ବହୁ ବର୍ଷର ପରମ୍ପରା ରେ ବାଧକ ସାଜିଲା କରୋନା ; ରଣପୁରରେ ପାଳନ ହେଲାନି ନେତ୍ର ଉତ୍ସବ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜୁଲାଇ ଶନିବାର ) ରଣପୁର ରିପୋର୍ଟ /ଅଭିମନ୍ୟୁ ମହାରଣା  :- ଦୀର୍ଘ ଦିନ ଧରି ପାଳନ ହେଉଥିବା ପରମ୍ପରା ବାଦ ପଡିଛି ରଣପୁରରେ ।  ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀ ଜଗନ୍ନାଥ ଙ୍କ ଅଣସର ନୀତି ସମ୍ପନ୍ନ ହୋଇସାରିଥିବା ବେଳେ ଶ୍ରୀ ଜୀଉ ଙ୍କ ନବଯୌବନ ନୀତି ପାଳିତ ହୋଇଯାଇଛି । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଭୁଙ୍କ ନବଯୌବନ ଦର୍ଶନ କରିପାରିନାହାନ୍ତି ଭକ୍ତ । ତେବେ ନବଯୌବନ ନୀତିକାନ୍ତି ପରେ ପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା ଆରମ୍ଭ ହୋଇଥାଏ । ଚଳିତ ବର୍ଷ ସରକାର ଙ୍କ ନିୟମନୁସାରେ ପୁରୀ ବ୍ୟତୀତ ଅନ୍ୟ ସ୍ଥାନ ଗୁଡିକରେ ରଥ ଯାତ୍ରା କୁ ସ୍ୱୀକୃତି ମିଳିନାହିଁ । ଯାହାଫଳରେ ଚଳିତ ବର୍ଷ ପ୍ରଭୁ ଅଣସର ନୀତିପରେ ବର୍ଷ ବର୍ଷ ଧରି ପରମ୍ପରା ଅନୁଯାୟୀ ପାଳିତ ହେଉଥିବା ନେତ୍ର ଉତ୍ସବ ଖଣ୍ଡିତ ହୋଇଛି ।

ନେତ୍ର ଉତ୍ସବ ରେ ରଥରେ ନେତ ବନ୍ଧା ଯାଉଥିଲା ଯାହାକି ଚଳିତ ବର୍ଷ ସେବାୟତ ଙ୍କ ଅସନ୍ତୋଷ ର କାରଣ ସାଜିଛି । ପ୍ରତିବର୍ଷ ଭଳି ଏହି ଦୁଇ ବର୍ଷରେ ବହୁ ପରମ୍ପରା ନୀତିକାନ୍ତି ବଳି ପଡିଥିବା ବେଳେ ଶ୍ରୀ ଜଗନ୍ନାଥଙ୍କ ର ନେତ୍ର ଉତ୍ସବ , ଗୁଣ୍ଡିଚା, ରଥାରୂଢ , ବାହୁଡା ଯାତ୍ରା ବଳି ପଡିଛି । କରୋନା ଯୋଗୁଁ ଭକ୍ତ ଙ୍କୁ ମନ୍ଦିର ପ୍ରବେଶ ବନ୍ଦ କରାଯାଇଛି ଏବଂ ଶ୍ରୀ ଜୀଉ ଙ୍କ ଦର୍ଶନ କୁ ବାରଣ କରାଯାଇଛି । ତେବେ ରଣପୁରରେ ୨୭୦ ବର୍ଷ ଧରି ହୋଇଆସୁଥିବା ରଥଯାତ୍ରା ଗତ ବର୍ଷ ଏବଂ ଚଳିତ ବର୍ଷ ବନ୍ଦ ରହିବା ଭକ୍ତ ଓ ଭଗବାନ ମଧ୍ୟରେ ବ୍ୟତିକ୍ରମ ଦେଖାଦେଇଛି । ଭକ୍ତ ବତ୍ସଳ ଭଗବାନ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ କରୋନା ବାଧକ ସାଜିଛି ।