• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନୟାଗଡ଼ ବିଧାନସଭା : ବିଜୟ ନୁହେଁ ମହାବିଜୟ ଆଡକୁ ବିଜେଡି ବିଧାୟକ ପ୍ରାର୍ଥୀ ବିଧାୟକ – ଅରୁଣ

Proprietor Abhimanyu Maharana by Proprietor Abhimanyu Maharana
May 17, 2024
in ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍
0
ନୟାଗଡ଼ ବିଧାନସଭା : ବିଜୟ ନୁହେଁ ମହାବିଜୟ ଆଡକୁ ବିଜେଡି ବିଧାୟକ ପ୍ରାର୍ଥୀ ବିଧାୟକ – ଅରୁଣ
Share on FacebookShare on TwitterWhatsapp

ନୟାଗଡ ରାମକୃଷ୍ଣ ରଥଙ୍କ ସ୍ୱତନ୍ତ୍ର ଉପସ୍ଥାପନା …

୧୭ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :-> ସମଗ୍ର ଓଡ଼ିଶାରେ ରାଜନୈତିକ ପାଣିପାଗ ଉଷ୍ମ ରହିଚି | ସେଇ ପରିପ୍ରେକ୍ଷୀରେ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ଭାବେ ନୟାଗଡ ଗଣା ହୁଏ | ଏହାର ଫଳାଫଳ ଉପରେ ସମସ୍ତଙ୍କର ନଜର ଥାଏ କାରଣ ଏଠାରୁ ଓଡ଼ିଶାର ହେଭିୱେଟ ନେତା ତଥା ନୟାଗଡର ଲଗାତାର ଚାରି ଚାରି ଥର ବିଧାୟକ ହୋଇ ମନ୍ତ୍ରୀ ହୋଇଥିବା ଡ଼ ଅରୁଣ କୁମାର ସାହୁ ଏଥର ମଧ୍ୟ ପଞ୍ଚମ ଥର ପାଇଁ ବିଜେଡିରୁ ବିଧାୟକ ଭାବେ ନିର୍ବାଚନ ଲଢ଼ୁଛନ୍ତି | ତେବେ ସାଧାରଣରେ ହେଉଥିବା ଆଲୋଚନା ଅନୁଯାୟୀ ବର୍ତ୍ତମାନ ବିଧାୟକ ଥିବା ଅରୁଣଙ୍କର ଏଥର କେବଳ ବିଜୟ ନୁହେଁ ମହାବିଜୟ ହେବ | ଏହାର ଏକମାତ୍ର କାରଣ ଅନ୍ୟ ଦଳରୁ ଅରୁଣଙ୍କ ବିରୋଧରେ ଲଢ଼ୁଥିବା ବିରୋଧୀ ପକ୍ଷର ପ୍ରାର୍ଥୀ ତାଙ୍କ ସମକକ୍ଷ ଯୋଦ୍ଧା ନୁହନ୍ତି | କେବଳ ନାମକୁ ମାତ୍ର ଅନ୍ୟ ଦଳରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ନ୍ତି ବୋଲି ଲଢୁଥାନ୍ତି |

ମାତ୍ର ସବୁ ନିର୍ବାଚନ ଫଳାଫଳ ପରି ଏଥର ମଧ୍ୟ ଅରୁଣଙ୍କ ବିଜୟ ଶତ ପ୍ରତିଶତ ସତ୍ୟ ବୋଲି ଜଣାପଡିଛି | ଏକ ଅନୁସନ୍ଧାନରୁ ଜଣା ପଡିଛି ବିଜେଡି ପ୍ରାର୍ଥୀ ଅରୁଣ କେବଳ ନିର୍ବାଚନ ଆସିଲେ ନୁହେଁ ବରଂ ସଦା ସର୍ବଦା ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କ ସୁଖ ଦୁଃଖ ନିଜେ ବୁଝି ତାର ତତକ୍ଷଣାତ ସମାଧାନ କରିଥାନ୍ତି | କଠିନ ପରିଶ୍ରମୀ ଅରୁଣ ଦିନରାତି ନୟାଗଡର ସାମଗ୍ରିକ ବିକାଶରେ ହିଁ ସମୟ ଅତିବାହିତ କରିବାକୁ ବେଶ ଭଲପାନ୍ତି | ଏପରିକି ଦିନକ ୨୪ ଘଣ୍ଟା ଯଦି ୪୨ ଘଣ୍ଟା ହୋଇଯାନ୍ତା ନୟାଗଡ ମାଟି ମା’ର ସେବା କରିବାପାଇଁ ସେ ନୟାଗଡର ଆରାଧ୍ୟା ଦେବୀ ମା ଦକ୍ଷିଣକାଳୀଙ୍କ ନିକଟରେ କାମନା କରନ୍ତି | ଜଣେ ସୁବକ୍ତା, କଳା,ସାହିତ୍ୟ ସଂସ୍କୃତି ପିପାସୁ, ଦାର୍ଶନୀକ,ଲେଖକ, କବି,ଆଇନ, ସାମ୍ୱାଦିକତା, ନାଟକ, କ୍ରୀଡା, ବୁଦ୍ଧିଜୀବୀ, ଶିକ୍ଷାବିତ୍ ଭାବେ ବିଭିନ୍ନ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ସୁମହାନ ଛବି ଥିବା ଅରୁଣଙ୍କୁ ସାଧାରଣରେ ଅଦ୍ଭୁତପୂର୍ବ ଗ୍ରହଣୀୟତା ମିଳିଥାଏ |

