ଭାପୁର ବ୍ଲକ ଅଧକ୍ଷାଙ୍କ କାର୍ଯ୍ୟାଳୟ କୁ ଜବରଦଖଲ କରି ଗୁଣ୍ଡାରାଜ୍ ଚଳାଇଛନ୍ତି – ଉପାଧ୍ୟକ୍ଷ ଗୟା

ଗୟା ଙ୍କ କାର୍ଯ୍ୟକଳାପକୁ ନେଇ ଚିନ୍ତା ରେ ବିଧାୟକ

ଅଧକ୍ଷାଙ୍କ ଜାଲିଆତି ଦସ୍ତଖତ ରେ କାମ ଚଳାଇଛନ୍ତି ବ୍ଲକ ଉପାଧ୍ୟକ୍ଷ – ଗୟା, ଭାପୁର ବ୍ଲକ ଅଧକ୍ଷାଙ୍କ କାର୍ଯ୍ୟଳୟ କୁ ଜବରଦସ୍ତି ମାଡି ବାସିବା ସହ ଉପାଧ୍ୟକ୍ଷ ବେଆଇନ ବେପାରୱା ମନୋବୃତ୍ତି କରି ଠକି ଚାଲିଛନ୍ତି ସରକାର ଙ୍କୁ । ଜନସାଧାରଣ ଙ୍କୁ ଧୋକା ଦେଇ ଅଧକ୍ଷାଙ୍କ ଜାଲିଆତି ଦସ୍ତଖତ ରେ କାମ ଚଳାଇଛନ୍ତି ବ୍ଲକ ଉପାଧ୍ୟକ୍ଷ …

ନିଜ ପଦବୀରେ ଆଗ୍ରହ ନଦେଖାଇ ଅଧକ୍ଷାଙ୍କ ପଦବୀ କୁ ଜବରଦଖଲ କରି ସରକାରୀ ଅର୍ଥ କୁ ଧୂଳିସାତ୍ କରୁଛନ୍ତି ବ୍ଲକ ଉପାଧକ୍ଷ …

ଅଧକ୍ଷାଙ୍କ ପଦବୀରେ ଚାଲିଛି ଉପାଧକ୍ଷ ଗୟାଙ୍କ ଗୁଣ୍ଡାରାଜ୍  

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜୁଲାଇ ରବିବାର ) ଖଣ୍ଡପଡା :- ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ର ଭାପୁର ବ୍ଲକ ରେ ରାଜ୍ୟ ସରକାରଙ୍କର ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିତ ହେବା ସହ ଲକ୍ଷାଧିକ ଟଙ୍କା ଆତ୍ମସାତ କରୁଥିବା ଉପାଧ୍ୟକ୍ଷ ଙ୍କ ବିରୋଧ ରେ ଥାନା ରେ ଅଭିଯୋଗ କରିଛନ୍ତି ଭାପୁର ବ୍ଲକ ଅଧକ୍ଷା । ୨୦୧୭ ମସିହାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଶାନ୍ତିଲତା ବେହେରା ଅଧକ୍ଷା ଭାବେ ଓ ଉପାଧ୍ୟକ୍ଷ ଭାବେ ଗୟାଧର ପରିଡା ନିର୍ବାଚିତ ହୋଇଥିଲେ । ତେବେ ବ୍ଲକ ଅଧକ୍ଷା ହୋଇ ମଧ୍ୟ ଶାନ୍ତି ଲତା ବେହେରାଙ୍କୁ କୌଣସି ସରକାରୀ କାର୍ଯ୍ୟକରିବାକୁ ସୁଯୋଗ ଦେଉନଥିବା ବେଳେ ଉପାଧ୍ୟକ୍ଷ ଗୟାଧର ପରିଡା ବେଆଇନ ଭାବେ କାର୍ଯ୍ୟାଳୟ ଉପରେ ଆଧି ଜମାଇଛନ୍ତି ।

