No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁଲାଇ ଗୁରୁବାର ) ଭୁବନେଶ୍ୱର :- ଡିବିଏସ୍ ବ୍ୟାଙ୍କର ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ଡିବିଏସ୍ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ୍ ୨୦୨୦-୨୧ ଆର୍ଥିକ ବର୍ଷର ବ୍ୟାବସାୟିକ ଫଳାଫଳ ଘୋଷଣା କରିଛି । ୨୦୨୦ ନଭେମ୍ବର ୨୭ରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ଡିବିଏସ୍ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ୍ ସହ ମିଶ୍ରଣ ହୋଇଥିଲା । ଏହା ସତ୍ୱେ ଡିବିଏସ୍ ଇଣ୍ଡିଆର ଲାଭରେ ବୃଦ୍ଧି ଘଟିିଛି । ବ୍ୟାଙ୍କର ମୋଟ ରାଜସ୍ୱ ୮୫% ବୃଦ୍ଧି ପାଇ ୨,୬୭୩ କୋଟି ଟଙ୍କା ହୋଇଛି ଯାହା ବର୍ଷକ ପୂର୍ବେ ୧,୪୪୪ କୋଟି ଟଙ୍କା ଥିଲା । ଟିକସ ପୂର୍ବବର୍ତୀ ଲାଭ ୧୭୦ କୋଟି ଟଙ୍କାରୁ ବୃଦ୍ଧି ପାଇ ୬୭୯ କୋଟି ଟଙ୍କା ହୋଇଛି । ଲକ୍ଷ୍ମୀ ବିଳାସ ବ୍ୟାଙ୍କର ୩୪୧ କୋଟି ଟଙ୍କାର କ୍ଷତି ଭରଣା କରିବା ସତ୍ୱେ କଂପାନି ଏଭଳି ଲାଭ ହାସଲ କରିଛି । ଏହାରନିଟ୍ ଲାଭ ୩୧୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି ଯାହା ପୂର୍ବବର୍ଷର ୧୧୧ କୋଟି ଟଙ୍କା ତୁଳନାରେ ଅଧିକ । ଡିବିଏସ୍ ଇଣ୍ଡିଆର ମୋଟ ଜମା ପରିମାଣ ୪୪% ବୃଦ୍ଧି ପାଇ ୫୧,୫୦୧ କୋଟି ଟଙ୍କା ହୋଇଛି । ଏଥିରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ୧୮,୮୨୩ କୋଟି ଟଙ୍କାର ଜମା ସାମିଲ ରହିଛି । କାସା ଅନୁପାତ ୧୯%ରୁ ବୃଦ୍ଧି ପାଇ ୩୧% ହୋଇଛି । ମୋଟ ଅଗ୍ରୀମ ୩୬,୯୭୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏଥିରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ୧୦,୬୮୫ କୋଟି ଟଙ୍କାର ଅଗ୍ରୀମ ସାମିଲ ରହିଛି । ମୋଟ ଏନପିଏ ୧.୮୩%କୁ ହ୍ରାସ ପାଇଥିବା ବେଳେ ପୁଂଜି ସ୍ୱଚ୍ଛଳତା ହାର ୧୫.୧୩% ରହିଛି ।
ଏଲ୍ଭିଏସ୍ ସହିତ ମିଶ୍ରଣ ପରେ ବ୍ୟାଙ୍କ ପ୍ରଥମେ ଉଭୟ ବ୍ୟାଙ୍କର ଗ୍ରାହକ ଏବଂ କର୍ମଚାରୀଙ୍କୁ ସ୍ୱାଗତ କରିଥିଲା ଏବଂ ଶ୍ରମ ଶକ୍ତି ମଧ୍ୟରେ ସମନ୍ୱୟ ଆଣି ଏଲ୍ଭିଏସ୍ର ବ୍ୟବସାୟକୁ ପୁନର୍ଗଠିତ କରିଥିଲା । ପରିଚାଳନା ପ୍ଲାଟଫର୍ମ ଓ ଶାଖାର ସମନ୍ୱୟ ଜାରି ରହିଛି । ଏଲ୍ଭିଏସ୍ର ସୁନା ଋଣ ଓ ଚଳନ୍ତୀ ଓ ସଂଚୟ ଖାତା ଜମାରେ ବୃଦ୍ଧି ଏହାର ସଫଳତାର ପ୍ରତୀକ ଭାବେ ବିଚାର କରାଯାଉଛି । ଏ ସମ୍ପର୍କରେ ସୁରୋଜିତ ସୋମେ, ପରିଚାଳନା ନିର୍ଦେଶକ ଓ ସିଇଓ, ଡିବିଏସ୍ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ୍ କହିଛନ୍ତି ଯେ, “କରୋନା ମହାମାରୀର ଦ୍ୱିତୀୟ ଲହର ପ୍ରଭାବ ସତ୍ୱେ ୨୦୨୦ ନଭେମ୍ବରରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ମିଶ୍ରଣ ପରେ ଉଭୟ ବ୍ୟାଙ୍କର ସମନ୍ୱୟ କ୍ଷେତ୍ରରେ ଆମେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛୁ । ଯେଭଳି ଆଶା କରାଯାଉଥିଲା ଠିକ୍ ସେଭଳି ଲକ୍ଷ୍ମୀ ବିଳାସ ବ୍ୟାଙ୍କର ଉଚ୍ଚ ନିଟ୍ ଏନ୍ପିଏ ଓ ପରିଚାଳନା କ୍ଷତି ଆମର ଆର୍ଥିକ ଫଳାଫଳ ଉପରେ ତତ୍କାଳ ପ୍ରଭାବ ପକାଇଥିଲା, କିନ୍ତୁ ମିଶ୍ରିତ ଅନୁଷ୍ଠାନର ଦୀର୍ଘମିଆଦୀ ସମ୍ଭାବନାକୁ ନେଇ ଆମର ବିଶ୍ୱାସ ରହିଛି । ଏଲ୍ଭିଏସ୍ର ପରିଚାଳନାରେ ଆମେ ସୁନା ଋଣ ବ୍ୟବସାୟ ଓ ଜମା ବଢ଼ାଇବାରେ ସଫଳ ହୋଇଛୁ । ଆମର ତତ୍କାଳ ଅଗ୍ରାଧିକାର ହେଉଛି ପରିଚାଳନା ବ୍ୟବସ୍ଥା ଓ ପ୍ରକ୍ରିୟାକୁ ସମନ୍ୱିତ କରିବା ଯାହା ଦ୍ୱାରା ଆମେ ଆମର ଗ୍ରାହକମାନଙ୍କୁ ଶ୍ରେଷ୍ଠ ମାନର ସମାଧାନ ପ୍ରଦାନ କରିପାରିବୁ ।’’
No Result
View All Result