No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୮ ଜୁଲାଇ ବୁଧବାର )ବାଲିଗୁଡା:- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଭ୍ରମରବାଡ଼ି ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ବଟି ଆଦାୟ କରୁଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ତାଙ୍କ ଠାରୁ ଏକ ବନ୍ଧୁକ ଜବତ କରାଯାଇଥିବା ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝି କହିଛନ୍ତି। ଗିରଫ ଯୁବକ ଜଣକ ହେଲେ ଭ୍ରମରବାଡ଼ି ପଞ୍ଚାୟତ ଡମକ୍ଲିୟୁ ଗ୍ରାମର ବାପି ପ୍ରଧାନ। ପ୍ରକାଶ ଯେ, ଚଳିତମାସ ୧୩ ତାରିଖ ରାତିରେ ଭ୍ରମରବାଡ଼ି ଗ୍ରାମର ନିଧିଆ ସାହୁ ନିଜ ରାଶନ ଦୋକାନରେ ଥିବା ବେଳେ ବାପି ସେଠାରେ ପହଞ୍ଚି ନିଧିଆଙ୍କ ମୁଣ୍ଡରେ ବନ୍ଧୁକ ରଖି ୧୦ ହଜାର ଟଙ୍କା ଦେବାକୁ କହିଥିଲେ। ନିଧିଆ ତାଙ୍କ ନିକଟରେ ଏତେଗୁଡ଼ିଏ ଟଙ୍କା ନ ଥିବା କହିଥିଲେ। ବାପି

ନିଧିଆଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏଥିରେ ଭୟଭୀତ ହୋଇ ନିଧିଆ ତାଙ୍କ ନିକଟରେ ମାତ୍ର ୧ ହଜାର ଟଙ୍କା ଥିବା କହି କାକୁତି ମିନତୀ ହୋଇ୧ ହଜାର ଟଙ୍କା ଦେଇଥିଲେ। ପରେ ବଳକା ଟଙ୍କା ଦେବି ବୋଲି କହିଥିଲେ। ବାପି ୧ ହଜାର ନେଇ ସେହିଦିନ ପଳାଇଥିଲେ ଏବଂ ପୁଣି ସୋମବାର ଅପରାହ୍ନରେ ଆସି ୧୦ ହଜାର ଟଙ୍କା ମାଗିଥିଲେ। ଆଜି ରାତିରେ ଆସି ନେବି ବୋଲି ବାପି କହୁଥିବା ସମୟରେ ତାଙ୍କ ଦୋକାନଙ୍କୁ ଗ୍ରାହକମାନେ ଆସି ଯିବାରୁ ବାପି ସେଠାରୁ ପଳାଇଥିଲେ । ଏନେଇ ନିଧିଆ ଦାରିଙ୍ଗବାଡ଼ିି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା୧୨୬/୨୧ ରୁଜୁ କରି ବାପିଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଗିରଫ କରିବାରେ ସଫଳ ହୋଇଥିଲା ବୋଲି ଆଇଆଇସି ମାଝି କହିଛନ୍ତି l ସେ କହିଛନ୍ତି, ବାପି କେଉଁଠାରୁ ଏହି ବନ୍ଧୁକ ଆଣିଲେ ଏହାର ତଦନ୍ତ କରାଯିବା ତାଙ୍କ ସହ ଆଉ କେଉଁମାନେ ସାମିଲ ହୋଇଛନ୍ତି ନାହିଁ ଅଧିକ ତଦନ୍ତ ଚାଲିଥିବା ବିଷୟ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି l
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ
No Result
View All Result