No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଜୁଲାଇ , ବୁଧବାର ) ଭୁବନେଶ୍ୱର :- କରୋନା ମହାମାରୀ ସମୟରେ ରାଜ୍ୟ ସରକାର ବିଦ୍ୟୁତ ଦର ବୃଦ୍ଧି କରି ସାଧାରଣ ଜନତାଙ୍କୁ ଶୋଷଣ କରୁଛନ୍ତି । ଗତ ୬ ମାସରେ ଓଇଆରସି ୟୁନିଟ ପିଛା ୫୦ ପଇସା ବୃଦ୍ଧି କରଛି । ଏହା ଦ୍ୱାରା ସାଧାରଣ ଉପଭୋକ୍ତାମାନେ ଆର୍ଥିକ ଭାବେ ଅନେକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । କରୋନା ସମୟରେ ଛାତ୍ରଛାତ୍ରୀମାନେ ଟିଭି ଏବଂ ଇଂଟରନେଟ ମାଧ୍ୟମରେ ପାଠ ପଢୁଛନ୍ତି । ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଛାତ୍ରଛାତ୍ରୀମାନେ ପାଠ ପଢିବାରୁ ବଂଚିତ ରହୁଛନ୍ତି । ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ସେମାନଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଯୁବ ଉଦ୍ୟୋଗୀମାନେ ମଧ୍ୟ ଲୋ ଭୋଲଟେଜ ଓ ଅଘୋଷିତ ବିଦ୍ୟୁତ କାଟ୍ ଯୋଗୁଁ ସେମାନଙ୍କ ବାଣିଜ୍ୟ ବ୍ୟବସାୟରେ ଅନେକ କ୍ଷତି ସହୁଛନ୍ତି ।
ରାଜ୍ୟ ସରକାରଙ୍କ ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି, ଅଘୋଷିତ ବିଜୁଳି କାଟ୍ ଓ ଲୋ ଭୋଲଟେଜ୍ ପ୍ରତିବାଦରେଯୁବମୋର୍ଚ୍ଚା ପକ୍ଷରୁ ଆସନ୍ତା ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ କ୍ୟାଣ୍ଡଲ ଶୋଭାଯାତ୍ରା କରାଯିବ ବୋଲି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ଗତକାଲି ଶ୍ରୀ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ସହ ଭିଡିଓ କନଫରେନ୍ସି ମାଧ୍ୟମରେ କ୍ୟାଣ୍ଡଲ ଶୋଭାଯାତ୍ରାର ରୂପରେଖ ପ୍ରସ୍ତୁତ କରାଯାଇଥିଲା । ଏହି ଅବସରରେ ସମସ୍ତ ଜିଲ୍ଲାର ଯୁବମୋର୍ଚ୍ଚା ସଭାପତି ଓ ଜିଲ୍ଲା ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result