No Result
View All Result
ଓଡ଼ିଶା ତାଜା ନ୍ୟୁଜ (୮ ଜୁଲାଇ ଗୁରୁବାର ) ବାଙ୍କୀ :- ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକାଙ୍କ ପୀଠର ଉନ୍ନତିି କରଣ ସଂପର୍କରେ ବାଙ୍କୀ ଉଜଜିଲ୍ଲାପାଳ ରଞ୍ଜନ କୁମାର ଜେନା ଚର୍ଚ୍ଚିକାଙ୍କ ପୀଠ ପରିଦର୍ଶନ କରିବା ସହିତ ସେଠାରେ ଏକ ସମୀକ୍ଷା ବୈଠକ କରିଥିଲେ । ରାଜ୍ୟ ପର୍ଯ୍ୟଟନ ବିଭାଗରୁ ମନ୍ଦିରର ଉପର ମଣ୍ଡପର କାଠ କାରୁକାର୍ଯ୍ୟ ପାଇଁ ମଞ୍ଜୁର ହୋଇଥିବା ୮୦ଲକ୍ଷ ଟଙ୍କାର କାର୍ଯ୍ୟ ତ୍ୱରାନ୍ୱୀତ କରାଯିବା ପାଇଁ ବୈଠକରେ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ମଣ୍ଡପରେ ଥିôବା ପାଣି ଟାଙ୍କିକୁ କାର୍ଯ୍ୟକ୍ଷମ କରିବା ,
ମନ୍ଦିରର ଉନ୍ନତି ପାଇଁ ତୁରନ୍ତ ଏକ ଡିଜିଟାଲ୍ ମ୍ୟାପ୍ ପ୍ରସ୍ତୁତ କରିବା, ଜାନବାହାନ ପାର୍କିଂ ପାଇଁ ବ୍ୟବସ୍ଥା ଏବଂ ଶୁଲଭ ଶୌଚାଳୟ ସ୍ଥାପନ ନିମନ୍ତେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ମନ୍ଦିର ଟ୍ରଷ୍ଟି କାଳନ୍ଦୀ ଚରଣ ମହାପାତ୍ର, ପରିଚାଳନା କମିଟି ଉପସଭାପତି ସନ୍ତୋଷ କୁମାର ରଣା, ସଂପାଦକ ନୀଳମଣି ମହାପାତ୍ର, ସଭ୍ୟ ସୁଧିର ରଣା, ବିଦ୍ୟାଧର ରଣା, ଚଗଲା ରଣା, ବିଜୟ ରଣା ଓ ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।(ରିପୋର୍ଟ ଗୌତମ ମିଶ୍ର )
No Result
View All Result