No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଜୁଲାଇ ବୁଧବାର ) ବାଲିଗୁଡା :- କନ୍ଧମାଳ ଜିଲ୍ଲାରେ କରୋନାର ପଜିଟିଭ ସଂଖ୍ୟା ହ୍ରାସ ପାଉଥିବା ବେଳେ ଏହି ଦୁଇ ଦିନ ହେଲା ଦାରିଙ୍ଗବାଡ଼ି ବ୍ଲକରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇଛି । ଜିଲ୍ଲାରୁ ସର୍ବାଧିକ ପଜିଟିଭ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରୁହିଁ ଚିହ୍ନଟ ହୋଇଛି । ଏହାକୁ ଆଖି ଆଗରେ ରଖି ଦାରିଙ୍ଗବାଡ଼ି ପୋଲିସ ଓ ତହସିଲ ପକ୍ଷରୁ ମିଳିତ ଯାଞ୍ଚ କରାଯାଇ କୋଭିଡ଼ ନିୟମ ଉଲଘଂନକାରୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି ।
ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ଓ ଅତିରିକ୍ତ ତହସିଲଦାର ନରେନ୍ଦ୍ର ମଲିକ ପ୍ରଥମେ ଦାରିଙ୍ଗବାଡ଼ି ବଜାରରେ ପାଟ୍ରୋଲିଂ କରିବା ସହ ଚାରିଛକ ଠାରେ କୋଭିଡ଼ ନିୟମକୁ କଡ଼ାକଡ଼ି ଯାଞ୍ଚ କରିଥିଲେ । କିଛି ଅମାନିଆ ମାସ୍କକୁ ନାକ ତଳକୁ ପିନ୍ଧିଥିବାବେଳେ କିଛି ଅମାନିଆ ନପିନ୍ଧି ବୁଲୁଥିଲେ । ଏଭଳି ଅମାନିଆଙ୍କ ଠାରୁ ୪ ହଜାର ୪ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାପଡିଛି । ଏହି ଯାଞ୍ଚରେ ପୋଲିସ କର୍ମଚାରୀ ସମେତ ତହସିଲ କର୍ମଚାରୀ ପ୍ରମୁଖ ସାମିଲ ଥିଲେ ।
No Result
View All Result