No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଜୁଲାଇ ବୁଧବାର) କୋରାଇ :- ଶିକ୍ଷକ ଜ୍ଞାନର ଆଲୋକ ପ୍ରାଦନ କରିଥାଏ । ହେଲେ ଜୈନିକ ଶିକ୍ଷକ ନିଜର ହିତାହିତଜ୍ଞାନ ହରାଇ ତାର ଶିକ୍ଷୟିତ୍ରୀ ସ୍ତ୍ରୀକୁ ଅତିନୃସଂଶ ଭାବେ ପିଟି ପିଟି ମାରି ଦେବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାଇ ଥାନା ଅନ୍ତର୍ଗତ ରଣପୁର ଗାଁରେ । ସଂପୃକ୍ତ ଶିକ୍ଷକ ଜଣଙ୍କ ଅରୁଣ କୁମାର ଜେନା ହୋଇଥିଲା ବେଳେ ମୃତ ଶିକ୍ଷୟିତ୍ରୀ ଜଣଙ୍କ ଦିପ୍ତୀମୟୀ ମଲିକ ବୋଲି ଜଣାପଡିଛି । ସୂଚନାଅନୁଯାୟୀ ୯ବର୍ଷ ପୂର୍ବେ ଶଙ୍ଖଚିଲା ହିଙ୍ଗୁଳା ମନ୍ଦିରରେ ବିବାହ କରିଥିବା ଶିକ୍ଷକ ଦମ୍ପତିଙ୍କ ଦୁଇଟି ସନ୍ତାନ ଅଛନ୍ତି । ପାରିବାରିକ ବିବାଦରୁ କିଛିବର୍ଷ ଧରି ଦମ୍ପତିଙ୍କ ମଧ୍ୟରେ ମନମାଳିନ ରହିଥିଲା ।
ହେଲେ ସୋମବାର ରାତିରେ ଶିକ୍ଷୟତ୍ରି ସ୍ତ୍ରୀ ଦୀପ୍ତୀମୟୀକୁ ଅରୁଣ ଦଉଡ଼ିରେ ବାନ୍ଧି ଟାଙ୍ଗି ଦେବାକୁ ଉଦ୍ୟମ କରୁଥିବା ବେଳେ ପରିବାର ଲୋକେ ପହଁଚିଯିବାରୁ ସେ ବଂଚିଯାଇଥିଲେ । କିନ୍ତୁ ରାଗରେ ଜଳୁଥିବା ଥିବା ସ୍ୱାମୀ ଅରୁଣ ଆଜି ସକାଳ ୭ଟା ବେଳେ ସ୍ତ୍ରୀ ଦିପ୍ତୀମୟୀ ବାରଣ୍ଡାରେ ମଙ୍ଗଳା ପୂଜା କରୁଥିବା ବେଳେ ସ୍ୱାମୀ ପଛପଟୁ ଏକଲୁହା ଛଡରେ ତାର ମୁଣ୍ଡକୁ ପିଟିପିଟି କ୍ଷତାକ୍ତ କରି ଦେଇଥିଲା । ପରିବାର ଲୋକେ ତୁରନ୍ତ ଦିପ୍ତୀମୟୀଙ୍କୁ କୋରାଇ ଡାକ୍ତରଖାନାକୁ ନେଇ ଭର୍ତି କରିଥିଲେ ହେଁ ଡ଼ାକ୍ତର ତାଙ୍କର ମୃତ୍ୟୁ ଘଟିଥିବା ଘୋଷଣା କରିଥିଲେ ।
ଏନେଇ ପୁଲିସ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବଦ କରିବା ତଦନ୍ତ ଆରମ୍ଭ କରିବା ପୂର୍ବକ ଡାକ୍ତଖାନରେ ଉପସ୍ଥିତ ସ୍ୱାମୀ ଅରୁଣଙ୍କୁ ନିଜ ହେପାଜତକୁ ନେଇଥିଲା । ମୃତା ଦିପ୍ତୀମୟୀର ବାପା ଜେନାପୁର ଥାନା ବଳରାମପୁର ତଳଗଡ଼ ଗ୍ରାମର ବିରାଟ କିଶୋର ମଲିକ ପହଁଚିବା ପରେ ଝିଅକୁ ମାରି ଦିଆଯାଇଥିବା ନେଇ ଅଭିଯୋଗ କରିଥିଲେ । ଅରୁଣ ବାରମ୍ବାର ଦିପ୍ତୀମୟୀଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିବା ବେଳେ ବହୁବାର ଭଦ୍ରଲୋକଙ୍କ ମଧ୍ୟସ୍ଥତାରେ ସମାଧାନ ହୋଇଥିଲା । ରଣପୁର ପ୍ରାଥମିକ ବିଦ୍ୟାଳୟରେ ଦିପ୍ତୀମୟୀ ଶିକ୍ଷୟତ୍ରୀ ଥିବାବେଳେ ଅମୃତିଆ ପଂଚାୟତ ସୋଲପାଟିଆ ବିଦ୍ୟାଳୟରେ ଅରୁଣ ଶିକ୍ଷକ ଅଛନ୍ତି । ଦୀର୍ଘଦିନ ହେବ ଅରୁଣ ଓ ଦିପ୍ତୀମୟୀଙ୍କ ମଧ୍ୟରେ ଲାଗିରହିିଥିବା ବିବାଦ ଅନ୍ତଘଟିବା ବଦଳରେ ବଢି ଚାଲିଥିଲା ।

ଏନେଇ ଝିଅ ବାପା ପାଖକୁ ବାରମ୍ବାର ଖବର କରନ୍ତି ଓ ବାପା ଆସି ତାହାର ମଧ୍ୟ ସମାଧାନ କରିଥାନ୍ତି । ତେବେ ଆଜି ସକାଳ ୭ଟା ସମୟରେ ଦିପ୍ତୀମୟୀ ବାରଣ୍ଡାରେ ପୂଜା କରୁଥିବା ବେଳେ ସ୍ୱାମୀ ଅରୁଣ ତା’ର ମୁଣ୍ଡପଛରୁ ଲୁହାଛଡରେ ପାହାର ଦେବାରୁ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ଛଟପଟ ହେଉଥିଲା । ପରିବାର ଲୋକେ ଦିପ୍ତୀମୟୀଙ୍କୁ ଡାକ୍ତରଖାନା ନେଇଥିଲା ବେଳେ ଖବର ଦିପ୍ତୀମୟୀର ବାପା ବିରାଟ କିଶୋର ପହଂଚି ତାଙ୍କ ଝିଅକୁ ପିଟି ପିଟି ମାରି ଦିଆଯାଇଥିବା ନେଇ କୋରାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ତାଙ୍କ ଅଭିଯୋଗକୁ ଭିତିକରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ପଚରା ଉଚରା କରୁଥିବା ବେଳେ ଶବକୁ ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ଡାକ୍ତରଖାନାକୁ ପଠାଇଛି । ଶିକ୍ଷକ ସ୍ୱାମୀଙ୍କ ମାଡ଼ରେ ଶିକ୍ଷୟତ୍ରୀ ସ୍ତ୍ରୀର ମୃତ୍ୟୁ ଘଟଣା ସମଗ୍ର ଅଂଚଳରେ ଆଲୋଡନ ସୃଷ୍ଟିକରିଛି ।(କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)
No Result
View All Result