ସମାଜସେବାର ଏକ ପ୍ରକୃଷ୍ଟ କ୍ଷେତ୍ର ରାଜନୀତି ହୋଇଥିବାରୁ ସେ ଏହାକୁ ଗ୍ରହଣ କରିଛନ୍ତି ବୋଲି କୁହନ୍ତି | ରାଜନୀତିର ଏକ ପ୍ରମୁଖ ଅଙ୍ଗ ସମାଜ ସଂସ୍କାର ତାଙ୍କ ଜୀବନର ନୀତି ଆଉ ଆଦର୍ଶ | ଅରୁଣଙ୍କ ସମୟରେ ନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନତିର ଉତ୍ତୁଙ୍ଗ ଶିଖରରେ ପହଂଚି ଥିବାରୁ ଚଳିତ ନିର୍ବାଚନରେ ଅରୁଣଙ୍କର କେବଳ ବିଜୟ ନୁହେଁ ଏକ ମହାବିଜୟ ହେବା ବୋଲି ସମଗ୍ର ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଜୋର ଧରିଛି | ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, କ୍ରୀଡା ସବୁ କ୍ଷେତ୍ରରେ ଏପରିକି ସମସ୍ତ ମଠ,ମନ୍ଦିର, ଚର୍ଚ୍ଚ ଆଦି ଗୁଡିକର ଉନ୍ନତି କରଣ କିଭଳି ଅରୁଣଙ୍କ ନେତୃତ୍ୱରେ ନୟାଗଡରେ ଆକାଶ ଛୁଇଁଛି ତାକୁ ଦେଖି ଓଡ଼ିଶାର ଅନ୍ୟ ଅଞ୍ଚଳ ପାଇଁ ଏହା ପ୍ରେରଣା ହୋଇଛି |

ଅତ୍ୟନ୍ତ ସ୍ନେହୀ, ମେଳାପୀ, ଶ୍ରଦ୍ଧାଶୀଳ, ଅହଂକାର ବିବର୍ଜିତ ଅରୁଣ ନୟାଗଡରେ ବ୍ୟାପକ ବିକାଶ ହୋଇଥିଲେ ମଧ୍ୟ ଆହୁରି ବିକାଶ ତାଙ୍କ ହାତରେ ହେବାକୁ ଅଛି ବୋଲି ବିବେଚନା କରି ଏହି ମାଟିର ସେବା କରିବା ପାଇଁ ନୟାଗଡ ମାଟିର ପୁଅ ଭାବେ ମା ଦକ୍ଷିଣକାଳୀ ତାଙ୍କୁ ବାରମ୍ବାର ଜନ୍ମ ଦିଅନ୍ତୁ ବୋଲି ମା’ଙ୍କ ନିକଟରେ କାମନା କରନ୍ତି | ବିରୋଧୀଙ୍କ ସମ୍ପର୍କରେ କେବେହେଲେ ପଦୁଟିଏ ପାଟି ଫିଟାଉନଥିବା ଅରୁଣ ଅଯଥାରେ ସମୟ ଅତିବାହିତ ନକରି ସେ ସମୟତକ ନୟାଗଡ ବାସୀଙ୍କ ସ୍ୱାର୍ଥ ହାସଲ ପାଇଁ ନିୟୋଜନ ନୀତିକୁ ନୟାଗଡର ସାଧାରଣ ଜନତା ବେଶ ପସନ୍ଦ କରନ୍ତି | ଯୁବ, ଛାତ୍ର, ମହିଳା, ବରିଷ୍ଠ ନାଗରିକ , ଆଇନଜୀବୀ, ସାମ୍ବାଦିକ, କ୍ରୀଡ଼ାବିତ,ଅଭିନେତା, ସାହିତ୍ୟିକ, ଶ୍ରମିକ, କଳାକାର, ଅବସରପ୍ରାପ୍ତ ସେନା କର୍ମଚାରୀ, ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସବୁବର୍ଗର ବିକାଶ ପାଇଁ ଅରୁଣ ସ୍ୱତନ୍ତ୍ର ଭାବେ ଉତ୍ସର୍ଗୀକୃତ ହୋଇ ଥିବାରୁ ଏ ସମସ୍ତଙ୍କ ଭୋଟ ଏକ ପାଖିଆ ଭାବେ ଅରୁଣଙ୍କ ସପକ୍ଷରେ ଜୀବ ବୋଲି ସମଗ୍ର ନୟାଗଡ ନିର୍ବାଚନ ମଣ୍ଡଳୀରେ ଏକ ଆଲୋଚନାର ବିଷୟ ବସ୍ତୁ ହୋଇଥିବାରୁ ଏଥର ଅରୁଣଙ୍କ ବିଜୟ ନୁହେଁ ମହାବିଜୟ ହେବ ବୋଲି ରାଜନୈତିକ ସମୀକ୍ଷକଙ୍କ ମତ |

