କୋରାଇ, ରିପୋର୍ଟ (ଓଡଶା ତାଜା ନ୍ୟୁଜ୍)କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ 6.4.2020 :- କୋରାଇ ବ୍ଲକ ଅନ୍ତର୍ଗତ ଖମଣ ପଂଚାୟତର ଠାକୁରପାଟଣା ଯୁବପରିଷଦ ପକ୍ଷରୁ କରେନା ଭୁତାଣୁଠୁ ଗ୍ରାମକୁ ରକ୍ଷାକରିବା ପାଇଁ ଗାଁ ଓ ଛକବଜାର ଆଦି ବିଭିନ୍ନ ସ୍ଥାନକୁ ସାନିଟାଇଜର କରାଯାଇଛି । ଗାଁର ରାସ୍ତା ଘାଟ, ନଳକୂପ, ଡ୍ରେନ, ମନ୍ଦିର ଆଦି ଚତୁଃପାଶ୍ୱର୍ ସଫେଇ କରାଯିବା ସହ ବ୍ଲଚିଂ ପାଉଡର, କୀଟନାଷକ ଔଷଧ ମଧ୍ୟ ଛିଂଚନ କରାଯାଇଛି । ଏଥି ସହିତ ପରିଷଦର ସମସ୍ତ ସଦସ୍ୟ ସାମାଜିକ ଦୂରତା ପାଳନ କରିବା ସହ ମୁହଁରେ ମାସ୍କ, ହାତରେ ଗ୍ଲୋବ୍ସ ବ୍ୟବହାର କରିଥିଲେ ।
ଏହିପରିପ୍ରେକ୍ଷିରେ ଗାଁର ସମସ୍ତ ଅଧିବାସୀଙ୍କୁ ସଚେତନତା ପୂର୍ବକ ସତର୍କ ରହିଲେ କରୋନା ମହାମାରୀ ସ୍ପର୍ଶ କରିପାରିବ ନାହିଁ ବୋଲି କହିବା ସହ ଆବଶ୍ୟକତା ନଥିଲେ ପଦାକୁ ନବାହାରିବା ପାଇଁ ଅନୁରୋଧ କରିଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିଷଦର ଉପଦେଷ୍ଠା ଅନନ୍ତଚରଣ ମଲ୍ଲିକ, ଗୋବିନ୍ଦ ଦାସ, ରବିନ୍ଦ୍ର ସାହୁ, ସଭାପତି ପ୍ରଶାନ୍ତକୁମାର ସାହୁ, ନୟନଦୀପ୍ତ ବେହେରା, ପ୍ରଦୀପ ସାହୁ, ଉମାକାନ୍ତ ବିନ୍ଧାଣି, ସୂର୍ଯ୍ୟକାନ୍ତ ସାହୁ, ରାମାକାନ୍ତ ସାହୁ, ପ୍ରଦୀପ ବାରିକ, ଅବିନାଶ ସାହୁ, ବିଜୟକୁମାର ସାହୁ ପ୍ରମୁଖ ସମସ୍ତ କର୍ମକର୍ତା ଓ ସଦସ୍ୟମାନେ ଯୋଗ ଦେଇଥିଲେ । ପରିଷଦର ଏପରି ଜନହିତକର କାର୍ଯ୍ୟକୁ ଗ୍ରାମବାସୀ କ୍ଷରୁ ଭୂୟସୀ ପ୍ରଶଂସା କରାଯାଇଥିଲା ।