No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଜୁଲାଇ, ରବିବାର) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କାମପଡ଼ା ଗ୍ରାମର ଡପାସାହି ରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି l ଉକ୍ତ ଗ୍ରାମର ଜାନିରା ଦିଗାଲଙ୍କ ସ୍ତ୍ରୀ ସୁମନ୍ତି ଦିଗାଲ (୪୮) ନିଜ ବିଲରେ ଧାନ ତଳି ଲଗାଇବା ପରେ ଘରେ ଆସି ଖାଇଥିଲେ l ଖାଇ ସାରିବା ପରେ ବାରିପଟେ କଂସା ବାସନ ମାଜିବା ବେଳକୁ ହଠାତ ପଡ଼ି ଯାଇଥିଲେ l ପରିବାର ଓ ପାଖ ପଡିଶା ଲୋକେ ସଙ୍ଗେ ସଙ୍ଗେ ବାଲିଗୁଡ଼ା ଉପଖଣ୍ଡ ସ୍ଵାସ୍ଥ୍ୟକୁ ଆଣିଥିଲେ l
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ହେଲେ ଏହି ମୃତ୍ୟୁ କିପରି ଘଟିଲା, ତାହା ଗ୍ରାମବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରିବା ସହ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଡାକ୍ତର ବାଲିଗୁଡ଼ା ଥାନାକୁ ଖବର ଦେବା ପରେ ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଞ୍ଚି ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି। (ରିପୋର୍ଟ : ସଞ୍ଜୟ କୁମାର ପାଣିଗ୍ରାହୀ)
No Result
View All Result