• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଧାନ ସଂଗ୍ରହ ପ୍ରସଙ୍ଗରେ ମିଛ କହୁଛି ବିଜେପି : ବିଜେଡି ଜୁଲାଇ ୨୦ରେ ବିଜେଡିର ପ୍ରତିବାଦ

Proprietor Abhimanyu Maharana by Proprietor Abhimanyu Maharana
July 16, 2021
in ଓଡ଼ିଶା, ମହାନଗର, ରାଜନୀତି, ହୋମ୍
0
ଧାନ ସଂଗ୍ରହ ପ୍ରସଙ୍ଗରେ ମିଛ କହୁଛି ବିଜେପି : ବିଜେଡି ଜୁଲାଇ ୨୦ରେ ବିଜେଡିର ପ୍ରତିବାଦ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୬ ଜୁଲାଇ ଶୁକ୍ରବାର ) ଭୁବନେଶ୍ୱର :- ଧାନ ସଂଗ୍ରହ ଦାୟିତ୍ୱ ହେଉଛି କେନ୍ଦ୍ର ସରକାରଙ୍କର । ଏହା ଓଡିଶା ସରକାରଙ୍କର ନୁହେଁ । ହେଲେ ଓଡିଶା ବିଜେପି ରାଜ୍ୟବାସୀଙ୍କୁ ଏହି ସତ୍ୟ କହୁନାହିଁ । ଆଜିର ଏହି ସାମ୍ବାଦିକ ସମ୍ମିଳନୀ ବିଜେପି ନେତାଙ୍କ ଛଳନାର ମୁଖା ଖୋଲି ଦେଇଥିବା କହିଛନ୍ତି ବିଜୁ ମହିଳା ଜନତା ଦଳ ସଭାପତି ସ୍ନେହାଙ୍ଗିନୀ ଛୁରିଆ ଓ ଦଳର ସାଧାରଣ ସମ୍ପାଦକ ଏବଂ ମୁଖପାତ୍ର ଶ୍ରୀମୟୀ ମିଶ୍ର । ଉଭୟ ନେତ୍ରୀ ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ୨୦୦୩-୦୪ରେ ସମସ୍ତ ୩୦ଟି ଜିଲ୍ଲାରୁ ଧାନ ସଂଗ୍ରହ ନିଶ୍ଚିତ କରିବା ପାଇଁ ଓଡିଶା ସରକାର ଭାରତ ସରକାରଙ୍କ ପକ୍ଷରୁ ଧାନ ସଂଗ୍ରହ ପ୍ରକ୍ରିୟାର ଦାୟିତ୍ୱ ନେଇଥିଲେ ଓ ଧାନ ସଂଗ୍ରହ କ୍ଷେତ୍ରରେ ଏକ ବିକେନ୍ଦ୍ରୀକରଣ ରାଜ୍ୟ ହୋଇଗଲେ ।

