No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁଲାଇ ଶୁକ୍ରବାର ) ରାୟଗଡ଼ :- ଗଜପତି ରାୟଗଡ଼ ଠାରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ରାୟଗଡ଼ ବ୍ଲକ ଠାରେ ବି ଜେ ପି ପକ୍ଷରୁ ବ୍ଲକ ଘେରାଉ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପୂର୍ବତନ ବ୍ଲକ ଅଧକ୍ଷ ନବକିଶୋର ଶବର, ମଣ୍ଡଳ ସଭାପତି ଜଗନ୍ନାଥ ଖାଡଙ୍ଗାଲୁ, ଗଙ୍ଗାଧର ଗୌଡ଼, ଜିଲ୍ଲା ପରିଷଦ ସଭ୍ୟ ଜଗନ୍ନାଥ ଭୂୟାଁ, ଭାରତରେ ଲୋକ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନହିତକର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ

ଓଡିଶା କୁ ଲକ୍ଷ ଲକ୍ଷ ଆବାସ ତିଆରି ପାଇଁ ଦିଆଯାଉଥିବା ବେଳେ ଯେପରି ଗାଁ ଗାଁ ରେ ଗରିବ ଶ୍ରଣୀ ଲୋକେ ପ୍ରଧାନମନ୍ତ୍ରୀ ଆବାସ ଦ୍ଵାରା ଉପ କୃତ ହୋଉ ଥିବାବେଳେ ତାହା ଲୋକଙ୍କୁ ନ କହି ବି ଜେ ଡି ଦଳ ବାଣ୍ଟୁଛନ୍ତି ବୋଲି କହୁଛନ୍ତି l ଏହା ଏକ ଅନ୍ୟାୟ କାର୍ଯ୍ୟ ଅଟେ ଏଣୁ ଏହି କାର୍ଯ୍ୟକ୍ରମ ରେ ବି ଜେ ପି ର ଆଖ ପାଖ ପଂଚାୟତ ସ୍ତର କାର୍ଯକର୍ତ୍ତା ଉପସ୍ଥିତ ଥିଲେ ,

ଏବଂ ମୋହନା ମିଡିୟାସେଲ ପ୍ରମୁଖ ଦୁର୍ଗା ପ୍ରସାଦ ସୁବୁଦ୍ଧି,ତାଳମଣ୍ଡା ସମିତି ସଭ୍ୟ ରାଜକିଶୋର ଭୂୟାଁ, କୁମାରୀ ଭୂୟାଁ, କୃଷ୍ଣ ଚନ୍ଦ୍ର ଭୂୟାଁ, କଇଁପୁରୁ ସରପଞ୍ଚ କୈଳାଶ ଚନ୍ଦ୍ର ଶବର ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଶେଷରେ ଗୋଷ୍ଠୀ ଉନୟନ ଅଧିକାରୀ ରାଜା ରଂଜିତ ବଳ ଙ୍କୁ ସ୍ୱାରକି ପତ୍ର ରାଜ୍ୟ ପାଳ ଉଦ୍ଦେଶ୍ୟରେ ଦିଆ ଯାଇଥିଲା l (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି )
No Result
View All Result