No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଜୁଲାଇ ଶନିବାର) ବରଗଡ଼ :- ଜୀରା ନଦୀରେ ନୂଆ ବ୍ରିଜ ନିର୍ମାଣ ହେବା ବରଗଡ଼ରେ ଏକ ପ୍ରହସନ ପାଲଟିଛି । ପ୍ରୋଜେକ୍ଟ କୁ ତିନି ବର୍ଷ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ଅଧା କାମ ହୋଇନାହିଁ ଅନ୍ୟପଟେ ଅଟକଳ ଖର୍ଚ୍ଚ ରୁ ଦୁଇ ଗୁଣ ଅଧିକ ହେବାକୁ ଗଲାଣି ବ୍ୟୟ ଓ ଅଢେଇ ବର୍ଷ ର କାମ କୁ ପାଞ୍ଚ ବର୍ଷ ଲାଗିବ ବୋଲି ଏବେ ଗଣମାଧ୍ୟମରେ ଚର୍ଚ୍ଚା ଚାଲୁଥିବା ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି । ପ୍ରତ୍ୟେକ ବର୍ଷା ମାସରେ ଅସ୍ଥାୟୀ ରୋଡ଼ ଭାଙ୍ଗି ଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଲୋକ ଦୁର୍ଦ୍ଦଶା ଭୋଗୁଛନ୍ତି ।
ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ଜୀରା ନଦୀରେ ନୂଆ ପୋଲ ର ପ୍ରତିଶୃତି ଦେଇ ଥିଲା ,୩.୦୫.୨୦୧୮ ରେ ଆରମ୍ଭ ହୋଇଥିବା ବ୍ରିଜ ୨.୧୧.୨୦୨୦ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଥିଲା ଯାହାକି ୧୩ କୋଟି ୫୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା । କିନ୍ତୁ ତ୍ରୁଟିପୂର୍ଣ ଡିଜାଇନ ଓ ଭୁଲ ଅଟକଳ ଯୋଗୁଁ କାମ ବନ୍ଦ ହୋଇ ପଡ଼ିଛି । ଯାହାର ଫଳ ବରଗଡ଼ବାସୀ ଭୋଗୁଛନ୍ତି ।
ଏହାର ବ୍ୟୟ ଅଟକଳ ୨୩ କୋଟି କୁ ପହଂଚି ଥିବା ଓ ସମୟ ଆହୁରି ଦୁଇ ବର୍ଷ ଅର୍ଥାତ ୨୦୨୪ ନିର୍ବାଚନ ପୂର୍ବରୁ ହେବ କି ନାହିଁ ତାହା ସନ୍ଦେହ ଘେରରେ । ତେଣୁ ଆମ୍ ଆଦମୀ ପାର୍ଟି ଦାବୀ କରୁଛି ଏହି ଵ୍ୟୟ ଅଟକଳ ରୁ କିପରି ଏହା ଦୁଇ ଗୁଣ ହେଲା ତାହାର ଏକ ନିରପେକ୍ଷ ତଦନ୍ତ କରାଯାଉ ଏବଂ ଅସ୍ଥାୟୀ ରାସ୍ତା ନିର୍ମାଣ ନହେବା ଯାଏ ଆମ୍ବପାଲି ରୁ ଘରୋଇ ବସଷ୍ଟାଣ୍ଡ ଯାଏ ୪ ଥର ସିଟି ବସ ସେବା ଆରମ୍ଭ କରାଯାଉ ଏବଂ ଆସନ୍ତା ଡିସେମ୍ବର ସୁଦ୍ଧା ବ୍ରିଜ ନିର୍ମାଣ ଶେଷ କରିବାକୁ ଜିଲ୍ଳା ଆବାହକ ଭବାନୀ ସାହୁ ଓ ଅମିତାଭ ପାତ୍ର ଏକ ପ୍ରେସ ବିବୃତି ରେ ଜଣାଇଛନ୍ତି ।
No Result
View All Result