ପ୍ରକୃତ କଥା ହେଉଛି ଓଡିଶା ସରକାର ସେହି କାମ କରୁଛନ୍ତି ଯାହା ବିଜେପି ଦଳ ଦ୍ୱାରା ପରିଚାଳିତ କେନ୍ଦ୍ର ସରକାର କରିବା କଥା । ଏହି ସତ୍ୟ ଜାଣି ବି ଓଡିଶା ବିଜେପି ମିଥ୍ୟା ଓ ଭିତ୍ତିହୀନ ବିବୃତ୍ତି ଦେଇ ରାଜ୍ୟବାସୀଙ୍କୁ ଧାନ କିଣା ସଂକ୍ରାନ୍ତରେ ବିଭ୍ରାନ୍ତ କରିବାରେ ଲାଗିଛି । ପ୍ରଥମ ପ୍ରସଙ୍ଗ ହେଉଛି ଖାଦ୍ୟ ସବସିଡ୍‍ ବାବଦରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଠାରୁ ଅର୍ଥ ପାଇବାକୁ ଥିବାବେଳେ ଭାରତ ସରକାର ବର୍ତ୍ତମାନ ସୁଦ୍ଧା ତାହା ପ୍ରଦାନ କରୁନାହାନ୍ତି । ୨୦୨୦-୨୧ ଖରିଫ ଋତୁରେ ଓଡିଶା ସରକାର ୭୭.୩୩ ଲକ୍ଷ ମେଟ୍ରିକ ଟନ୍‍ ଧାନ ଚାଷୀଙ୍କ ଠାରୁ ସଂଗ୍ରହ କରିଛନ୍ତି ଯାହାର ମୂଲ୍ୟ ହେଉଛି ୧୪,୪୪୬ କୋଟି ଟଙ୍କା । ଭାରତ ସରକାର ଚଳିତ ଖରିଫ ଋତୁରେ ଖାଦ୍ୟ ସବ୍‌ସିଡ୍‍ ବାବଦରେ ୩୮୨୪ କୋଟି ଟଙ୍କା ପ୍ରଦାନ କରିଛନ୍ତି ଏବଂ ଭାରତୀୟ ଖାଦ୍ୟ ନିଗମ ୨୯୩୫ କୋଟି ଟଙ୍କା ପାଇଛି ।

ରାଜ୍ୟର ସବ୍‌ସିଡ୍‍ ବାବଦରେ ୧୧୧୭ କୋଟି ଟଙ୍କାକୁ ବାଦ୍‍ ଦେଲେ ଅନାଦେୟ ବ୍ୟାଙ୍କ ଋଣ ବାବଦରେ ୬୫୭୦କୋଟି ଟଙ୍କା ବାକିଆ ପଡି ରହିଛି । ଖାଦ୍ୟ ସବ୍‌ସିଡ୍‍ ବାବଦରେ ଦୀର୍ଘ ଦିନ ଧରି ବାକିଆ ଗଡୁଥିବା ୬୫୭୦ କୋଟି ଟଙ୍କା ତୁରନ୍ତ କେନ୍ଦ୍ର ସରକାର ପ୍ରଦାନ ଲାଗି ଆମେ ଦାବି କରୁଛୁ ବୋଲି କହିଛନ୍ତି ଶ୍ରୀମତୀ ଛୁରିଆ ଓ ଶ୍ରୀମତୀ ମିଶ୍ର । ଦ୍ୱିତୀୟ ପ୍ରସଙ୍ଗ ହେଉଛି ବଳକା ଚାଉଳ ଉଠାଇବା । ଓଡିଶା ନିକଟରେ ଥିବା ବଳକା ପ୍ରାୟ ୨୦ ଲକ୍ଷ ମେଟ୍ରିକ ଟନ୍‍ ଚାଉଳକୁ କେନ୍ଦ୍ର ସରକାର ଉଠାଇବା ଆବଶ୍ୟକ । କେନ୍ଦ୍ର ସରକାର ମାତ୍ର ୧୩ ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ଉଠାଇଥିବାବେଳେ ଆଉ ୭ ଲକ୍ଷ ଚାଉଳ ବର୍ତ୍ତମାନ ସୁଦ୍ଧା ପଡି ରହିଛି । ତୁରନ୍ତ ଏହି ବଳକା ୭ ଲକ୍ଷ ମେଟ୍ରିକ ଟନ୍‍ ଚାଉଳକୁ କେନ୍ଦ୍ର ସରକାର ଉଠାଇବା ପାଇଁ ବିଜେଡି ଦାବି କରିଛି । ତୃତୀୟ ପ୍ରସଙ୍ଗ ହେଉଛି ଓଡିଶାରେ ଥିବା ବଳକା ଧାନ ଉଠାଇବା ପାଇଁ ସମୟସୀମା ବୃଦ୍ଧି ବିଷୟରେ ।

