ଅଳିଆ ଗଦାରୁ ଉଦ୍ଧାର ହୋଇଥିବା ମାନସିକ ବିକୃତ ବ୍ୟକ୍ତିଙ୍କ ଥଇଥାନ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜୁଲାଇ ଶନିବାର ) ବରଗଡ଼ :- ଦିର୍ଘ ଦୁଇମାସ ତଳେ ଅଳିଆ ଗଦାରୁ ଅତ୍ୟନ୍ତ ସଂକଟାପନ୍ନ ଭାବରେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା । ୧୦୮ଅମ୍ବୁଲେନ୍ସ ଯୋଗେ ଉଦ୍ଧାର କରି ତାଙ୍କୁ ବରଗଡ ମୁଖ୍ଯ ଚିକିତ୍ସାଳୟକୁ ପ୍ରାଥମିକ ଚିକିତ୍ସା ପାଇଁ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିଲା । ପରେ ଜାଣିବାକୁ ପାଇଲୁ ସେ ଜଣେ ମାନସିକ ରୋଗୀ । ତାଙ୍କ ହିମୋଗ୍ଲୋବିନ କମ୍ ଥିଲା ।

ତାଙ୍କୁ ରକ୍ତ ଦିଆଗଲା ଏବଂ ଦୀର୍ଘ ଦିନର ଚିକିତ୍ସା ପରେ ସେ ପୁର୍ବାପେକ୍ଷା ଟିକେ ସୁସ୍ଥ ଅନୁଭବ କଲେ।ଦୁଃଖ ର ବିଷୟ ଯେ ମାନସିକ ରୋଗୀ ଙ୍କ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନ ପାଖରେ କୌଣସି ପ୍ରକାରର ସାଧନ ନାହିଁ।ବହୁଥର କହିବା ଏବଂ ଚିଠି ଦେଲା ପରେ ବରଗଡ DSSO ଙ୍କ ଉଦ୍ୟମ ରେ ଓ ନିଷ୍ଠା ର ଚେଷ୍ଟା ଫଳରେ ପୁରୀର ନିଳାଚଳ ସେବା ପ୍ରତିଷ୍ଠାନରେ ତାଙ୍କ ର ଥଇଥାନ କରାଯାଇଥିଲା । ନିଷ୍ଠାର ସଦସ୍ଯ ସଚିନ ଭାଇ ଓ ଦୟା ଭାଇ ତାଙ୍କୁ ନେଇ ପୁରୀ ନିଳାଚଳ ସେବା ପ୍ରତିଷ୍ଠାନରେ ଛାଡିଥିଲେ। ଜିଲ୍ଲା ପ୍ରଶାସନ ଆଗାମୀ ଦିନରେ ମାନସିକ ରୋଗୀ ଙ୍କ ଥଇଥାନ ର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ।