ରଥାରୁଢ ଚତୁର୍ଦ୍ଧାମୂର୍ତ୍ତି ,ରାଜା ଶ୍ରୀ ଶ୍ରୀ ଗଜପତି ମହାରାଜାଙ୍କ ଦ୍ଵାରା ଛେରା ପହଁରା ନୀତି ସମ୍ପନ୍ନ ହୋଇଛି – ପୁରୀ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁଲାଇ ସୋମବାର) ପୁରୀ :- ରଥାରୁଢ ଚତୁର୍ଦ୍ଧାମୂର୍ତ୍ତି, ରାଜା ଶ୍ରୀ ଶ୍ରୀ ଗଜପତି ମହାରାଜାଙ୍କ ଦ୍ଵାରା ପାରମ୍ପରିକ ଛେରା ପହଁରା ନୀତି ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶରେ ମଧ୍ୟରେ ସମ୍ପନ୍ନ ହୋଇଛି । ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ତିନି ରଥରେ ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତି ଅର୍ଘ୍ୟ ଅର୍ପଣ କରିଛନ୍ତି ।

ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଘୋଷଯାତ୍ରା । ୩ ରଥରେ ବିଜେ ହୋଇସାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜା ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଗଜପତି ମହାରାଜାଙ୍କ ଦ୍ୱାରା ଆରମ୍ଭ ହୋଇଛି ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ନୀତି ଛେରାପହଁରା ।

ଗୋଟିଏ ପରେ ଗୋଟିଏ ରଥରେ ରାଜା ବେଶରେ ଗଜପତି ଛେରା ପହଁରା କରୁଛନ୍ତି । ଏହାସହ ରଥ ଉପରେ ସେବାୟତଙ୍କ ଅତ୍ୟଧିକ ଭିଡ ପରିଲକ୍ଷିତ ହୋଇଛି। । ଗଜପତି ମହାରାଜଙ୍କ ଛେରା ପହଁରା ଦେଖିବାକୁ ଭକ୍ତ ବଞ୍ଚିତ ହୋଇଛନ୍ତି ।