ବିଭିନ୍ନ କାରଣ ଯୋଗୁଁ ଖରିଫ ଧାନ ସଂଗ୍ରହ ସମୟ ଅବଧି ୩୦ ଜୁନ୍‍ ୨୦୨୧ରୁ ୩୦ ସେପ୍ଟେମ୍ବର ୨୦୨୧କୁ ବଢାଇବା ପାଇଁ ଓଡିଶା ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର ଏହାକୁ କେବଳ ଗୋଟିଏ ମାସ ପାଇଁ ଅର୍ଥାତ୍‍ ୩୧ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ବଢାଇଛନ୍ତି । ଏହା ଆଦୌ ଗ୍ରହଣୀୟ ନୁହେଁ ଏବଂ ଚାଷୀ ବିରୋଧି ବୋଲି ବିଜେଡି ନେତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ଖରିଫ ଧାନ ସଂଗ୍ରହ ସମୟସୀମାକୁ ଓଡିଶା ସରକାରଙ୍କ ଅନୁରୋଧ ଅନୁଯାୟୀ ସେପ୍ଟେମ୍ବର ୩୦ ତାରିଖକୁ ବୃଦ୍ଧି କରାଯାଉ । ଚତୁର୍ଥ ପ୍ରସଙ୍ଗଟି ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ଧାନ ସଂଗ୍ରହ ସମୟକୁ ମଞ୍ଜୁରୀ ପ୍ରଦାନ । ଖରିଫ ଧାନ ସଂଗ୍ରହ ପାଇଁ ଟୋକନ ଅବଧି ୩୦ ଦିନ । ରବି ଧାନ ସଂଗ୍ରହ ପାଇଁ ଏହା ୧୫ ଦିନ ।

ରବି ଧାନ ସଂଗ୍ରହ ସୀମିତ ସମୟ ଦୁଇ ମାସ ପାଇଁ କରାଯାଏ ଏବଂ ଏହାର କାରଣ ହେଉଛି ଟୋକନ ବୈଧତା ଅବଧି ୧୫ ଦିନ ପାଇଁ ସୀମିତ । ଖରିଫ ଧାନ ସଂଗ୍ରହ ନଭେମ୍ବରରୁ ମାର୍ଚ୍ଚ ମଧ୍ୟରେ ହେଉଥିବାବେଳେ ରବି ଧାନ ମଇରୁ ଜୁନ୍‍ ମଧ୍ୟରେ ହୋଇଥାଏ । ଧାନ ସଂଗ୍ରହ ପୂର୍ବରୁ ଭାରତ ସରକାର ଏହି ସମୟକୁ ଅନୁମୋଦନ କରିଥାନ୍ତି । ଯେତେବେଳେ ଧାନ ସଂଗ୍ରହ ପାଇଁ ଟୋକନ ପ୍ରଦାନ ଆଧାରରେ ଭାରତ ସରକାର ଧାନ ସଂଗ୍ରହ ଅବଧି ଅନୁମୋଦନ କରୁଛନ୍ତି ସେତେବେଳେ ଓଡିଶା ବିଜେପି କାହିଁକି ଓଡିଶାର ଚାଷୀ ଓ ଲୋକଙ୍କୁ ଏହା ଓଡିଶା ସରକାରଙ୍କ ଦାୟିତ୍ୱ କହି ବିଭ୍ରାନ୍ତ କରୁଛି ବୋଲି ବିଜେଡି ନେତ୍ରୀ ପ୍ରଶ୍ନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବଜେଡି ନେତ୍ରୀ ଦାବି କରିଛନ୍ତି ଯେ ଭାରତ ସରକାର ତୁରନ୍ତ ବାକି ଥିବା ଖାଦ୍ୟ ସବ୍‌ସିଡ୍‍ ଅର୍ଥ ଓଡିଶାକୁ ମଞ୍ଜୁର କରିବା ସହିତ ବଳକା ୭ ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ରାଜ୍ୟରୁ ଉଠାନ୍ତୁ ।

