No Result
View All Result
୧୭ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ସହରର ଅନେକ ସମସ୍ଯା ରହିଛି । ବିଧାୟକ ପରେ ବିଧାୟକ ବଦଳୁଛନ୍ତି ହେଲେ ସମସ୍ଯା ବଦଳୁନାହିଁ । ଶ୍ରୀମନ୍ଦିର ଚାରିପଟ ସାହି ବାସିନ୍ଦା ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପରିକ୍ରମା ପ୍ରକଳ୍ପ କାମ ସରୁନି କି ବାଟ ଖୋଲୁନି । ଶ୍ରୀମନ୍ଦିର ଚାରିଦ୍ଵାର ନଖୋଲିବା ଯୋଗୁ ସ୍ଥାନୀୟ ଭକ୍ତ ଦର୍ଶନରୁ ବଞ୍ଚିତ ହେଉଛନ୍ତି । ସାହି ରାସ୍ତାରେ ଫ୍ଲେବର ବ୍ଲକ ପଡିବା ଯୋଗୁ ରାସ୍ତା ଅସମତଳ ରହୁଛି ବୋଲି ପୁରୀ ବିଧାନସଭା ପାଇଁ ଓଜେପି ପ୍ରାର୍ଥୀ ସଞ୍ଜୀବ କୁମାର ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ।

ଆଜି ଏ ସଂପର୍କରେ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପୁରୀ ସହରକୁ ଉର୍ନ୍ନତ ସହର ଭାବେ ଗଢି ତୋଳିବା ପାଇଁ ଆମେ ସମସ୍ତେ ଉଦ୍ୟମ କରିବା ଉଚିତ । ଓଡ଼ିଶା ଜନତା ପାର୍ଟି ପକ୍ଷରୁ ପଞ୍ଚସୂତ୍ରୀ କାର୍ଯ୍ୟକ୍ରମ ଶିକ୍ଷା, ସ୍ବାସ୍ଥ୍ୟ , ବିଜୁଳି ,ପାଣି ଓ ନ୍ଯାୟ ବ୍ଯବସ୍ଥାକୁ ନେଇ ସରକାର ଗଠନ କରାଯିବ । ଉଠାଦୋକାନୀ ମାନଙ୍କୁ ସ୍ଥାୟୀ ଭାବେ ଥଇଥାନ କରାଯିବ । ତାଙ୍କ ଦଳର ଚିହ୍ନ ବଂଶୀକୁ ମନେରଖିବା ପାଇଁ ନିବେଦନ କରିଥିଲେ । ଏହି ସମ୍ମିଳନୀରେ ଦେବୀପ୍ରସାଦ ସାମନ୍ତରାୟ, ଗିରିଧାରି ମହାପାତ୍ର, ମନମୋହନ ମହାପାତ୍ର, ଜୟଦେବ ମହାପାତ୍ର, ପୂର୍ଣ୍ଣବାସୀ ନାୟକ, ଇତିଶ୍ରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result