No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଜୁଲାଇ ସୋମବାର) ଢେଙ୍କାନାଳ :- ଓଡ଼ିଶା କ୍ରିକେଟ ଆସୋସିଏସନ୍ ଭିଜନ୍ ୨୦୨୪ ଯୋଜନାରେ କ୍ରିକେଟ ଖେଳର ଉନ୍ନତି ନିମନ୍ତେ ଜିଲ୍ଲା ସ୍ତରରେ ଖେଳାଳି ମାନଙ୍କ ଉନ୍ନତି ନିମନ୍ତେ ରାଜ୍ୟ ସରକାର ଆଜି ରାଜ୍ୟର ୧୫ଟି ଜିଲ୍ଲାରେ ଭିତ୍ତିଭୂମି ବିକାଶର ଶିଳାନ୍ୟାସ କରିଛନ୍ତି। ଉତ୍ସବକୁ ଭର୍ଚୁଆଲ ମୋଡରେ କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା, ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଶାଳ କୁମାର ଦେବ, କ୍ରୀଡା ଓ ଯୁବ ବ୍ୟାପାର ସ୍ଵତନ୍ତ୍ର ସଚିବ ଶ୍ରୀଯୁକ୍ତ ଆର୍ ଭିନିଲ୍ କ୍ରିଷ୍ଣା ଏବଂ ଓଡ଼ିଶା କ୍ରିକେଟ ଆସୋସିଏସନର ପୂର୍ବତନ ସଂପାଦକ ଶ୍ରୀ ଆଶିର୍ବାଦ ବେହେରା ଉପସ୍ଥିତ ରହି ଏହି କ୍ରୀଡା ବିକାଶ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ଏହି ଶିଳାନ୍ୟାସ ଉତ୍ସବକୁ ଢେଙ୍କାନାଳ ଜିଲ୍ଲା ଷ୍ଟାଡିୟମ ଠାରେ ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡ଼ା ସଂଘର ସଭାପତି ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଶୁଭ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଶ୍ରୀ କେ ଶିବା ସୁବ୍ରମଣ୍ୟମ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ,ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା,ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ବିଶ୍ବାଳ, ଜିଲ୍ଲା କ୍ରୀଡ଼ା ସଂପାଦକ ନଳିନୀ କୁମାର ଦାସ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି, କ୍ରୀଡା ସଂଘର ସହ ସଂପାଦକ ଗୌରାଙ୍ଗ ଚନ୍ଦ୍ର ସେଠୀ,ମନୋଜ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ଶିବ ଶଙ୍କର ଦେହୁରୀ ଏବଂ କ୍ରୀଡା ସଂସଦର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।(ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ।
No Result
View All Result