ନୂଆଗାଁ ପୁଲିସ୍ ଦ୍ଵାରା ୧୦ କେଜି ଗଞ୍ଜେଇ ଜବତ,୨ଜଣ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁଲାଇ ସୋମବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ପୁଲିସ୍ ଦ୍ଵାରା ୧୦ କେଜି ଗଞ୍ଜେଇ ଜବତ ସହ ୨ ଜଣଙ୍କୁ ଗିରଫ କରାଯାଇଛି।ସୂଚନା ଅନୁଯାୟୀ ନୂଆଗାଁ ପୁଲିସ୍ ପେଟ୍ରୋଲିଂ କରୁଥିବା ସମୟରେ ଫୁଲବାଣୀ ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ୨ ଜଣ ବାଇକ୍ ଆରୋହୀ କୁ ଅଟକାଇ ଜାଞ୍ଜ କରିବାରୁ ୧୦ କେଜି ଗଞ୍ଜେଇ ମିଳିଥିଲା ।

ନୂଆଗାଁ ପୁଲିସ୍ ୧୦ କେଜି ଗଞ୍ଜେଇ , ଏକ ଗ୍ଲାମର୍ ଗାଡ଼ି ( ଓଡି ୨୮ – ୮୨୩୬) ଜବତ କରିବା ସହ କନ୍ଧମାଳ ଗୋଛା ପଡ଼ା ର ଧ୍ରୁବଚରଣ ଦିଗାଲ, ଟିଟିଲା ଗଡ ର କର୍ମ ନାୟକ ( ରାଜା) କୁ ଗିରଫ କରିଛି।ନୂଆଗାଁ ପୁଲିସ୍ ପକ୍ଷରୁ କେସ ନଂ ୯୨ / ୨୧ ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ରମେଶ କୁମାର ଦେବତା ସୂଚନା ଦେଇଛନ୍ତି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ )