No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୪ ଜୁଲାଇ ବୁଧବାର ) କଳାହାଣ୍ଡି :- ନର୍ଲା ଥାନା ଅନ୍ତର୍ଗତ ପଲସାପଡା ଗ୍ରାମର ସୁରଭି ବାଗ ୨୦୧୭ ମସିହାରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ସେହି ସମୟ ରେ ପିପଲପଡା ଗ୍ରାମର ଘନଶ୍ୟାମଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ସୁଦୃଢ ହୋଇଥିଲା । ତେଣୁ କିଛି ଦିନ ଅନ୍ତରରେ ସୁରଭିଙ୍କୁ ଧରି ପ୍ରେମିକ ଘନଶ୍ୟାମ ରାଜକୋଟକୁ ଚମ୍ପଟ ମାରିଥିଲା। ସେଠାରେ ତିନି ବର୍ଷ ଧରି ସ୍ଵାମୀ ଓ ସ୍ତ୍ରୀ ଭାବରେ ରହି କାମଧନ୍ଦା କରି କିଛି ଟଙ୍କା ରୋଜଗାର କରିଥିଲେ । କରୋନା ମହାମାରୀ ସମୟରେ କାମଧନ୍ଦା ନପାଇ ନିଜ ଘରକୁ ସେମାନେ ଫେରି ଆସିଥିଲେ ।
ସ୍ତ୍ରୀ ସୁରଭି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ବେଳେ ଛୋଟ ଶିଶୁ ଓ ସ୍ତ୍ରୀକୁ ଘନଶ୍ୟାମ ବିଧବା ଶାଶୁଙ୍କ ପାଖରେ ଛାଡି ସଞ୍ଚିତ ୧୫୦୦୦ ଟଙ୍କା ସହ କୁଆଡେ ଫେରାର ହୋଇଥିଲେ । ଦୀର୍ଘ ଏକ ମାସ ଧରି ସ୍ତ୍ରୀ ସହ କୈାଣସି ଯୋଗାଯୋଗରେ ନ ରହିବା ଯୋଗୁଁ ବିଧବା ମା ଲଲିତା ଓ ଝିଅ ସୁରଭି ନର୍ଲା ଥାନାରେ ଘନଶ୍ୟାମ ନାଁରେ ଅଭିଯୋଗ ଆଣିଛନ୍ତି । ମା ଲଲିତା ଏବେ ଝିଅ ସୁରଭି ଓ ଶିଶୁ କନ୍ୟାକୁ ଲାଲନ ପାଳନ କରୁଥିବା ବେଳେ ମୁଁ ଏକ ଗରିବ ବିଧବା ଲୋକ କେମିତି ଏହି ପରିବାରକୁ ପୋଷିବି ମୋତେ ନ୍ୟାୟ ମିଲୁ ବୋଲି ଗଣମାଧ୍ୟମ ଆଗରେ ଜଣାଇଛନ୍ତି । ( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ )
No Result
View All Result