No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୮ ଜୁଲାଇ ରବିବାର ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଏସଆଇ ଶାନ୍ତୁନୁ ପ୍ରଧାନ ଓ ଏକ ଟିମ୍ ସହ ପାଟ୍ରୋଲିଂ କରୁଥିବା ସମୟରେ ମେଲସିକିଆ ପଟୁ ଆସୁଥିବା ଏକ ବାଜାଜ ଅଟୋ ନଂ. ଓଡି -୧୨-ଏ- ୬୫୩୦ କୁ ଯାଞ୍ଚ କରିବା ବେଳେ ଗାଡ଼ିରୁ ୩୫ କିଲୋ ୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଅଭିଯୁକ୍ତ ଜଣକ ଅଟୋ ଛାଡି ଫେରାର ହୋଇଯାଇଛି l

ପୋଲିସ ଗାଡ଼ିକୁ ଜବତ କରି ଥାନାକୁ ଆଣିଥିଲେ | ବାଲିଗୁଡ଼ା ଥାନା ଏଏସଆଇ ଶାନ୍ତୁନୁ ପ୍ରଧାନ କେସ୍ ନଂ ୧୧୮/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ଥିବା ବିଷୟ ବାଲିଗୁଡା ଡ଼ିଏସପି ସ୍ବରାଜ ଦେଵତା ପ୍ରକାଶ କରିଛନ୍ତି | (ରିପୋର୍ଟ : ସଞ୍ଜୟ କୁମାର ପାଣିଗ୍ରାହୀ )
No Result
View All Result