ଜାରି ହେଲା କେନ୍ଦ୍ର ମନ୍ତ୍ରୀମଣ୍ଡଳ ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କୁ ରାଷ୍ଟ୍ର ପାହ୍ୟା ମିଳିଛି l ଓଡ଼ିଶାରୁ ସ୍ଥାନ ପାଇଲେ ଦୁଇ ସାଂସଦ

ଓଡ଼ିଶା ତାଜା ନ୍ୟୁଜ (୮ ଜୁଲାଇ ଗୁରୁବାର ) ମୟୂରଭଞ୍ଜ : – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବାକୁ ଥିବା ନେତାଙ୍କ ତାଲିକା ଜାରି ହୋଇଛି । ସର୍ବମୋଟ ୪୩ ଜଣଙ୍କ ନାମ ଏହି ତାଲିକାରେ ଥିବା ବେଳେ ଓଡ଼ିଶାର ଦୁଇ ନେତାଙ୍କ ନାମ ଏଥିରେ ସ୍ଥାନ ପାଇଛି । ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କୁ ରାଷ୍ଟ୍ର ପାହ୍ୟା ମିଳିଛି ।

ବେଜିପି ସାଂସଦ ଅଶ୍ୱିନୀ ବୈଷ୍ଣବ ଏବଂ ସାଂସଦ ବିଶେଶ୍ୱର ଟୁଡୁଙ୍କ ନାମ ଏଥିରେ ରହିଛି ।ଅଶ୍ୱିନୀ ତାଲିକାର ଷଷ୍ଠ ସ୍ଥାନରେ ଥାଇ କ୍ୟାବିନେଟ୍‌ ପାହ୍ୟା ମିଳିଛି l ବିଶେଶ୍ୱର ତାଲିକାର ୩୮ତମ ସ୍ଥାନରେ ରହିଛନ୍ତି । (ଦୀପ୍ତିମାନ ପାତି,ମୟୂରଭଞ୍ଜ )