No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଜୁଲାଇ ଶନିବାର ) କୋରାଇ :- କୋରାଇ ପ୍ରଖଣ୍ଡ ବିଶ୍ୱହିନ୍ଦୁ ପରିଷଦ ଓ ଜିଲା ବଜରଙ୍ଗ ଦଳ ପକ୍ଷରୁ ଶନିବାର ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଗୁରୁ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବ୍ଲକର ୫ଟି ମଠରେ କରାଯାଇଥିଲା । ପ୍ରଖଣ୍ଡ ବଜରଙ୍ଗ ଦଳ ସଂଯୋଜକ ଭୂପତି ଭୂଷଣ ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଜିଲା ବଜରଙ୍ଗ ଦଳ ମାର୍ଗଦର୍ଶକ ଅରବିନ୍ଦ ଦାସ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ଧନେଶ୍ୱର ପଂଚାୟତର ସାନପାଟୁଳି ଠାକୁର ମଠରେ ବାବାଜୀ ଓ ମାତାଙ୍କୁ ପୂଜା କରାଯାଇ ବସ୍ତ୍ରଦାନ କରାଯାଇଥିଲା । ପରେ ମୁଳିସରଗଡ଼ା ଅଭିରାମ ମଠ, ଓଚିନ୍ଦା ଅଲେଖ ମହିମା ମଠ, ଅଢ଼େଇବାଟିଆ ମହାବୀର ମଠ ଓ ବଡ଼ବିରୁଆଁର ମହାବୀର ମଠରେ ବାବା ଓ ମାତାଙ୍କୁ ମଧ୍ୟ ପୂଜା କରାଯାଇଥିଲା ।

କାର୍ଯ୍ୟକ୍ରମରେ ବଜରଙ୍ଗ ଦଳ ସହ ସଂଯୋଜକ ବଙ୍ଗନ ଖିଲାର, ଗୋରକ୍ଷା ପ୍ରମୁଖ ପ୍ରଦୀପ ସାନ୍ତରା, ସୁରକ୍ଷା ପ୍ରମୁଖ ନିରାକାର ସେଠୀ, ସମରସତା ପ୍ରମୁଖ ନିରଞ୍ଜନ କବି, ବିଶ୍ୱହିନ୍ଦୁ ପରିଷଦ ସମ୍ପର୍କ ପ୍ରମୁଖ ଦୋଳଗୋବିନ୍ଦ ବାରିକ, ହୃଷିକେଶ ମହାନ୍ତି, ଚନ୍ଦନ ମଲ୍ଲିକ, ଅମ୍ଳାନ ସାହୁ, ଅକ୍ଷୟ କୁମାର ମଲ୍ଲିକ, ପ୍ରକାଶ ସାହୁ, କୃପାସିନ୍ଧୁ ସାହୁ, ସୁନୀଲ ଦାଶ, ରାଜାରାମ ଖିଲାର, ଗୟାଧର ସାହୁ, ରାଜେଶ ଓଝା, ସୁବାସ ମହାରଣା, ବି୩⁄୪ୁ ଚରଣ ସାହୁ, ଅନୀଲ ଦାଶ, ବିଶ୍ୱନାଥ ମହାରଣା, ପ୍ରଶାନ୍ତ ପଣ୍ଡା, ଅଜୟ ଜୁମାର ସାହୁ, କାଠିଆ ସାହୁ, ଜଗବନ୍ଧୁ ସାହୁ, ଗଗନ ମଲ୍ଲିକ, ଜଗବନ୍ଧୁ ଜେନା, ଅକ୍ଷୟକୁମାର ମଲ୍ଳିକ, ଧର୍ମେନ୍ଦ୍ର ଓଝା, କାର୍ତିକ ଜେନା, ରାଜୀବ ମହାରଣାଙ୍କ ସମେତ ବହୁ କର୍ମୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ( ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ )
No Result
View All Result