ନିର୍ବାଚନ ଆସିଲେ କିଛି ହାତ ଗଣତି ଛତିପତ୍ତି ନଥିବା ବାଚାଳ ଅରୁଣଙ୍କ ବିରୋଧରେ ଗଁ.. ଗଁ.. ସଂ.. ସଂ ହୁଅନ୍ତି ମାତ୍ର ତାର କିଛି ମୂଲ୍ୟ ନଥାଏ ଫଳାଫଳ ପ୍ରକାଶ ପାଇଲା ପରେ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ ପରି ଏଥର ମଧ୍ୟ ଅରୁଣଙ୍କ ବିଜୟ ପାଇଁ ସ୍ଥିତି ଆହୁରି ମଜବୁତ ଥିବା ଜଣାପଡିଛି | ତାର ଜ୍ୱଳନ୍ତ ଉଦାହରଣ ନିର୍ବାଚନ ପ୍ରଚାର ବେଳେ ବର୍ତ୍ତମାନ ଅରୁଣ ଯୁଆଡେ ଯାଉଛନ୍ତି ତାଙ୍କ ସାଥିରେ ସ୍ୱତଃ ପ୍ରବୃତ ଭାବେ ହଜାର ହଜାର ଜନ ସାଧାରଣ ଯାଉଥିବା ଦେଖିବାକୁ ମିଳୁଛି | ନବୀନଙ୍କ ନେତୃତ୍ୱରେ ବିକଶିତ ନୟାଗଡକୁ ଉନ୍ନତିର ଚରମ ସୀମାରେ ପହଂଚାଇବା ପାଇଁ ଆହୁରି ଅନେକ କାର୍ଯ୍ୟକ୍ରମ ବିକଶିତ ନୟାଗଡ ପାଇଁ ବାକି ରହିଚି ବୋଲି ବିଧାୟକ ଅରୁଣ ଏଥିପାଇଁ ନୟାଗଡ ବାସିଙ୍କ ଆଉଥରେ ସ୍ନେହ ଆଶୀର୍ବାଦ କାମନା କରିବାସହ ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ନିମନ୍ତେ ଦୁଇଟି ଶଙ୍ଖରେ ମତଦାନ କରିବା ପାଇଁ ଭୋଟର ଭାଇ ଭଉଣୀଙ୍କୁ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳୁଛି | ଏପଟେ ବିଜେପି ପ୍ରାର୍ଥୀଙ୍କ ପ୍ରଚାର ସେତେଟା ପ୍ରଭାବଶାଳୀ ହେଉ ନାହିଁ |

