No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଜୁଲାଇ ଗୁରୁବାର ) ବାଙ୍କୀ :- ଗତକାଲି କଟକ ବିଦ୍ୟୁତ ବିଭାଗ ର ସ୍ୱତନ୍ତ୍ର ସ୍କ୍ୱାର୍ଡ ଦ୍ୱାରା ବାଙ୍କୀ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବେଆଇନ ବିଦ୍ୟୁତ ବ୍ୟବହାର ଖବର ପାଇ ଚଢ଼ାଉ ହୋଇଥିଲା । ଚଢ଼ାଉ ଚାଲୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଁ ବାଙ୍କୀ ଏନ.ଏ. ସି ନିର୍ବାହୀ ଅଧିକାରୀ ଡକ୍ଟର ପ୍ରଭୁ କଲ୍ୟାଣ ଦାଶଙ୍କ ବାସଭବନ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଜାଣିବାକୁ ମିଳିଲା ୨୦୧୫ ମସିହାରୁ ବିଦ୍ୟୁତ ଦେୟ ବାକି ଥିବାରୁ ବିଦ୍ୟୁତସେବା ଦୀର୍ଘ୬ବର୍ଷ ହେବ ବିଛିନ୍ନ ଥିବା ଲାଇନ କୁ ହୁକ ପକାଇ ଆଜି ପର୍ଯ୍ୟନ୍ତ ବ୍ୟବହାର କରି ଜାଳୁଥିବା ଜଣାପଡିଥିଲା ।
ଏଥିସହ ପାଖ ଏନ.ଏ. ସି ୱାର୍କର ସରକାର କ୍ୱାର୍ଟର ଓ ବାତ୍ୟା ଆଶ୍ରୟ ସ୍ଥଳକୁ ମଧ୍ୟ ନିର୍ବାହୀ ଅଧିକାରୀଙ୍କ ବାସଭବନ ବେଆଇନ ଲାଇନ ରୁ ଲାଇନ ଯୋଗାଇଦେଇ ବ୍ୟବହାର ହେଉଥିଲା। ଓଡିଶା ପ୍ରଶାସନିକ ସେବାର ଜଣେ ବରିଷ୍ଠ ଅଧିକାରୀ ହୋଇ ବେଆଇନ ଭାବେ ବିଦ୍ୟୁତ ବ୍ୟବହାର କରି ଜୋରିମାନ ଦେବା ବାଙ୍କୀ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।ପୂର୍ବରୁ ବିଦ୍ୟୁତ ଦେୟ ବକେୟା ଥିବାରୁ ବର୍ତ୍ତମାନ ସ୍କ୍ୱାର୍ଡ ଦ୍ୱାରା ଧରା ଯାଇଥିବାରୁ ଗତକାଲିଠାରୁ ତାଙ୍କ ଲାଇନ କାଟି ଦିଆଯାଇଛି।ଦୁଇଦିନ ଧରି ନିର୍ବାହୀ ଅଧିକାରୀ ବିନା ଆଲୁଅ ରେ ଅଛନ୍ତି।ଶୁଣାଯାଉଛି
ପ୍ରାଥମିକ ଭାବେ ଦୁଇ ବର୍ଷର ଦେୟ ହିସାବକୁ ନେଇ ୧ଲକ୍ଷ ୨୦ହଜାର ଟଙ୍କା ଜୋରିମାନା କରାଯାଇଛି।ପୂର୍ବ ବକେୟା ଓ ଜୋରିମାନା ଅର୍ଥ ପଇଠ କଲେ ତୁରନ୍ତ ପୁନଃ ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି ବିଦ୍ୟୁତ ବିଭାଗ ଅଧିକାରୀ( ଟି ପି ସିଓଡିଏଲ) ଙ୍କ ସୂତ୍ରରୁ ଜଣାପଡ଼ିଛି।ଆଇନ କାନୁନ, କାଗଜ ପତ୍ର ଠିକ ଭାବରେ କଡାକଡି ଭାବରେ ଦେଖୁଥିବା ନିଜକୁ ଜଣେ ସଚୋଟ ଅଧିକାରୀ କହୁଥିବା ଅଧିକାରୀ ଡକ୍ଟର ପ୍ରଭୁ କଲ୍ୟାଣ ଦାଶଏପରି ବେଆଇନ କାର୍ଯ୍ୟ କିପରି କଲେ ବୋଲି ଏନ. ଏ. ସି ଅଫିସ ଠାରୁ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ଆଲୋଚନା ଚାଲିଛି।ପ୍ରତି ମାସ ରେ । ଦେୟ ବିଲ କାହିଁକି ଏହି ଅଧିକାରୀ ଦେଇନାହାନ୍ତି ତାଙ୍କର ଜ୍ଞାତସାର ରେ ଏହି ଚୋରି ହୋଇଛି ଏହାର ତଦନ୍ତ ହେବାସହ ଜୋରିମାନା ଆଦାୟ କରାଯାଇ ତାଙ୍କ ବିରୁଦ୍ଧ ରେ ଦୃଢ କାର୍ଯ୍ୟାଅନୁଷ୍ଠାନ ବାଙ୍କୀ ର ବହୁ ବୁଦ୍ଧି ଯିବି ଦାବି କରିବା ସହ ରାଜ୍ୟ ସରକାର ଓ ୫ ଟି ସାଧୁତା ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଗରିବ ଲୋକଟେ ବିଦ୍ୟୁତ ବକେଇଆ ବିଲ ପୈଠ ନକଲେ ତାର ଲାଇନ କଟାଯାଉଛି ଯଦି ବିଦ୍ୟୁତ ଚୋରି ଅଭିଯୋଗ ଆସୁଛି ତେବେ ତାକୁ ଜୋରିମାନା ସହ ଜେଲ ପଠାଯାଉଛି ତେବେ ସେହି ନାୟରେ ଦୀର୍ଘ ୬ ବର୍ଷ ରୁ ଉର୍ଦ୍ଧ ବାଙ୍କୀ ଏନ.ଏ.ସି ନିର୍ବାହୀ ଅଧିକାରୀ ବେଆଇନ ଭାବେ ହୁକ ପକାଇ ବିଦ୍ୟୁତ ଲାଇନ ଚୋରି କରୁଥିବାରୁ ତାଙ୍କୁ କି ପ୍ରକାର ଦଣ୍ଡ ସ୍ୱଛତା ଓ ଦୁର୍ନୀତି ର ସ୍ପର୍ଶ କୁ ବରଦାସ୍ତ କରୁନ ଥିବା ରାଜ୍ୟ ସରକାର ନେଉ ଛନ୍ତି ତାହାଦେଖିବାକୁ ରହିଲା ବୋଲି ବାଙ୍କୀର ବିଭିନ୍ନ ରାଜନୈତିକ ଦଳ ,ସମାଜ ସେବି ଓ ବୁଦ୍ଧିଜୀବୀ ଅପେକ୍ଷା କରିଛନ୍ତି ।
No Result
View All Result