ଏଥି ସହିତ ଓଡିଶାରୁ ଖରିଫ ଧାନ ସଂଗ୍ରହ ସମୟ ଅବଧିକୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ । ବିଜେପି ନେତାମାନେ ମିଥ୍ୟା ଓ ମନଗଢା ଅଭିଯୋଗ ବନ୍ଦ କରିବା ସହିତ ଧାନ କିଣା ସମୟ ଅବଧି ସଂକ୍ରାନ୍ତରେ ଓଡିଶା ସରକାରଙ୍କର କୌଣସି ଭୂମିକା ନାହିଁ ଏବଂ ଏହାକୁ କେନ୍ଦ୍ର ସରକାର ଅନୁମୋଦନ କରୁଥିବା ସଂକ୍ରାନ୍ତରେ ଲୋକଙ୍କୁ ସତ କୁହନ୍ତୁ । ବିଗତ ଦୁଇବର୍ଷ ମଧ୍ୟରେ ୩.୮୩ ଲକ୍ଷ ନୂଆ ଚାଷୀ ଧାନ କିଣା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଯାହାକି ୩୮ ପ୍ରତିଶତ ଅଭିବୃଦ୍ଧି ଅଟେ । ସେହିଭଳି ଦୁଇ ବର୍ଷରେ ୧୮ ପ୍ରତିଶତ ଅଧିକ ପରିମାଣ ଧାନ ସଂଗ୍ରହ ହୋଇଛି । ଏହା କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ଓଡିଶା ସରକାରଙ୍କ ଚାଷୀ ଅନୁକୂଳ ଖରିଦ ନୀତି ପାଇଁ ସମ୍ଭବପର ବୋଲି ବିଜେଡି ନେତ୍ରୀ କହିଛନ୍ତି । ଶେଷରେ ବିଜେଡି ନେତ୍ରୀ କହିଛନ୍ତି ଯେ ବିଜେପି ନେତାମାନେ କୁମ୍ଭୀର କାନ୍ଦଣା ବନ୍ଦ କରି କେନ୍ଦ୍ର ସରକାର କିଭଳି ଓଡିଶାର ଧାନ ସଂଗ୍ରହ ପ୍ରକ୍ରିୟାରେ ସହଯୋଗ କରୁନାହାନ୍ତି ତାହାର ସତ୍ୟାସତ୍ୟ ଲୋକଙ୍କ ଆଗରେ ରଖନ୍ତୁ ।

ବିଜେପି ପରିଚାଳିତ କେନ୍ଦ୍ର ସରକାର ଧାନ ସଂଗ୍ରହ ଓ ଚାଉଳ ଉଠାଣ କ୍ଷେତ୍ରରେ ଓଡିଶା ଚାଷୀମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଥିବାବେଳେ ଚାଷୀ ବିରୋଧି ଏବଂ ଜନ ବିରୋଧି ମନ୍ତବ୍ୟ ଦେବା ବଦଳରେ ବିଜେପି ନେତାମାନେ ସତ୍ୟ କହିବା ଆରମ୍ଭ କରନ୍ତୁ । ଓଡିଶା ଚାଷୀଙ୍କ ପ୍ରତି ଏଭଳି ଅବହେଳା ପ୍ରତିବାଦରେ ବିଜେଡି ପକ୍ଷରୁ ଆସନ୍ତା ୨୦ ତାରିଖରେ ଭାରତୀୟ ଖାଦ୍ୟ ନିଗମର ଦପ୍ତର ଓ ଗୋଦାମ ସମ୍ମୁଖରେ ପ୍ରତିବାଦ କରାଯିବ । ଭାରତୀୟ ଖାଦ୍ୟ ନିଗମ ଧାନ କିଣା କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ସହିତ କେନ୍ଦ୍ର ସରକାର ଓଡିଶାର ଦାବିଗୁଡିକୁ ତୁରନ୍ତ ମାନି ନେବାକୁ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତ୍ରୀଦ୍ୱୟ ଦାବି କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

September 18, 2026
ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

September 18, 2026
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା

ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା

September 18, 2026
ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

September 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

September 18, 2026
ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

September 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version