No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଜୁଲାଇ ଶନିବାର) ଚାନ୍ଦପୁର ରିପୋର୍ଟ /ଅଭିମନ୍ୟୁ ମହାରଣା :- ଚାନ୍ଦପୁର ରେ ଭାରତ ଗ୍ୟାସ କମ୍ପାନୀ ର ଫର୍ଜି ଏଜେଣ୍ଟ ଭାବରେ ପରିଚୟ ଦେଇ ଲୋକ ଙ୍କୁ ଠକୁଥିବା ଅଭିଯୁକ୍ତ ଙ୍କୁ ଗିରଫ କରିଛି ଚାନ୍ଦପୁର ପୋଲିସ ଟିମ । ଦୁଇ ଜଣ ବ୍ୟକ୍ତି ସିତେନ୍ଦ୍ର ପଟନାୟକ ଓ କଙ୍କିଆ ଗ୍ରାମ ର ରାକେଶ ମହାନ୍ତି । ଭାରତ ଗ୍ୟାସ କମ୍ପାନୀର ଏଜେଣ୍ଟ ଭାବରେ ନିଜର ପରିଚୟ ଦେଇ ଗ୍ୟାସର ମାଗଣା ରିଫିଲିଂ ପ୍ରତିଶୃତି ଦେଇ ନିରୀହ ଗ୍ୟାସ ଗ୍ରାହକଙ୍କୁ ଧୋକା ଦେଇ ଆସୁଥିଲେ । ଯାହା ଫଳରେ 100 ରୁ ଅଧିକ ଗ୍ୟାସ୍ ସିଲିଣ୍ଡର ଚୋରା ରେ ବିକ୍ରି କରିଛନ୍ତି ଏବଂ ଏହାକୁ ଅନେକ ରାସ୍ତା ପାର୍ଶ୍ୱ ବିକ୍ରେତାଙ୍କୁ ବିକ୍ରି କରିଛନ୍ତି |
ତେବେ ଆଇଆଇସି ରଶ୍ମି ରଞ୍ଜନ ଦାଶ , ଏସଆଇ ଅଞ୍ଜଳି ସା, ସଞ୍ଜୟ ସାମନ୍ତରା, ଶିବ ପ୍ରସାଦ ସାହୁ ଏବଂ ସରୋଜ ଛୁଆଳସିଂହଙ୍କ ସହ ଏକ ଟିମ ଗଠନ କରି ଉକ୍ତ ଅଭିଯୁକ୍ତ ଙ୍କ ଉପରେ ଚଢ଼ାଉ କରାଯାଇଥିଲା । ଉକ୍ତ ଚଢ଼ାଉ ରେ ବର୍ତ୍ତମାନ ପର୍ଯ୍ୟନ୍ତ 20 ରୁ ଅଧିକ ଗ୍ୟାସ୍ ସିଲିଣ୍ଡର ଉଦ୍ଧାର କରାଯାଇଥିବା ବେଳେ ଅଧିକ ଗ୍ୟାସ ସିଲିଣ୍ଡର ର ପୁନରୁଦ୍ଧାର କାର୍ଯ୍ୟ ଚାଲିଛି | ଏହା ଚାନ୍ଦପୁର PS କେସ୍ ନମ୍ବର 84/2021 ରେ ମାମଲା ରୁଜ୍ଜୁ କରାଯାଇ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଛି ପୋଲିସ ।
No Result
View All Result