No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ଜୁଲାଇ ସୋମବାର ) ଢେଙ୍କାନାଳ :- ଆମେ ଗରିବ ଦିନ ମଜୁରିଆ ଅଶିକ୍ଷିତ ହରିଜନ ଲୋକ । ଆମର ଖଣ୍ଡେ ଖଣ୍ଡେ ଅଧାଭଙ୍ଗା ଚାଳ ଘର ଅଛି । ଗାଁର କିଛି ଥିଲାବାଲା ଲୋକ ଆସି ଆମ ଚାଳଘର ଆଗରେ ଫଟୋ ଉଠାଇ ଚୋରି କରି ନେଉଛନ୍ତି । ଚୋରା ଫଟୋକୁ ଚଞ୍ଚକତା କରି ନିଜ ନାଁରେ ଆବାସ ଯୋଜନାରେ ଘର ଖଣ୍ଡେ ଖଣ୍ଡେ ହାତେଇ ନେଉଛନ୍ତି । ଏବେ ପୁଣି ଆମ ସାହିକୁ ଆସିଥିବା ପାଇଖାନାକୁ ଚୋରି କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି। ଯେତେ ଅଭିଯୋଗ କଲେ ମଧ୍ୟ ଶୁଣୁନାହାନ୍ତି ଅଧିକାରୀ । ଏଭଳି ଅଭିଯୋଗ କରି ନ୍ୟାୟ ପାଇଁଁ ଆଜି ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି ଜିଲ୍ଲା ସଦର ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମ ହରିଜନ ବସ୍ତି ବାସିନ୍ଦା ।
ଅଭିଯୋଗ ମୁତାବକ, ମାଣିପୁର ଗ୍ରାମରେ ୨୦୨୧ ବର୍ଷ ଆବାସ ଯୋଜନାରେ ଉପକୃତ ହୋଇଥିବା ନୂଆ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଛି । ତାଲିକାରେ କାଁ ଭାଁ ହାତ ଗଣତି କେତୋଟି ଗରିବ ଅସହାୟ ପରିବାରକୁ ଛାଡ଼ିଦେଲେ ବାକି ସବୁ ଥିଲାବାଲା କୋଠାଘର ଲୋକଙ୍କ ନାମ ଅଛି । ଯେଉଁଥିରେ ଅନ୍ୟର ଖଣ୍ଡିଆ ଚାଳଘର ଆଗରେ ଫଟୋ ଉଠାଇ ଚୋରି କରି କିଛି ଥିଲାବାଲ ଲୋକ ଚଞ୍ଚକତା କରି ପକ୍କାଘର ହାତେଇଥିବା ଜଣାପଡିଛି । ସେହିପରି ଘର ଚୋରି ପରେ ଏବେ ପାଇଖାନା ଘର ଚୋରି କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ସାମ୍ନାକୁ ଆସିଛି ।
ଗ୍ରାମର ୱାର୍ଡ ନଂ ୨( ହରିଜନ ସାହି)କୁ ଆସିଥିବା ମିଶନ୍ ଶକ୍ତି ଗୃହର ପାଇଖାନା ନିର୍ମାଣ କାର୍ଯ୍ୟ ଫଳକକୁ ଦିନ ଦ୍ବିପହରରେ ଚୋରି କରି ଗ୍ରାମର ୱାର୍ଡ ନଂ ୩ (ସବର୍ଣ୍ଣ ସାହି) ରେ ଲଗାଯାଇ ମିଶନ୍ ଶକ୍ତି ଗୃହର ପାଇଖାନା ନିର୍ମାଣ କାର୍ଯ୍ୟରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଜଣାପଡିଛି । ଏସବୁ ବିଷୟରେ ଗ୍ରାମବାସୀ ପକ୍ଷରୁ ସଦର ବିଡ଼ିଓ ଏବଂ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଗତ ତା ୧୫/୦୭/୨୧ ରିଖରେ ଲିଖିତ ଭାବେ ଜଣାଇ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ତେବେ ଆଜି ନ୍ୟାୟ ପାଇଁଁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି ମାଣିପୁର ଗ୍ରାମ ହରିଜନ ସାହିର ବାସିନ୍ଦା । (ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ ।
No Result
View All Result