No Result
View All Result
ଓଡ଼ିଶା ତାଜାନ୍ୟୁଜ (୨୦ ଜୁଲାଇ ମଙ୍ଗଳବାର ) ବରଗଡ଼ :- ବରଗଡ଼ ଜିଲ୍ଲା ରେ ଚାଷୀ କୂଳ ଦିନକୁଦିନ ହତାଶ ହେବାରେ ଲାଗିଲେଣୀ । ତାଙ୍କ ବିଭିନ୍ନ ସମୟରେ ବକେୟା ପାଉଣା କେନ୍ଦ୍ର ସରକାର ପ୍ରଦାନ କରୁ ନାହାନ୍ତି । ସେହିପରି ଜିଲ୍ଲାର ଏଫସିଆଇ ଗୋଦାମରେ ବଳକା ଚାଉଳ ମଧ୍ୟ ଉଠୁ ନାହାନ୍ତି । ଫଳରେ ତାହା ନଷ୍ଟ ହେଉଛି ।
ଉକ୍ତ ଚାଉଳକୁ ଉଠାଇବା ସହ ଚାଷୀ ଙ୍କ ସହ ପ୍ରତାରଣା ବନ୍ଦ କରିବା ଦାବିରେ ଆଜି ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଙ୍କ ନେତୃତ୍ବରେ ପୃଥକ୍ ଭାବେ ଏଫସିଆଇ ସମ୍ମୁଖରେ ଧାରଣା ଦେଇଥିଲେ । ପରେ ଦାବି ପତ୍ର ପ୍ରଧାନ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଙ୍କୁ ପ୍ରଦାନ କରିଥିଲେ ।
No Result
View All Result