟେକ ବ୍ୟକ୍ତି ପାଇଁ ଦୈନିକ ୫୫୦ ଲିଟର ଅମ୍ଳଜାନ ଆବଶ୍ୟକ । କୋଭିଡ଼ ସମୟରେ ଅମ୍ଳଜାନ ସିଲିଣ୍ଡର (୫ ଲିଟର) ଦାମ ୮୦୦୦ ଟଙ୍କା ତାହା ହେଲେ ଜଣେ ମଣିଷକୁ (ବର୍ଷରେ) ୩୨୧୨୦୦୦୦୦ ଟଙ୍କା ମୂଲ୍ୟରେ ଅମ୍ଳଜାନ ପ୍ରକୃତି ଦେଉଛି ।

ଗଂଧଲପଡ଼ାର ଲକ୍ଷ ଲକ୍ଷ ବୃକ୍ଷର ଅବଦାନକୁ ହିସାବ କଲେ ଆମର ଅପୂରଣୀୟ କ୍ଷତିର ପରିମାଣକୁ ସରକାର ବିକାଶର ପ୍ରବକ୍ତା ଓ ପ୍ରଚଳିତ ବିକାଶ ଧାରାକୁ ଗ୍ରହଣ କରିଥିବା ରାଜନୈତିକ ଦଳ (ଶାସକ ଓ ବିରୋଧୀ ଦଳ) ର ସମସ୍ତ କର୍ମକର୍ତ୍ତାମାନେ ବିଚାରକୁ ନେଇ ଆମ ରାଜ୍ୟର ବର୍ତ୍ତମାନ ଓ ଭବିଷ୍ୟତ ବଂଶଧରଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ଅବିଚାରିତ ଖଣି ଖନନ ଓ ଅବାଞ୍ôଚତ ନିଲାମ ଲିଜ୍ ପ୍ରଦାନର ବିକଳ୍ପ ବିକାଶ ପାଇଁ ଚିନ୍ତା କରିବେ କି..? ସରକାର ବିଶେଷ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଏଥି ପ୍ରତି ଦୃଷ୍ଟି ଦେଇ ନିଲାମକୁ ବାତିଲ କରି ଜଙ୍ଗଲ ଓ ଖଣିଜ ସଂପଦର ସଂରକ୍ଷଣ ପାଇଁ ପୁନଃବିଚାର କରିବା ଭବିଷ୍ୟତ ଓଡ଼ିଶା ପାଇଁ ଏକାନ୍ତ ଜରୁରୀ । ଖଣି, ପାଣି, ଜଙ୍ଗଲ ପରସ୍ପର ପରିପୁରକ । ଗତ ୬୦ବର୍ଷର କ୍ଷୟକ୍ଷତି ଲାଭ ଓ ଭବିଷ୍ୟତ ପାଇଁ ସରଂକ୍ଷଣ ଉପରେ ରାଜ୍ୟ ସରକାର ଏକ ଶ୍ୱେତପତ୍ର ଜାରି କରିବେ କି..? ବିରୋଧୀଦଳଗୁଡ଼ିକ ଏଥିପାଇଁ ଦାବୀ କରିବେ କି..?

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଆପ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି

ଆପ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି

June 12, 2026
ଓଡ଼ିଶା ମଧ୍ଯାହ୍ନ ଭୋଜନ ପାଚିକା ସଂଘ ଓ ସିଆଇଟିୟୁ : ପୁରୀଜିଲ୍ଲା ପକ୍ଷରୁ ବିକ୍ଷୋଭ ଓ ୯ଦଫା ଦାବିପତ୍ର ପ୍ରଦାନ

ଓଡ଼ିଶା ମଧ୍ଯାହ୍ନ ଭୋଜନ ପାଚିକା ସଂଘ ଓ ସିଆଇଟିୟୁ : ପୁରୀଜିଲ୍ଲା ପକ୍ଷରୁ ବିକ୍ଷୋଭ ଓ ୯ଦଫା ଦାବିପତ୍ର ପ୍ରଦାନ

June 12, 2026
ପାଇଖାନା ଘେରା ଲଜିଂ ପରିସରରେ ବିଷ୍ଣୁଙ୍କ ନାମଯଜ୍ଞ

ଷ୍ଟେଟ ବ୍ୟାଙ୍କ ଓ ଦ ବେଲ୍ ତତଫରୁ ବିନ୍ଦୁଏ ରକ୍ତ ସିନ୍ଧୁଏ ଜୀବନ କାର୍ଯ୍ୟକ୍ରମ

June 12, 2026
ପାଇଖାନା ଘେରା ଲଜିଂ ପରିସରରେ ବିଷ୍ଣୁଙ୍କ ନାମଯଜ୍ଞ

ପାଇଖାନା ଘେରା ଲଜିଂ ପରିସରରେ ବିଷ୍ଣୁଙ୍କ ନାମଯଜ୍ଞ

June 12, 2026

Recent News

ଆପ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି

ଆପ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି

June 12, 2026
ଓଡ଼ିଶା ମଧ୍ଯାହ୍ନ ଭୋଜନ ପାଚିକା ସଂଘ ଓ ସିଆଇଟିୟୁ : ପୁରୀଜିଲ୍ଲା ପକ୍ଷରୁ ବିକ୍ଷୋଭ ଓ ୯ଦଫା ଦାବିପତ୍ର ପ୍ରଦାନ

ଓଡ଼ିଶା ମଧ୍ଯାହ୍ନ ଭୋଜନ ପାଚିକା ସଂଘ ଓ ସିଆଇଟିୟୁ : ପୁରୀଜିଲ୍ଲା ପକ୍ଷରୁ ବିକ୍ଷୋଭ ଓ ୯ଦଫା ଦାବିପତ୍ର ପ୍ରଦାନ

June 12, 2026
ପାଇଖାନା ଘେରା ଲଜିଂ ପରିସରରେ ବିଷ୍ଣୁଙ୍କ ନାମଯଜ୍ଞ

ଷ୍ଟେଟ ବ୍ୟାଙ୍କ ଓ ଦ ବେଲ୍ ତତଫରୁ ବିନ୍ଦୁଏ ରକ୍ତ ସିନ୍ଧୁଏ ଜୀବନ କାର୍ଯ୍ୟକ୍ରମ

June 12, 2026
ପାଇଖାନା ଘେରା ଲଜିଂ ପରିସରରେ ବିଷ୍ଣୁଙ୍କ ନାମଯଜ୍ଞ

ପାଇଖାନା ଘେରା ଲଜିଂ ପରିସରରେ ବିଷ୍ଣୁଙ୍କ ନାମଯଜ୍ଞ

June 12, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଆପ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି

ଆପ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି

June 12, 2026
ଓଡ଼ିଶା ମଧ୍ଯାହ୍ନ ଭୋଜନ ପାଚିକା ସଂଘ ଓ ସିଆଇଟିୟୁ : ପୁରୀଜିଲ୍ଲା ପକ୍ଷରୁ ବିକ୍ଷୋଭ ଓ ୯ଦଫା ଦାବିପତ୍ର ପ୍ରଦାନ

ଓଡ଼ିଶା ମଧ୍ଯାହ୍ନ ଭୋଜନ ପାଚିକା ସଂଘ ଓ ସିଆଇଟିୟୁ : ପୁରୀଜିଲ୍ଲା ପକ୍ଷରୁ ବିକ୍ଷୋଭ ଓ ୯ଦଫା ଦାବିପତ୍ର ପ୍ରଦାନ

June 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version