ସିଂହଦୁଆର ରୁ ଶରଧା ବାଲି – ପହଞ୍ଚିଲା ତିନି ରଥ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁଲାଇ ସୋମବାର ) ପୁରୀ :- କରୋନା କଟକଣା ମଧ୍ୟରେ ପାଳନ ହେଉଛି ମହାପ୍ରଭୁଙ୍କ ଘୋଷଯାତ୍ରା । ପ୍ରତୀକ୍ଷାର ଅନ୍ତ ଘଟି ଅତ୍ୟନ୍ତ ଭାବ ବିହ୍ୱଳ ପରିବେଶରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ ଟଣା ଆରମ୍ଭ ହୋଇଛି । ଭକ୍ତି ରସରେ ଉନ୍ମାଦିତ ପରିବେଶ ମଧ୍ୟରେ, ଦେବୀ ସୁଭଦ୍ରାଙ୍କ ଭବ୍ୟ ଦେବଦଳନ ରଥ ଘଣ୍ଟଘଣ୍ଟା ନାଦ ଅନୁରଣନରେ ଟଣା ଆରମ୍ଭ ହୋଇଛି, ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶଙ୍କରାଚାର୍ଯ୍ୟ ଓ ଗଜପତି ଦର୍ଶନ କରିବା ପରେ ହୋଇଥିଲା ଛେରା ପହଁରା ନୀତି ।

ଏବେ ଆରମ୍ଭ ହୋଇଛି ବଡଦାଣ୍ଡରେ ରଥଟଣା । ବିନା ଭକ୍ତରେ ସେବାୟତ ଟାଣୁଛନ୍ତି ରଥ । ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଲଧ୍ୱଜ ରଥ ଗଡିଲା । ନିର୍ଦ୍ଧାରିତ ସମୟ ୩ ଘଣ୍ଟା ପୂର୍ବରୁ ଗଡିଲା ରଥ । ପ୍ରଥମେ ୩ ରଥରେ ସାରଥୀ ଓ ଘୋଡାଯଚା କାମ ସମ୍ପନ୍ନ କରାଯାଇ ଆରମ୍ଭ ହୋଇଛି ରଥଟଣା ।

ଗୁଣ୍ଡିଚା ଅଭିମୁଖେ ପ୍ରଭୁ ବଳଭଦ୍ରଙ୍କ ରଥ । ଆରମ୍ଭ ହୋଇଛି ଦେବୀ ସଭୁଦ୍ରାଙ୍କ ଦର୍ପଦଳନ ରଥ । କୋଟି କୋଟି ଭକ୍ତଙ୍କ ଆଖିରେ ଆଜି ଧାର ଧାର ଲୁହ । କରୋନା କଟକଣା ପାଇଁ ସଭିଏଁ ଟିଭିରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ବଡଦାଣ୍ଡରେ ଗଡୁଛି ରଥ । ଭାବରେ ବିହ୍ୱଳ ପ୍ରତ୍ୟେକ ଭକ୍ତ । ତିନି ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ।