No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୩ ଜୁଲାଇ , ମଙ୍ଗଳବାର ) ପାଟଣାଗଡ଼ :- ଆଜି କଲେଜ ଛକ ନିକଟରେ ଥିବା ଭାରତ ପେଟ୍ରୋଲ ପମ୍ପରେ ବଲାଙ୍ଗିର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି।ଚଢାଉରେ ବିପୁଲ ପରିମାଣରେ ବିଦେଶୀ ମଦ ଜବତ ହୋଇଛି।ଲାଠୋରର ଭାରତ ପେଟ୍ରୋଲିୟମ ପମ୍ପରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି ହେଉଥିବା ଏବଂ ଗଛିତ ଥିବା ନେଇ କୌଣସି ସୁତ୍ରରୁ ଖବର ପାଇଁ ବଲାଙ୍ଗିର ମୋବାଇଲ ଟିମ୍ ଏବଂ ପାଟଣାଗଡ ଅବକାରୀ ବିଭାଗ ମିଲିତ ଭାବରେ ପେଟ୍ରୋଲ ପମ୍ପରେ ଚଢାଉ କରିଥିଲେ।ଚଢାଉରେ ୭ପେଟି ବିଅର ୩ପେଟି ବିଦେଶୀ ମଦ ଜବତ କରିବା ସହ ଲାଠୋର ଗ୍ରାମର ଜଗତରାମ ବାଗ ନାମକ ଜଣେ ଯୁବକଙ୍କୁ ଅଟକ ରଖିଛନ୍ତି ।
ଏହି କିଛି ଦିନ ଆଗରୁ ମଧ୍ୟ ଲାଠୋର ସାପ୍ତାହିକ ବଜାର ଠାରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଥିଲା। ବେଆଇନ ଭାବେ ବିଦେଶୀ ମଦ ବିକ୍ରି କରୁଥିବା ଜଗତ ରାମ ନାଗ ନାମକ ଜଣେ ବ୍ୟକ୍ତି ଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।
ଜବତ ହୋଇଥିବା ମଦ ର ଆନୁମାନିକ ମୂଲ୍ୟ ୧୫ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ପଡୋଶୀ ବରଗଡ଼ ଜିଲ୍ଲା ପାଇକମାଲ ଅଞ୍ଚଳ ରୁ ଆଣି ବେଆଇନ ମଦ କାରବାର କରୁଥିବା ଜଣାପଡିଛି । ଘଟଣା ର ତଦନ୍ତ ଜାରି ରଖିଥିବା ବେଳେ ଆସନ୍ତା କାଲି ଅଭିଯୁକ୍ତ ଙ୍କୁ କୋଟ ଚାଲାଣ କରାଯିବ ବୋଲି ଥାନା ଇନ୍ସପେକ୍ଟର ପ୍ରମୋଦ କୁମାର ପଣ୍ଡା ସୂଚନା ଦେଇଛନ୍ତି ।(ରିପୋର୍ଟ – ଗୋରେଖନାଥ ବରିହା )
No Result
View All Result