ବ୍ଲକ ଅଧକ୍ଷାଙ୍କୁ ଗତ ଦୁଇ ବର୍ଷ ଧରି କାର୍ଯ୍ୟାଳୟ ଏବଂ ସରକାରୀ କାର୍ଯ୍ୟ ରେ ଅନ୍ତର୍ଭୁକ୍ତ ହେବାକୁ ଦେଉନାହାନ୍ତି ଉପାଧ୍ୟକ୍ଷ , ସମସ୍ତ ସରକାରୀ ଲୋକାଭିମୁଖୀ କାର୍ଯ୍ୟକୁ ବେନିୟମ ଭାବେ କରାଯାଉଥିବା ବେଳେ ସରକାରଙ୍କ ଲକ୍ଷାଧିକ ଟଙ୍କାର ଘୋଟାଲ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ତେବେ ନିୟମନୁଯାୟୀ ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ କାର୍ଯ୍ୟାଦେଶ ଥିବା ଅଧକ୍ଷାଙ୍କ ଦସ୍ତଖତ ଓ ସମ୍ମତି କୁ ବେଖାତିର କରି କାର୍ଯ୍ୟ ରେ ଅନିୟମତା କରାଯାଉଥିବା ବେଳେ ଅଧକ୍ଷାଙ୍କ ସରକାରୀ ଲେଟର ପ୍ୟାଡ଼ , ଷ୍ଟାମ୍ପ ସିଲ ଏବଂ ଦସ୍ତଖତ କୁ ଜାଲିଆତି କରି ବିଲ ପେମେଣ୍ଟ ଭଳି ବେଆଇନ କାର୍ଯ୍ୟ ରେ ଲିପ୍ତ ରହିଛନ୍ତି ବ୍ଲକ୍ ଉପାଧ୍ୟକ୍ଷ ଗୟାଧର ପରିଡା ।

ତେବେ ବ୍ଲକ୍ ରେ ଅଧକ୍ଷାଙ୍କୁ ବେଖାତିର କରି ଉପାଧ୍ୟକ୍ଷ ଙ୍କ ଜବରଦଖଲ ସମ୍ପୂର୍ଣ୍ଣ ବେଆଇନ ବୋଲି ଅଭିଯୋଗ କରାଯାଉଛି । ଜାଲିଆତି ଦସ୍ତଖତ କରି ଫଲସ୍ ବିଲ ଜାରି କରାଯାଇ ସରକାରୀ ଅର୍ଥ କୁ ଆତ୍ମସାତ କରୁଥିବା ବେଳେ ଭାପୁର ବ୍ଲକ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ରେ ଅଧକ୍ଷାଙ୍କ ଫର୍ଜ୍ଜି ଦସ୍ତଖତ ବ୍ୟବହାର କରି ଜନସାଧାରଣ ଙ୍କୁ ଧୋକା ଦେବା ସହ ସରକାର ଙ୍କୁ ଅନ୍ଧାର ରେ ରଖାଯାଇଛି ବୋଲି ଥାନା ରେ ଅଭିଯୋଗ ହୋଇଛି । କେବଳ ଉପାଧ୍ୟକ୍ଷ ନୁହେଁ ତାଙ୍କ ସହଯୋଗୀ ଜ୍ୟୋତି ରଞ୍ଜନ ପଣ୍ଡା ,

ଯୋଗେନ୍ଦ୍ର କୁମାର ସ୍ୱାଇଁ ମଧ୍ୟ ଏହି ଜାଲିଆତି କାର୍ଯ୍ୟରେ ସଂପୃକ୍ତ ରହି ସମ୍ପୂର୍ଣ୍ଣ ସହଯୋଗ କରୁଥିବା ଅଭିଯୋଗ ଆଣିଛନ୍ତି ଭାପୁର ବ୍ଲକ ଅଧକ୍ଷା ଶାନ୍ତିଲତା ବେହେରା । ତେବେ ଉପାଧ୍ୟକ୍ଷ ଗୟାଧର ପରିଡା ଭାପୁର ବ୍ଲକ ଅଧକ୍ଷାଙ୍କ କାର୍ଯ୍ୟାଳୟ କୁ ଜବରଦଖଲ କରି ମାରିଦେବା ପାଇଁ ଧମକ ଦେବା ସହ ଅଶ୍ଳୀଳ ବ୍ୟବହାର କରିବାରୁ ଅଧକ୍ଷା ଶାନ୍ତିଲତା ବେହେରା ଏବେ ଭାପୁର ଥାନା ର ଦ୍ୱାରସ୍ଥ ହୋଇଛନ୍ତି ।