କଟକ,ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ୍ ) ଭଦ୍ରକ 3.4.2020 ରିପୋର୍ଟ :– କରୋନା ସମ୍ପର୍କିତ ନେଇ ରାଜ୍ୟ ସରକାରଙ୍କ ଜରୁରୀ ଘୋଷଣା । ଓଡିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ପାଞ୍ଚ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଭୁବନେଶ୍ୱରରେ ୮୦ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରେ ୨୦ ପ୍ରତିଶତ ଚିହ୍ନଟ ହୋଇଛନ୍ତି ଆଜି ଆଉ ଜଣେ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଗାମୀ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଭୁବନେଶ୍ୱରରେ ଲକ୍ଡାଉନ୍ କରାଯିବ । ସେହିପରି ଭଦ୍ରକରେ ମଧ୍ୟ ଆଗାମି ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଲକ୍ଡାଉନ୍ କରାଯିବ ।
ଭୁବନେଶ୍ୱର,କଟକ ଓ ଭଦ୍ରକ ସହର ସମ୍ପୂର୍ଣ୍ଣ ତାଲା ବନ୍ଦ ରହିବ । ସେହିପରି ଯିବା ଆସିବା କରିବା ପାଇଁ ମିଳିଥିବା ସମସ୍ତ ପାସ୍କୁ ବାତିଲ୍ କାରାଯାଇଛି । ତେବେ ବନ୍ଦ ବେଳେ ବାହାରକୁ ବାହାରିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯଦି ଏହି ତାଲାବନ୍ଦ ସମୟରେ କେହି ବାହାରକୁ ବାହାରିଲେ ତେବେ ସେମାନଙ୍କୁ ନେଇ ସରକାରଙ୍କ ଗଠିତ କ୍ୱାରେଣ୍ଟାଇନ୍ରେ ରଖାଯିବ । ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ପ୍ରେସ୍ ମିଟ୍ ଜରିଆରେ ଏହି ସୂଚନା ଦେଇଛନ୍ତି ।