ଗୋବିନ୍ଦପୁର ଆଦର୍ଶ ବିଦ୍ୟାଳୟ ରେ”ମୋସନ ଡ୍ରାଇଭ” କାର୍ଯ୍ୟକ୍ରମ ରେ ବୃକ୍ଷ ରୋପଣ

ଓଡ଼ିଶା ତାଜା ନ୍ୟୁଜ (୮ ଜୁଲାଇ ଗୁରୁବାର ) ବାଙ୍କୀ :- ଆଜି ଡମପଡା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଗୋବିନ୍ଦପୁର ଆଦର୍ଶ ବିଦ୍ୟାଳୟ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରାଜ୍ୟ ର ପୂର୍ବତନ ଆଦର୍ଶ ବିଦ୍ୟାଳୟ ର ପରାମର୍ଶଦାତା ସ୍ବର୍ଗତ ବିଜୟ ସାହୁ ଙ୍କ ଶୃତି ଉଦ୍ୟଶରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା ।

ଆଦର୍ଶ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଆଶୁତୋଷ ସାମଲ ଓ ବାଙ୍କୀ ଓକିଲ ସଙ୍ଘ ର ସଭାପତି ଆଇନଜୀବୀ ଗୌରୀ ଶଙ୍କର ନନ୍ଦ ବୃକ୍ଷ ଚାର ରୋପଣ କରି ସ୍ବର୍ଗତ ବିଜୟ ସାହୁ ଙ୍କ କାର୍ଯ୍ୟ ଦକ୍ଷତା ଓ ଆଦର୍ଶ ବିଦ୍ୟାଳୟ କୁ କିପରି ଉନ୍ନତ ଶିକ୍ଷା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରାଇ ଥିଲେ ତାହା ଆଲୋଚନା କରିଥିଲେ ।

ଶିକ୍ଷକ ସନ୍ତୋଷ କୁମାର ମହାପାତ୍ର,ସୌମ୍ୟ ରଞ୍ଜନ ଜେନା, ଶୁଭଶ୍ରୀ ପ୍ରିୟଦର୍ଶୀନି,ଦେବରାଜ ଦାସ, ଡକ୍ଟରକୃଷ୍ଣ ଚନ୍ଦ୍ର ପଣ୍ଡା,ଶେଷାଦ୍ରୀ ରାଉତରାୟ ,ସାମ୍ବାଦିକ ଗୌତମ ମିଶ୍ରଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ।ପ୍ରଧାନଶିକ୍ଷକ ଶ୍ରୀ ସାମଲ ଏହି କାର୍ଯ୍ୟକ୍ରମ କୁ ରାଜ୍ୟ ର ସମସ୍ତ ଆଦର୍ଶ ବିଦ୍ୟାଳୟ ରେ “ମୋସନ ଡ୍ରାଇଭ” ନାମରେ ପାଳନ କରାଯାଉଛି । (ରିପୋର୍ଟ ଗୌତମ ମିଶ୍ର )