୧୭ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଏବେ କିଛି ଦିନ ହେଲାଣି ବିଜେଡି ପ୍ରାର୍ଥୀ ସୁନିଲ ମହାନ୍ତି ଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି ବୋଲି ଆଲୋଚନା ହେଉଛି | ଲୋକମାନଙ୍କ ସେବା କରିବା ପାଇଁ ସେ ସଦାବେଳେ ସମର୍ପିତ ବୋଲି କହିଛନ୍ତି | ଭୋଟର କିଏ ଭଲପ୍ରାର୍ଥୀ ପରଖୁ ଛନ୍ତି | ସୁନିଲ ଙ୍କ ଏହି ଲୋକପ୍ରିୟତା ଦେଖି ବିରୋଧୀ ପକ୍ଷ ଦାନ୍ତ ଭାଙ୍ଗି ମାଟି କାମୁଡିବା ଅବସ୍ଥା କୁ ଚାଲିଗଲେଣି ବୋଲି ବିଭିନ୍ନ ଛକ ରେ ଆଲୋଚନା ଶୁଣିବାକୁ ମିଳିଲାଣି |

ଗାଁ ଗାଁ ରେ ଶହ ଶହ ସ୍ୱୟଂ ସହାୟକ ଗୋଷ୍ଟି ଫୁଲ ଚନ୍ଦନ ଦେଇ ସୁନିଲ ଙ୍କୁ ପାଛୋଟି ନେଉଥିବା ଦୃଶ୍ୟମାନ ହେଉଛି | ୱାର୍ଡ ବୈଠକ ରେ ୱାର୍ଡବାସି ଙ୍କ ବ୍ୟତୀତ ଅଲଗା ୱାର୍ଡ ର ବାସିନ୍ଦାମାନଙ୍କୁ ଦେଖି ୱାର୍ଡବାସି ବିରକ୍ତି ଭାବ ପ୍ରକାଶ କରୁଛନ୍ତି | ମିଛି ମିଛିକା ଅଭିନୟ କରୁଥିବା କିଛି ଦଳୀୟ ନେତା ଙ୍କୁ ଭୋଟର ଏବେ ଚିହ୍ନି ଗଲେଣି ବୋଲି ହେରାଗୋହିର ସାହି ରେ ଆଲୋଚନା ହେଉଛି |

ପୁରୀ ସହର ଓ ସଦର ଅଞ୍ଚଳ ର ବିକାଶ ମୋର ମୂଳ ଲକ୍ଷ୍ୟ ବୋଲି ସୁନିଲ କହିଛନ୍ତି | ଗଣମାଧ୍ୟମ କୁ ସୂଚନା ଦେଇ ସୁନିଲ କହିଛନ୍ତି ମୋ ପିତା ପୂର୍ବତନ ବାଚସ୍ପତ୍ତି ଦୀର୍ଘ ପଚିଶ ବର୍ଷ ଧରି ପୁରୀ ବିଧାୟକ ଭାବେ ରହିଆସିଥିଲେ | ପାଞ୍ଚ ବର୍ଷ ବିଧାୟକ ରହି ପୁଣି ସେହି ପଦବୀ ରଖିପାରିବା ଓ ଜନତା ଙ୍କ ପ୍ରିୟଭାଜନ ହେବା କଷ୍ଟସାଧ୍ୟ ହେଲାଣି |

ମିଛ ପ୍ରଚାର କରୁଥିବା କିଛି କୁଚକ୍ରୀ ନେତା ଙ୍କ ଅସଲ ରୂପ ଜୁନ 4ରେ ଧରା ପଡିବ ବୋଲି ଆଲୋଚନା ହେଉଛି | ଦଳ ଭିତରେ ଥାଇ କିଛି ନେତା ଗୋଛି କାଟୁଥିବା ଜନତା ଜାଣି ବିରକ୍ତି ଭାବ ପ୍ରକାଶ କରିଲେଣି | ସୁନିଲ ଙ୍କ ଲୋକପ୍ରିୟତା ଦେଖି ଅନ୍ୟମାନେ ଛାନିଆ ହେଲେଣି | ପୁରୀ ର ସର୍ବାଗିନ୍ନ ଉନ୍ନତି ପାଇଁ ସୁନିଲ ଙ୍କ ଆବଶ୍ୟକତା ରହିଛି ବୋଲି ବାଲିସାହି ରେ ଆଲୋଚନା ହେଉଛି |















