No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୮ ଜୁଲାଇ ରବିବାର ) ଛତିଆ – ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଛତିଆ ଦେଇ ଯାଇ ଥିବା କଲିକତା-ଚେନ୍ନାଇ ୧୬ନମ୍ବର୍ ଜାତୀୟ ରାଜପଥ ରେ ଛତିଆ ଠାରେ ଗଳି ପୋଲ ନିର୍ମାଣ କୁ ଦାବି କରି ସ୍ଥାନୀୟ ପାଞ୍ଚ ଗୋଟି ପଞ୍ଚାୟତ କୁ ନେଇ ଗଠିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣଧାରଣା ପଞ୍ଚମ ଦିନରେ ପହଞ୍ଚି ଥିବାବେଳେ, ଜିଲ୍ଲାର ବରିଷ୍ଠ ପ୍ରସାନିକ ଅଧିକାରୀ ଓ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ସୁଖ ଦୁଃଖ ରେ ରହି ଆସୁଥିବା ରାଜନେତା ମାନେ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ସୂଚନା ଥାଉକି, ଏହି ଚଟି ଘର ଠାରେ ରାଜ ପଥ ସଂପ୍ରସାରଣ ଫଳରେ ଛତିଆ ପଞ୍ଚାୟତ କିଛି ଅଂଶ ରେ ଥିବା ଜନ ବସତି ଦୁଇ ଭାଗ ହୋଇ ଯାଇଅଛି, ଫଳରେ ଏହି ଚଟି ଘର ୧୬ ନମ୍ବର ରାଜ ପଥ ଅତିକ୍ରମ କରି ଦୈନିକ ଶତାଧିକ ଅଞ୍ଚଳବାସୀ, ଗାଈ ଗୋରୁ, ଚାଷୀ ଭାଈ ମାନେ ଯାତାୟାତ କରୁ ଥିବାବେଳେ, ଛତିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ହାଡ଼ି ଦାସ ମହାବିଦ୍ୟାଳୟ, ରାଜ୍ୟ ସରକାରଙ୍କ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ,ଅମରବତୀ ମଠ, ଏବଂ ଛତିଆ ଗାଁ ମଶାଣି ର ଅବସ୍ଥିତି ରହି ଅଛି ।

ବହୁ ସମୟରେ ସ୍ଥାନୀୟ ଅଞ୍ଚଳ ବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉ ଥିବା ବେଳେ, ଅଂଚଳ ବାସୀ ଙ୍କ ଯାତାୟାତ ସମୟରେ ୫୦ରୁ ଉର୍ଦ୍ଧ ମଣିଷ,ଓ ୫୦୦ରୁ ଅଧିକ ଗୋରୁ ଗାଈ ଙ୍କ ଜୀବନ ଦୃଘଟଣା ରେ ଚାଲି ଯାଇଥିବା ସୂଚନା ମିଳିଛି। ତେବେ ଏହି ସ୍ଥାନରେ ସାଧାରଣ ଲୋକଙ୍କ ଜୀବନ ଜୀବିକା ଦୃଘଟଣାରେ ବିପନ୍ନ ହେଉଥିବା ବେଳେ ସାଧାରଣ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ନ ଦେଇ ବଡଚଣା ବି, ଜେ, ପି ର ଔଷଧ ବିକଳରେ ତାଟିଆ କାମୁଡିବା ନୀତିକୁ ଅଞ୍ଚଳ ବାସୀ ନିନ୍ଦା କରିଥିବା ଦେଖିବାକୁ ମିଳିଛି।ସୂଚନା ଥାଉକି, ବିଗତ ଦିନର ବିଜେଡି ର ଯୁବ ନେତା ତଥା ବର୍ତ୍ତମାନ ବଡଚଣା ବି,ଜେ,ପି ର ମଙ୍ଗୁଆଳ ଶ୍ରୀ ନାୟକ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ପାଇଁ ଏହି ରାସ୍ତା ମରଣ ଯନ୍ତା ହୋଇ ପଡ଼ିଥିବା ବେଳେ ଏହି ସମସ୍ୟାକୁ ଗୁରୁତ୍ୱ ଦେବା କଥା,କିନ୍ତୁ ଆଶ୍ଚର୍ଯ୍ୟ ର କଥା ତାହା ନ କରି ଗଣ ଧାରଣାକୁ ନ ଆସି ଅନ୍ୟତ୍ର ପ୍ରେସ ମିଟ ରେ ହୀନ ରାଜ ନୀତିକରିବା ସହିତ ଦାୟିତ୍ୱ ହୀନ ମନ୍ତବ୍ୟ ଦେବା ଦୁର୍ଭାଗ୍ୟ ଜନକ ବୋଲି ଯୁବନେତା ଗିରିଶ ଚନ୍ଦ୍ର ପାତ୍ର ପ୍ରତିକ୍ରିୟାରେ ତିର୍ଜକ ପ୍ରଶ୍ନ ବାଣ ମାରି ନୀଳ ବର୍ଣ୍ଣ ଶୃଗାଳ ର ଉପାଖ୍ୟାନ ବଖାଣି ଛନ୍ତି ।

