No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଜୁଲାଇ, ରବିବାର) ବାଲିଗୁଡ଼ା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବରିଷ୍ଠ ଆଇନଜୀବୀ ତଥା ସରକାରୀ ଓକିଲ ଭାଗିରଥି ରାଉତରାୟଙ୍କ ଦେହାନ୍ତ ହୋଇଯାଇଛି | ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା l ସେଠାରେ ତାଙ୍କର ଦେହାନ୍ତ ହୋଇଯାଇଛି | ସେ ବାଲିଗୁଡା ରେ ଆଇନଜୀବୀ ତଥା ସରକାରି ଓକିଲ ଭାବେ ଦୀର୍ଘ ୪୦ବର୍ଷ ରୁ ଉର୍ଧ୍ଵ ଦିନ ଧରି କାର୍ଯ୍ୟ କରି ଆସୁଥିଲେ |

ତାଙ୍କର ମରଶରୀର କୁ ନିଜ ଗ୍ରାମ ନୟାଗଡ ଜିଲ୍ଲା କନିପଦାକୁ ଆଣି ସେଠାରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି | ତାଙ୍କର ବିୟୋଗ ରେ ସମଗ୍ର ବାଲିଗୁଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି | (ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ )
No Result
View All Result