No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୪ ଜୁଲାଇ, ବୁଧବାର ) ରଣପୁର ,ରିପୋର୍ଟ -ଅଭିମନ୍ୟୁ :- ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଛାତ୍ର ଜନତା ଦଳର ସଂଗଠନକୁ ବୃଦ୍ଧି କରିବା ତଥା ସଂଗଠନକୁ ମଜବୁତ କରି ବହୁ ସଂଖ୍ୟାକ ଯୁବଛାତ୍ର ମାନଙ୍କୁ ଦଳରେ ସାମିଲ କରି ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିବା ସହ ରୋଜଗାର କ୍ଷମ କରିବା ଏବଂ କୁଶଳୀ ଯୁବକ ମାନଙ୍କୁ ସ୍ୱାଭିମାନି କରିବା ଉଦ୍ଦେଶ୍ୟରେ ଗତ ସୋମବାର ଦିନ ସୁନାଖଳା ସୁନାଖଳା ନିକଟସ୍ଥ କୋଟଗଡ଼ ଠାରେ ଥିବା

କଲ୍ୟାଣୀ ମଣ୍ଡପରେ ରଣପୁର ବ୍ଲକ ଯୁବଛାତ୍ରସଭାପତି ଆଲୋକ କୁମାର ଜେନାଙ୍କ ନେତୃତ୍ୱରେ ବିଜୁଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଥିଲା l ଏଥିରେ ରଣପୁରର ବିଧାୟକ ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରଣପୁରର କିଛି ଯୁବ ନେତା ଏବଂ ରଣପୁର ବ୍ଲକର ଶତାଧିକ ଛାତ୍ରମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l

No Result
View All Result