No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଜୁଲାଇ ରବିବାର) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ବାଲିପଟା ପଞ୍ଚାୟତ ବାଲିପଟା ଗ୍ରାମ ର ବିଶିଷ୍ଟ ସୁନାମଧନ୍ୟ ସର୍ବ ଭାରତୀୟ ବିଝାଂଲ ସମାଜ ପଞ୍ଚାୟତ ସଭାପତି ସ୍ବର୍ଗତ ଭାଗିରଥି ବରିହା ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ସଭା ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ସର୍ବ ଭାରତୀୟ ବିଝାଂଲ ସମାଜ ଲାଟ ସଭାପତି ହୃଷିକେଶ ବରିହା ମୂଖ୍ୟ ଅତିଥି,ଉପଲାଟ ସଭାପତି ତଥା ବଲାଙ୍ଗୀର ଜିଲ୍ଲା ସଭାପତି ଚନ୍ଦ୍ରଶେଖରବାଗ ,ସହସଂପାଦକ , ଶଙ୍କର ପ୍ରସାଦ ମାଝୀ , ଆଶାରାମ ବରିହା , ବଲାଙ୍ଗୀର ଜିଲ୍ଲା କୋଷାଧ୍ୟକ୍ଷ ଯୁଗଳ କିଶୋର ବରିହା ,

ବଲାଙ୍ଗୀର ବ୍ଳକ ସଭାପତି କୁଶ ବରିହା , ଜିଲ୍ଲା ଉପସଭାପତି ଅଜୁର୍ନ ବରିହା ଖପ୍ରାଖୋଲ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହା , କୋଷାଧ୍ୟକ୍ଷ ବିପିନ ବରିହା କୁରେଶ୍ଵରବରିହା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ଵର୍ଗତ ବରିହା ଶ୍ରୃତିଚାରଣ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ତାଙ୍କର ଅମର ଆତ୍ମା ର ସତଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ବର୍ଗତ ବରିହା ଜଣେ ଶାନ୍ତ ଶିଷ୍ଠ ମେଲାପ ବ୍ୟକ୍ତି ଥିଲେ ଓ ସମସ୍ତ ଙ୍କର ପ୍ରିୟ ଭାଜନ ହୋଇପାରିଥିଲେ ।

ତାଙ୍କର ବିଯୋଗ ରେ ସର୍ବ ଭାରତୀୟ ବିଝାଂଲ ସମାଜ ର ଏକ ଶୂନ୍ୟ ସ୍ଥାନ ଘଟିଛି ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । ସ୍ବର୍ଗତ ବରିହା ଜଣେ ସଚ୍ଚୋଟ ଭାବେ ରେ ପଞ୍ଚାୟତ ସଭାପତି କାର୍ଯ୍ୟ ତୁଲାଇଥିଲେ ବୋଲି ମୂଖ୍ୟ ଅତିଥି ଶ୍ରୀ ବରିହା ମତ ବ୍ୟକ୍ତ କରିଥିଲେ ।ଏଥିରେ ଜିଲ୍ଲା ର ବିଭିନ୍ନ ବ୍ଳକ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ସଦସ୍ୟ ମାନେ ଉପସ୍ଥିତ ଥିଲେ ।
No Result
View All Result