No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଜୁଲାଇ , ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଅଧ୍ୟକ୍ଷ ଶ୍ରୀ ଗଜେନ୍ଦ୍ର ଗମାଙ୍ଗଙ୍କ ପରଲୋକ ହେବା ପରେ ଏହି ଅଧ୍ୟକ୍ଷ ପଦବୀ ଖାଲିପିଡ଼ିଥିଲା। ଏହି ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ଆଜି ଉପନିର୍ବାଚନରେ ଗିତାଞ୍ଜଳି ଭୂୟାଁ ବିଜୟୀ ଘୋଷିତ ହୋଇଛନ୍ତି । ବୁଧବାର ହୋଇଥିବା ଏହି ଉପନିର୍ବାଚନରେ ଦୁଇଜଣ ପ୍ରାର୍ଥୀ ଗିତାଞ୍ଜଳି ଭୂୟାଁ,ମିଖୋଲ ଭୂୟାଁ ପ୍ରତିଦ୍ବନ୍ଦିତା କରୁଥିଲେ । ଗୁମ୍ମା ବ୍ଲକରେ ୧୮ଟି ସମିତି ସଭ୍ୟଙ୍କୁ ନେଇକି ଏହି ଉପନିର୍ବାଚନ ହେଇଥିଲା । ଆଜି ଗୁମ୍ମା ବ୍ଲକ ସଭାଗୃହ ଠାରେ ବିଧିବଦ୍ଧ ଭାବେ ସକାଳ ୧୦:୩୦ ସମୟରେ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ପରେ ଯାଞ୍ଚ କରାଯାଇଥିଲା ଏବଂ ସମୟ ୧୨ ଠାରୁ ୦୨ ପର୍ଯ୍ୟନ୍ତ ବହୁ ମୂଲ୍ୟ ମତଦାନ ଭୋଟନିଜ ନିଜର ପ୍ରାର୍ଥୀଙ୍କୁ ଦେଇଥିଲେ। ଶେଷରେ ବିଧିବଦ୍ଧ ଭାବେ ତଦନ୍ତ କରି ଭୋଟ ଗଣନା କରାଯାଇଥିଲା । ମୋଟ ୧୮ ଖଣ୍ଡ ଭୋଟ ମଧ୍ୟରୁ କଂଗ୍ରେସର ସମର୍ଥିତ ଗିତାଞ୍ଜଳି ଭୂୟାଁଙ୍କୁ ସର୍ବାଧିକ ୧୦ ଭୋଟ ପାଇଥିବା ବେଳେ ବିଜେଡ଼ି ସମର୍ଥିତ ମିଖୋଲ ଭୂୟାଁ ୮ ଖଣ୍ତ ଭୋଟ ପାଇଥିଲେ ।

ଗିତାଞ୍ଜଳି ଭୂୟାଁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କ ମିଖୋଲ ଭୂୟାଁଙ୍କ ଠାରୁ ୨ ଖଣ୍ଡ ଭୋଟ ଅଧିକା ପାଇ ବିଜୟୀ ହୋଇଥିଲେ । ଗିତାଞ୍ଜଳି ବିଜୟୀ ହେବାପରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ,ସାନ ଖେମୁଣ୍ଡି ବିଧାୟକତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରିମେଶ ଜେନା, ଯୁବ କଂଗ୍ରେସର ଜିଲ୍ଲା ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ଗୁମ୍ମା ବ୍ଲକ କଂଗ୍ରେସ ସଭାପତି ବର୍ଣିକ ଗୋମଙ୍ଗ ବିଜେପି ବିଧାୟକ ପ୍ରତିନିଧି କୃଷ୍ଣଚନ୍ଦ୍ର ବିଶୋଇ, କଂଗ୍ରେସ ବ୍ଲକ ଯୁବ ସଭାପତି ମୋଣ୍ଟୁ ପାଣି, ନଗର କଂଗ୍ରେସ ସଭାପତି ବସନ୍ତପଣ୍ଡା, ପୂର୍ବତନ ଉପନଗର ପାଳ ସଞ୍ଜୟ ଅଧିକାରୀ, ପୂର୍ବତନ କାଉନସିଲର ତ୍ରିନାଥ ପାତ୍ର, ସଂଗ୍ରାମସାହୁ, ଲମ୍ବଧର ଦଣ୍ଡସେନା ପ୍ରମୁଖଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ମାନେ ତାଙ୍କୁ ଫୁଲତୋଡା ଦେଇ ସ୍ୱାଗତ ଜଣାଇଥିଲେ । ଅଧ୍ୟକ୍ଷା ଗିତାଞ୍ଜଳିଙ୍କ କହିବା ଅନୁଯାୟୀ ଗୁମ୍ମା ବ୍ଲକରେ ରହିଥିବା ସମସ୍ୟା ଗୁଡ଼ିକର ସମାଧାନ କରିବା ସଙ୍ଗେ ସଙ୍ଗେ ମୁଖ୍ୟତଃ ବ୍ଲକର ଉନୟନ ମୂଳକ କାର୍ଯ୍ୟକ୍ରମ ଗୁଡିକୁଲୋକଙ୍କନିକଟରେ ପହଞ୍ଚାଇବା ପାଇଁ କାମ କରିବି ବୋଲି କହିଛନ୍ତି । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result