ତାର ଏକ ମାତ୍ର କାରଣ କାଳେ ନାହିଁ ବେଳେ ନାହିଁ ଗହ୍ମା ପୁନେଇଁରେ ମାଇଁ ମାଇଁ ନ୍ୟାୟରେ କେବଳ ଭୋଟ ଆସିଲେ ସେଇ ଦୁଇ ଦିନ କୋମଳ କଥା କହି ଭୋଟ ମାଗିଦେଲେ କ’ଣ ସ୍ୱାଭିମାନୀ ନୟାଗଡିଆ ଭୋଟ ଦେଇଦେବେ ବୋଲି ବହୁ ଭୋଟର ଆମ୍ଭ ପ୍ରତିନିଧିଙ୍କୁ ପ୍ରତିକ୍ରିୟାରେ କହିଛନ୍ତି | ଏପରିକି ବିଜେପି ପ୍ରାର୍ଥୀଙ୍କର ଅରୁଣଙ୍କ ଭଳି ତୃଣମୂଳ ସ୍ଥରରେ ଆଦୌ ସଂଗଠନ ନଥିବା ଦେଖିବାକୁ ମିଳୁଛି | ଏହା ମଧ୍ୟ ଜଣାପଡିଛିଯେ ଗତ ପଂଚାୟତ ଏବଂ ପୌର ନିର୍ବାଚନରେ ମଧ୍ୟ ବିଜେପିରୁ ନୟାଗଡରୁ ପ୍ରାର୍ଥୀ ହୋଇଥିବା ପ୍ରାର୍ଥୀନୀଙ୍କ ନୟାଗଡରେ ମଧ୍ୟ ଦେଖିବାକୁ ମିଳି ନଥିଲା | ଜନସେବା ନୁହେଁ, ଲୋକଙ୍କ ସମସ୍ୟା ସମ୍ପର୍କରେ ଆଦୌ ଅବଗତ ନଥିବା ବିଜେପି ବିଧାୟକ ପ୍ରାର୍ଥୀନୀ କିଭଳି ନିର୍ବାଚନ ବୈତରଣୀ ପାର ହେବେ ଏକ ହାସ୍ୟାସ୍ପଦ କଥା ବୋଲି ବୁଦ୍ଧିଜୀବୀ ମହଲରେ ଗୁଂଜରଣ ସୃଷ୍ଟି କରିଛି |

ଆଉ ଏକ କଥା ହେଲା ବିଜେପି ପ୍ରାର୍ଥୀଙ୍କ କାର୍ଯ୍ୟକ୍ରମକୁ ଆଗେଇନେବା ପାଇଁ ସେମିତି ଲୋକପ୍ରିୟ ପରାମର୍ଶଦାତା ମଧ୍ୟ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଥିବା ଦେଖିବାକୁ ମଧ୍ୟ ମିଳୁନି | କେବଳ ଦୁର୍ନୀତି କାର୍ଯ୍ୟକରି ଲୋକପ୍ରିୟତା ହରାଇ ନୟାଗଡ ବିଜେଡିରୁ ବହିସ୍କୃତ କିଛି ହାତଗଣତି ଲୋକଙ୍କୁ ନେଇ ବିଜେପି ପ୍ରାର୍ଥୀ ପ୍ରଚାରକୁ ଓଲ୍ହାଇବା ଘଟଣାକୁ ବିଜେପିପ୍ରାର୍ଥୀଙ୍କୁ ସାଧାରଣରେ ହାସ୍ୟାସ୍ପଦ କରୁଥିବା ଦେଖିବାକୁ ମିଳୁଛି | ଏପଟେ ଅନ୍ୟ ଦଳରୁ ପ୍ରାର୍ଥୀ ହୋଇଥିବା ଅନ୍ୟାନ୍ୟ ପ୍ରାର୍ଥୀ ସେତେଟା ଜନସାଧାରଣଙ୍କ ଗ୍ରହଣୀୟ ହୋଇ ନପାରି କେବଳ ଅରୁଣ ବିରୋଧରେ ମନଗଢା କାହାଣୀ କହି ବାଉଳି ଚାଉଳି ହେଉଥିବା ଦେଖିବାକୁ ମିଳୁଛି | ତେବେ ଜୁନ ୪ ତାରିଖରେ ପ୍ରକୃତ ସତ୍ୟାସତ୍ୟକୁ ଅପେକ୍ଷା କରାଯାଇଛି  .

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା – ବାବୁ ସିଂ

ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା – ବାବୁ ସିଂ

May 5, 2026
ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିଲ୍ଲା ଟପ୍ପର

ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିଲ୍ଲା ଟପ୍ପର

May 5, 2026
ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

May 5, 2026
ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀରେ ଐତିହାସିକ ବିଜୟ ପରିପ୍ରେକ୍ଷୀରେ ରାଜ୍ୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀରେ ଐତିହାସିକ ବିଜୟ ପରିପ୍ରେକ୍ଷୀରେ ରାଜ୍ୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା – ବାବୁ ସିଂ

ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା – ବାବୁ ସିଂ

May 5, 2026
ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିଲ୍ଲା ଟପ୍ପର

ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିଲ୍ଲା ଟପ୍ପର

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version