No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୩ ଜୁଲାଇ , ମଙ୍ଗଳବାର ) କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ ଜହ୍ନା ବଳଦେବ ଜୀଉ ଟ୍ରଷ୍ଟ ବୋର୍ଡ ପକ୍ଷରୁ ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି । ରଥ ନିର୍ମାଣ କାର୍ଯ୍ୟ ସାରିଥିଲେ ମଧ୍ୟ କରୋନା ନିୟମାନୁଯାୟୀ ତିନିଠାକୁରଙ୍କୁ ରଥକୁ ନିଆଯାଇ ନଥିଲା । ଟ୍ରଷ୍ଟ ବୋର୍ଡ ନିଷ୍ପତି ଅନୁଯାୟୀ ମନ୍ଦିର ବେଢାରେ ଅସ୍ଥାୟୀ ମାଉସୀମା’ ମନ୍ଦିରରେ ଠାକୁରଙ୍କୁ ରଖାଯାଇ ରଥଯାତ୍ରା ବିଧି ରକ୍ଷା ପାଳନ କରାଯାଇଥିଲା ।

ପୂର୍ବାହ୍ଣରେ ମଙ୍ଗଳ ଆଳତୀ, ମଇଲମ, ତଡପ ଲାଗି, ରୋଷ ହୋମ, ଗୃହ ପ୍ରବେଶ, ସୂର୍ଯ୍ୟପୂଜା, ଗୋପାଳ ବଲ୍ଲଭ ଧୂପ, ମଙ୍ଗଳାର୍ପଣ କରାଯାଇଥିଲା । ପରେ ଟ୍ରଷ୍ଟବୋର୍ଡର ମୁଖ୍ୟଟ୍ରଷ୍ଟୀ ପ୍ରଫୁଲ୍ଲକୁମାର ବୋଇତାଇ ଛେରାପହରା କରିବା ପରେ ପହଣ୍ଡି କରାଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଦେବୀ ସୁଭଦ୍ର ଓ ବଡଠାକୁର ବଳଦେବଙ୍କୁ ଅସ୍ଥାୟୀ ମାଉସୀମା’ ମନ୍ଦିରରେ ବିଜେ କରାଯାଇଥିଲା । କରୋନା କଟକଣା ଅନୁଯାୟୀ ସାମାଜିକ ଦୂରତା ରଖାଯିବା ସହ ସେବାୟତମାନେ ପହଣ୍ଡି କାର୍ଯ୍ୟ ନିର୍ବାହ କରିଥିଲେ ।

ଅସ୍ଥାୟୀ ମାଉସୀମା’ ମନ୍ଦିରର ସନ୍ଧ୍ୟାଳତୀ ପରେ ଶ୍ରଦ୍ଧାଳି ଭକ୍ତଙ୍କ ନୈବିଦ୍ୟ ଲାଗି କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଟ୍ରଷ୍ଟବୋର୍ଡର ସଦସ୍ୟ ଚିନ୍ତାମଣି ପାଢୀ, କାମଦେବ ଦାସ, ସଦାନନ୍ଦ ବେହେରା, ବିକ୍ରମ ବିଶ୍ୱାଳ, ପ୍ରିତିରଞ୍ଜନ ସାହୁ, ପପୁନା ସାହୁ ପ୍ରମୁଖ ବୋର୍ଡର ସମସ୍ତ ସଭ୍ୟ ଓ କର୍ମକର୍ତା ଉପସ୍ଥିତ ରହି ରଥଯାତ୍ରା କାର୍ଯ୍ୟରେ ସହଯୋଗ କରିଥିଲେ । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋଟ)
No Result
View All Result