ତେବେ ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ଆଜି ଯାଜପୁର ଜିଲ୍ଲା ପ୍ରଶାସନ ଙ୍କ ନିଦ ଭାଙ୍ଗି ଥିବା ଦେଖିବାକୁ ମିଳିଛି।ଜିଲ୍ଲା ପାଳଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର ସମେତ ଦର୍ପଣ ତହସିଲଦାର ପ୍ରଦୀପ୍ତ କୁମାର ସେଠୀ ଙ୍କ ସମେତ ପ୍ରମୁଖ ଅଧିକାରୀ ଧାରଣା ସ୍ଥଳରେ ପହଞ୍ଚି ସମସ୍ୟା ସମ୍ପର୍କରେ ଆନ୍ଦୋଳନ କାରୀ ଙ୍କ ସହିତ ଆଲୋଚନା କରି ଥିଲେ। ଅପରପକ୍ଷରେ ବଡଚଣାର ବିଧାୟକ ଅମର ପ୍ରସାଦ ଶତପଥି ଧାରଣା ସ୍ଥଳରେ ରେ ମଧ୍ୟ ପହଞ୍ଚି ଘଟଣା ସମ୍ପର୍କରେ କ୍ରିୟାନୁଷ୍ଠାନ କମିଟି ଓ ଉପଜିଲ୍ଲାପାଳ ସହିତ ଆଲୋଚନା କରିଥିଲେ। ଆଲୋଚନା ସ୍ଥଳରେ ଉପ ଜିଲ୍ଲାପାଳ ସମସ୍ତ ଅସୁବିଧାକୁ ହୃଦୟଙ୍ଗମ କରି ଏକ ଗଳି ପୋଲ ର ଆବଶ୍ୟକ ହୋଇ ପଡ଼ିଥିବା କଥା ସୂଚନା ଦେଇ ଥିବା ବେଳେ ତୁରନ୍ତ ଗଳି ପୋଲ ନିର୍ମାଣ ନିମନ୍ତେ ପ୍ରତିଶ୍ରୁତି ଦେବା ସହିତ ପଦକ୍ଷେପ ନେବା ପରେ ଗଣ ଧାରଣା ସ୍ଥଗିତ ହୋଇଥିବା ଦେଖିବାକୁ ମିଳିଛି ।

କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅଧକ୍ଷ ମିହିର ପ୍ରତାପ ଦାସ ସମସ୍ତ ସ୍ଥାନୀୟ ସଂଗ୍ରାମୀ, ବୁଦ୍ଧିଜୀବି, ସମାଜ ସେବୀ,ଅଞ୍ଚଳ ବାସୀ ସମସ୍ତଙ୍କ ଅକୁଣ୍ଠ ସମର୍ଥନ ଓ ସହଯୋଗ ଦେଇ ଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ। ଜିଲ୍ଲା ପ୍ରଶାସନଙ୍କ ନିଷ୍ପତ୍ତି କୁ ସଂମ୍ମାନ ଜଣାଇ ଏହି ଆନ୍ଦୋଳନକୁ ସ୍ଥଗିତ କରାଗଲା ବୋଲି ସୂଚନା ଦେଇଥିଲେ। ଜିଲ୍ଲା ପ୍ରଶାସନ ବା ରାଜପଥ କର୍ତ୍ତୃପକ୍ଷ ଯଦି ଏହି ଗଳି ପୋଲ ନିର୍ମାଣରେ କୌଣସି ଟାଳ ଟୁଳ ନୀତି ଅବଲମ୍ବନ କରନ୍ତି ତେବେ ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ଏନ,ଏଚ, ଆଇ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଚରମ ବାଣୀ ଶୁଣାଇ ଥିବା ସୂଚନା ମିଳିଛି । (ରିପୋର୍ଟର ଚନ୍ଦ୍ରଶେଖର ପୃଷ୍ଟି ଛତିଆ)
No Result
View All Result