No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ଜୁଲାଇ , ଶୁକ୍ରବାର) ଢେଙ୍କାନାଳ :- ଆୱାର୍ଡ଼ ପରିବାର ତରଫରୁ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ବହଣ୍ଡେଇ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟରେ ବିଶ୍ଵ ସର୍ପ ଦିବସ ପାଳିତ ହୋଇଯାଇଅଛି। ଢେଙ୍କାନାଳ ଜିଲ୍ଲା ଏକ ସାପ ପ୍ରବଣ ଜିଲ୍ଲା।ଜଙ୍ଗଲ ଅବକ୍ଷୟ ଏବଂ ଖାଦ୍ୟ ଅଭାବରୁ ସାପ ତଥା ବନ୍ୟଜୀବ ମାନେ ଘରମୁହାଁ ହେଉଛନ୍ତି। ସଚେତନତା ଅଭାବରୁ ଲୋକମାନେ ସାପ କାମୁଡାର ଶୀକାର ହେଉଛନ୍ତି।ସାପ କାମୁଡା ଏକ ଦୁର୍ଘଟଣା,କେବଳ ଡାକ୍ତରଖାନାରେ ଏହାର ଚିକିତ୍ସା ସମ୍ଭବ।ସାପ କାମୁଡାରେ ମୃତ କିମ୍ବା ଆହତ ବ୍ୟକ୍ତିଙ୍କୁ ଆପାତକାଳୀନ ବିଭାଗ ତରଫରୁ କ୍ଷତିପୂରଣ ପ୍ରଦାନ କରାଯାଉଛି।ସାପ କାମୁଡାରେ ମୃତ ବ୍ୟକ୍ତିଙ୍କୁ ୪ ଲକ୍ଷ ଟଙ୍କା, ୬୦% ରୁ ଅଧିକ ନଷ୍ଟ ହୋଇଥିଲେ 2 ଲକ୍ଷ ଟଙ୍କା,60% ରୁ କମ ଅଙ୍ଗପ୍ରତ୍ୟଙ୍ଗ ନଷ୍ଟ ହୋଇଥିଲେ 90 ହଜାର ଟଙ୍କା, ସାତ ଦିନରୁ ଅଧିକ ଡାକ୍ତରଖାନାରେ ଚିକିତ୍ସିତ ବ୍ୟକ୍ତିଙ୍କୁ 12 ହଜାର ଟଙ୍କା ଏବଂ ସାତ ଦିନରୁ କମ୍ ଚିକିତ୍ସିତ ବ୍ୟକ୍ତିଙ୍କୁ 4 ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଉଛି ଏବଂ
ଚଳିତ ବର୍ଷ ଆୱାର୍ଡ଼ ପରିବାର ତରଫରୁ ଡ଼ାକ୍ତରଖାନାର ସହଯୋଗରେ 100 ରୁ ଉର୍ଦ୍ଧ୍ବ ସାପ କାମୁଡା ରୋଗୀଙ୍କର ରକ୍ଷା କରାଯାଇ ପାରିଛି ବୋଲି ପରିବାରର ସଂପାଦକ ରାଜେନ୍ଦ୍ର ପ୍ରସାଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି।ଆମ ଜିଲ୍ଲାରେ ଦେଖାଯାଉଥିବା 82 ପ୍ରଜାତିର ସାପ ମାନଙ୍କ ମଧ୍ୟରୁ ମାତ୍ର 8 ପ୍ରଜାତିର ସାପ ବିଷଧର।ସାପ ତଥା ବନ୍ୟଜୀବ ମାନଙ୍କର ଆବାସସ୍ଥଳୀ ନଷ୍ଟ,ମାନବ ସମାଜ ନିମନ୍ତେ ସାପମାନଙ୍କର ଭୂମିକା, ବିଷାକ୍ତ ସାପ କାମୁଡିବାର ଲକ୍ଷଣ ଓ ଚିକିତ୍ସା ଉପରେ ପଙ୍ଖାନୁପଙ୍ଖ ଭାବେ ପରିବାରର ସଦସ୍ୟ ଇଂ ସୌମ୍ୟଜିତ୍ ରଥ ବର୍ଣ୍ଣନା କରିଥିଲେ।ଗୁଣି ଗାରେଡ଼ି ଉପରେ ବିଶ୍ବାସ ନକରି ତୁରନ୍ତ ରୋଗୀଙ୍କୁ ଡ଼ାକ୍ତରଖାନାରେ ପହଂଚାଇବା,ତଳେ ନଶୋଇ ଖଟ ଉପରେ ଶୋଇବା, ଅନ୍ଧାରରେ ଚଳପ୍ରଚଳ କଲାବେଳେ ହାତରେ ଟର୍ଚ୍ଚ ନେବା ଉପରେ ପରିବାରର ସଦସ୍ୟ ରମାକାନ୍ତ ସାହୁ ଆଲୋକପାତ କରିଥିଲେ।ଗରୀବ ସୀମାରେଖା ତଳେ ରହୁଥିବା ଲୋକମାନଙ୍କୁ ସରକାରଙ୍କ ତରଫରୁ ଖଟ
ଯୋଗାଇଦେବା ସହିତ ଗୁଣି ଗାରେଡ଼ି ଏବଂ ତନ୍ତ୍ରମନ୍ତ୍ର କରୁଥିବା ଅସାମାଜିକ ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜିଲ୍ଲାପାଳ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲିି ସର୍ବସମ୍ମତିକ୍ରମେ ପ୍ରସ୍ତାବ ଆଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହଣ୍ଡେଇ ଗ୍ରାମର ସଂପାଦକ, ୱାର୍ଡସଭ୍ୟ, ବିଦ୍ୟାଳୟର ଅଧ୍ୟକ୍ଷ ଓ ଗ୍ରାମବାସୀମାନେ ଯୋଗ ଦେଇଥିବା ବେଳେ ଆୱାର୍ଡ ପରିବାରର ସଭାପତି ଦିବ୍ୟରଞ୍ଜନ ହୋତା, ସଦସ୍ୟ ବିପିନି ବିହାରୀ ନାଏକ, ଦିଲ୍କୀପ ବିଶ୍ଵାଳ,ତରଣୀ ନାଏକ, ସୂର୍ଯ୍ୟକାନ୍ତ ବେହେରା, ମନସା ଶ୍ରୀହରି ପ୍ରମୁଖ ସହଯୋଗ କରିଥିଲେ ଏବଂ ପରିଶେଷରେ ପରିବାରର ବରିଷ୍ଠ ସଦସ୍ୟ ଶିଶିରକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।(ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ।
No Result
View All Result