No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁଲାଇ ସୋମବାର) କନ୍ଧମାଳ :- କନ୍ଧମାଳ-ବୌଦ୍ଧ ସୀମାନ୍ତ ଗୋଛାପଡ଼ା ଥାନା ଅନ୍ତର୍ଗତ ଉମା ଜଙ୍ଗଲରୁ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀମାନେ ୨ଟି ଦେଶୀ ବନ୍ଧୁକ ସହ ବହୁ ମାଓ ସାମଗ୍ରୀ ଜବତ କରିଥିବା ବିଷୟ କନ୍ଧମାଳ ଏସପି ବିନିତ ଅଗ୍ରୱାଲ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜବତ ମାଓ ସାମଗ୍ରୀ ମଧ୍ୟରେ ୨ଟି ଦେଶୀ ବନ୍ଧୁକ, ମାଓ ପୋଷାକ, ଛତା,ଜୋତା,ବ୍ୟାଟେରୀ,ତାର,ମେଡ଼ିସିନ୍ ରେଡିଓ ଆଦି ଜବତ କରିଥିବା ବିଷୟ କନ୍ଧମାଳ ଏସପି ଶ୍ରୀ ଅଗ୍ରୱାଲ ପ୍ରକାଶ କରିଛନ୍ତି ।
ତେବେ ଦୀର୍ଘ ୮ଘଣ୍ଟାଧରି ଚାଲିଥିବା ଗୁଳି ବିନିମୟରେ ରକ୍ତମୁଖା ଲାଲ ବାହିନୀର ଗୁଳିରେ ୨ଜବାନ ଗୁରୁତର ହୋଇଥିଲେ । ଏହାପରେ କନ୍ଧମାଳ ଜିଲ୍ଲାରେ ଥିବା ମାଓ ଗତିବିଧି ଅଞ୍ଚଳଗୁଡିକ ଉପରେ ପୋଲିସ ସତର୍କ ଦୃଷ୍ଟି ରଖିବା ସହ ଅପରେସନ କ୍ଲିନ ଉପରେ ଗୁରୁତ୍ଵ ଦିଆଯାଉଥିବା କନ୍ଧମାଳ ଏସପି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । କନ୍ଧମାଳ ଜିଲ୍ଲାର ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ, କ.ନୂଆଗାଁ,ରାଇକିଆ, ଦାରିଙ୍ଗବାଡି ଫିରିଙ୍ଗିଆ, ଗୋଛାପଡା ଓ ଫୁଲବାଣୀ ସଦର ଆଦି ଥାନା ଅଞ୍ଚଳରେ ମାଓବାଦୀଙ୍କ ଚଳପ୍ରଚଳ ରହିଛି ।
ବିଭିନ୍ନ ସମୟରେ ସୁରକ୍ଷା କର୍ମୀମାନେ ନିୟମିତ କମ୍ବିଙ୍ଗ ଅପରେସନ କରି ଅନେକ ମାଓ କ୍ୟାମ୍ପ ଧ୍ୱସ୍ତ ବିଧ୍ୱସ୍ତ କରିବା ସହ ବହୁ ମାଓ ସାମଗ୍ରୀ ଜବତ କରିଛନ୍ତି। ତଥାପି ମଧ୍ୟ ମାଓବାଦୀ ବିଭିନ୍ନ ଜଙ୍ଗଲରେ କ୍ୟାମ୍ପ କରି ରହିଛନ୍ତି l ପୋଲିସ କମ୍ବିଙ୍ଗ କୁ ଜୋରଦାର କରିଥିବା ବେଳେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଖସି ପଳାଉଛନ୍ତି । (ରିପୋର୍ଟ : ସଞ୍ଜୟ କୁମାର ପାଣିଗ୍ରାହୀ)
No Result
View All Result