No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଜୁଲାଇ, ରବିବାର) ଓଡ଼ଗାଁ :- ସ୍ଥାନୀୟ ଜନସାଧାରଣ ଙ୍କ ଆଗ୍ରହ ଓ ଆବଶ୍ୟକତାକୁ ନେଇ ଆଜି ଓଡ଼ଗାଁ ବନାଞ୍ଚଳ ତରଫରୁ ବାହାଡ଼ା ଝୋଲା ରିଜର୍ଭ ଜଙ୍ଗଲ ପାଖ ଗାଆଁ ଗୁଡିକରେ ବନାଞ୍ଚଳ ଅଧିକାରୀ ଅମ୍ରିତ୍ କୁମାର ସାହୁ ଓ ବନପାଳ ସରିତା ବରାଳ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ବିଭାଗୀୟ ଗାଡ଼ି ସହାୟତାରେ ନିମ, ପେସ୍ତା,କାଜୁ,ଗଙ୍ଗଶିଉଳି,ତେକ୍ମା ଓ ବେଲ ଇତ୍ୟାଦି ସାତ ଶହ ରୁ ଉର୍ଦ୍ଧ୍ବ ଚାରା ବଣ୍ଟନ କରା ଯାଇଥିଲା । ସାମାଜିକ ତଥା ପରିବେଶ କର୍ମୀ ସୁକାନ୍ତ ଚୌଧୁରୀ ଉପସ୍ଥିତ ରହି ଲୋକ ମାନଙ୍କୁ ଗଛ ଲଗାଇବାର ଆବଶ୍ୟକତା ଓ ପରିବେଶ ର ଯତ୍ନ ସମ୍ବନ୍ଧେ ବକ୍ତବ୍ୟ ସହିତ ପିଲାଟିଏ ଗଛଟିଏ,ଗଛ ଲଗାଅ ପରିବେଶ ବଞ୍ଚାଅ ଇତ୍ୟାଦି ସ୍ଳୋଗାନ ଦେଇ ସଚେତନ କରାଇଥିଲେ ।

ପରିକ୍ରମା କାଳରେ ଚାଳିଶ ପରିବାର ବିଶିଷ୍ଟ ହରିଜନ ଗ୍ରାମ ଖଜୁରିଆ ଜନସାଧାରଣ ଙ୍କ ଆଗ୍ରହକୁ ଦ୍ଵିଗୁଣିତ କରିବା ପାଇଁ ପରିବେଶ ସାଥି ୯୦ ଚାରା କିଣି ପରିବାର ପିଛା ୨ଟି ଲେଖାଏଁ ଚାରା ବଣ୍ଟନ କରିବା ସହିତ ଗାଁ ର ସବୁଜ ସାଥି ମାନଙ୍କ ସହାୟତାରେ ଗ୍ରାମ ରାସ୍ତା ପାର୍ଶ୍ବରେ ଦଶଟି ଚାରା ରୋପଣ କରାଇ ଆଗାମୀ ଦିନରେ ଗ୍ରାମ କୁ ଆସିଥିବା ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରତ୍ୟେକ ପରିବାର ଙ୍କ ଦ୍ଵାରା ଗଛ ଲଗାଇବାର ଆଗ୍ରହ ସୃଷ୍ଟି କରି ପାରିଛନ୍ତି ।

ଲୋକ ମାନଙ୍କର ଗଛ ଲଗାଇବା ଶ୍ରଦ୍ଧା ଦେଖି ବନାଞ୍ଚଲ ଅଧିନସ୍ଥ ସମସ୍ତ ଗ୍ରାମରେ ଚାରା ପହଞ୍ଚାଇ ଦେବାର ବ୍ୟବସ୍ଥା କରିବା ପାଇଁ ବନ ଅଧିକାରୀଙ୍କ ପ୍ରତିଶ୍ରୁତି ପରିବେଶ ପ୍ରେମୀ ଙ୍କୁ ଉତ୍ସାହିତ କରିଛି । ବନ ବିଭାଗ ତଥା ପରିବେଶ କର୍ମୀ ଙ୍କ କାର୍ଯ୍ୟ କୁ ଅଞ୍ଚଳ ବାସୀ ଭୂରି ଭୂରି ପ୍ରଶଂସା କରିଛନ୍ତି । (ରିପୋର୍ଟ -ରାମକୃଷ୍ଣ ରଥ)
No Result
View All Result